fbpx

୭୪ତମ ଗଣତନ୍ତ୍ର ଦିବସରେ କେଉଁ ଜିଲ୍ଲାରେ କିଏ ପତାକା ଉତ୍ତୋଳନ କରିବେ ? ତାଲିକା ପ୍ରକାଶ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ୭୪ତମ ଗଣତନ୍ତ୍ର ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥିମାନଙ୍କ ତାଲିକା ରାଜ୍ୟ ସରକାର ଘୋଷଣା କରିଛନ୍ତି। ସେମାନେ ଜାତୀୟ ପତାକା ଉତ୍ତୋଳନ ସହ ପରେଡ ଅଭିବାଦନ ଗ୍ରହଣ କରିବେ। ଏହି ତାଲିକା ଅନୁସାରେ ବ୍ରହ୍ମପୁର ଏବଂ ରାଉରକେଲା ସହରରେ ଆର୍‍ଡିସି ପତାକା ଉତ୍ତୋଳନ କରିବାକୁ ଥିବାବେଳେ, ଅନୁଗୁଳ, ଭଦ୍ରକ, ବୌଦ୍ଧ, ଯାଜପୁର, ଝାରସୁଗୁଡ଼ା, ଖୋର୍ଦ୍ଧା, ନୂଆପଡ଼ା, ନବରଙ୍ଗପୁର, ନୟାଗଡ଼ ଓ ରାୟଗଡ଼ାରେ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ। ଅନ୍ୟ ଜିଲ୍ଲାମାନଙ୍କରେ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ପତାକା ଉତ୍ତୋଳନ ଓ ଅଭିବାଦନ ଗ୍ରହଣ କରିବେ।

Get real time updates directly on you device, subscribe now.