fbpx

ହକି ବିଶ୍ୱକପ୍‌: ଜର୍ମାନୀ-ବେଲିଜିୟମ୍ ଫାଇନାଲ, ବ୍ରୋଞ୍ଜ ପାଇଁ ଲଢ଼ିବେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡସ୍

ଭୁବନେଶ୍ୱର: ପୂର୍ବତନ ଚାମ୍ପିଅନ୍ ଜର୍ମାନୀ ଓ ଗତ ବିଶ୍ୱକପ୍ ଟାଇଟଲ ବିଜେତା ବେଲିଜିୟମ୍ ଚଳିତ ବର୍ଷ ଏଫଆଇଏଚ୍‌ ହକି ବିଶ୍ୱକପ୍ ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଶୁକ୍ରବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ପ୍ରଥମ ସେମି ଫାଇନାଲରେ ୩ଥର ଚାମ୍ପିଅନ୍ ତଥା ବିଶ୍ୱର ୧ନଂ ମାନ୍ୟତା ପ୍ରାପ୍ତ ଅଷ୍ଟ୍ରେଲିଆକୁ ୪-୩ ଗୋଲ୍‌ରେ ହରାଇ ଜର୍ମାନୀ ଦୀର୍ଘ ୧୩ ବର୍ଷ ପରେ ପୁଣି ଫାଇନାଲ ଖେଳିବା ସୁଯୋଗ ସୃଷ୍ଟି କରିପାରିଛି। ୨୦୧୪ ଓ ୨୦୧୮ ବିଶ୍ୱକପ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ ହେଁ ଜର୍ମାନୀ ଫାଇନାଲ୍‌ରେ ପ୍ରବେଶ କରି ପାରିନଥିଲା। ତେବେ ଗତ ୨୦୨୧ ଟୋକିଓ ଅଲିମ୍ପିକ୍ସ ପରାଜୟର ଚରମ ପ୍ରତିଶୋଧ ନେଇ ୫ମ ଥର ପାଇଁ ବିଶ୍ୱକପ୍ ଖେଳିବା ସକାଶେ ଯୋଗ୍ୟତା ହାସଲ କରିଛି ଜର୍ମାନୀ।

ଜେର୍ମି ହେୱାର୍ଡ ଓ ନାଥନ ଇମ୍ପ୍ରାଉମସଙ୍କ ୧୨ ଓ ୨୭ତମ ମିନିଟ୍‌ରେ ୨ ଗୋଲ୍‌କୁ ଆଧାର କରି ଅଷ୍ଟ୍ରେଲିଆ ପ୍ରଥମାର୍ଦ୍ଧ ଖେଳ ସୁଦ୍ଧା ୨-୦ରେ ଅଗ୍ରଣୀ ହୋଇଥିଲା। ମାତ୍ର ଜର୍ମାନୀ ବିଜୟ ଧାରାକୁ ପ୍ରତ୍ୟାବର୍ତ୍ତନ, କରିବା ସହିତ ଦଳ ପକ୍ଷରୁ ଗନଜାଲୋ ପେଲେଟ ୪୩, ୫୨ ଓ ୫୯ତମ ମିନିଟ୍ ବେଳେ ୩ ଗୋଲ୍ ସ୍କୋର କରିଥିବା ବେଳେ ନିକୋଲାସ ୱେଲେନ ୬୦ତମ ମିନିଟ୍ ବେଳେ ଗୋଲ୍ ସ୍କୋର କରିବା ଫଳରେ ଜର୍ମାନୀ ବିଜୟୀ ହେବା ପାଇଁ ରାସ୍ତା ପରିଷ୍କାର ହୋଇଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ବ୍ଲେକ୍‌ ଗୋଭର୍ସ ୫୮ତମ ମିନିଟ୍ ବେଳେ ଆଉ ଗୋଟିଏ ଗୋଲ ସ୍କୋର କରିଥିଲେ ହେଁ ଦଳର ପରାଜୟ ଏଡାଇବା ପାଇଁ ଏହା ଯଥେଷ୍ଟ ହୋଇ ନଥିଲା । ତୃତୀୟ କ୍ୱାର୍ଟରରେ ଜର୍ମାନୀ ୧-୨ରେ ଅଷ୍ଟ୍ରେଲିଆ ଠାରୁ ପଛାଇ ଥିବା ବେଳେ ଚତୁର୍ଥ କ୍ୱାର୍ଟରରେ ଆଉ ଏକ ଗୋଲ୍ ସ୍କୋର କରିବା ଯୋଗୁଁ ଉଭୟ ବରାବର ହୋଇଥିଲେ ।

ତେବେ ଅଷ୍ଟ୍ରେଲିଆ ପୁଣି ଆଉ ଏକ ଗୋଲ ଦେଇ ୩-୨ରେ ଅଗ୍ରଣୀ ଲାଭ କରିଥିଲା । ମାତ୍ର ଜର୍ମାନୀ ପରବର୍ତ୍ତି ସମୟରେ ଜୋରଦାର ଲଢ଼େଇ କରି ଆଉ ୨ ଗୋଲ୍ ସ୍କୋର କରିବା ଫଳରେ ୪-୩ରେ ବିଜୟ ହାସଲ କରିଥିଲା । ସେହିପରି ଦ୍ୱିତୀୟ ସେମି ଫାଇନାଲରେ ବେଲଜିୟମ୍ ୩-୨ ପେନାଲ୍ଟି ସୁଟ୍‌ଆଉଟ ଗୋଲ୍‌ରେ ପୂର୍ବତନ ଚାମ୍ପିଅନ୍ ନେଦରଲାଣ୍ଡସକୁ ହରାଇ ଟାଇଟଲ ଲଢ଼େଇରେ ସାମିଲ ହୋଇଛି । କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ୨୦୧୮ ବିଶ୍ୱକପ୍‌ରେ ବେଲଜିୟମ୍ ଚାମ୍ପିଅନ ହୋଇଥିବା ବେଳେ ପୁଣି ଥରେ ଟାଇଟଲ ଜିଣିବା ପାଇଁ ଆଉ ଏକ ସୁଯୋଗ ସୃଷ୍ଟି କରିଛି ।

ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମୁକାବିଲା ହୋଇଥିବା
ବେଳେ ନେଦରଲାଣ୍ଡ୍‌ସ ୧-୦ରେ ଅଗ୍ରଣୀ ହୋଇଥିଲା । ସେହିପରି ବେଲ୍‌ଜିୟମ୍ ମଧ୍ୟ ଦ୍ୱିତୀୟ କ୍ୱାର୍ଟରରେ ଗୋଲ୍ ସ୍କୋର କରିବାରେ ସଫଳ ହେବାଯୋଗୁଁ ଉଭୟ ସମାନ ସ୍ଥିତିରେ ପହଞ୍ôଚଥିଲେ । ମାତ୍ର ତୃତୀୟ କ୍ୱାର୍ଟରରେ ଏକଦା ନେଦରଲାଣ୍ଡସ ୨-୧ରେ ଅଗ୍ରଣୀ ହୋଇଥିବା ବେଳେ ବେଲଜିୟମ୍ ଆଉ ଏକ ଗୋଲ୍ ସ୍କୋର କରିଥିବାବେଳେ ଉଭୟ ୨-୨ ସ୍ଥିତରେ ପହଞ୍ôଚଥିଲେ । ଚତୁର୍ଥ କ୍ୱାର୍ଟରରେ କେହି କାହାରିକୁ ଗୋଲ ଦେଇ ପାରିନଥିବାରୁ ଫଳାଫଳ ଫଇସଲା ପାଇଁ ପେନାଲ୍ଟି ସୁଟ୍‌ଆଉଟ ପନ୍ଥା ଅନୁସରଣ କରାଯାଇଥିଲା । ଏଥିରେ ବେଲଜିୟମ ୩-୨ରେ ଜିତାପଟ ମାରି ନେବା ସହ ଫାଇନାଲରେ ପ୍ରବେଶ କରିଛି ।

 

Get real time updates directly on you device, subscribe now.