fbpx

ଆଲମାରୀ ବାହାରେ ଦର୍ପଣ ରହିବା ଉଚିତ କି ନୁହେଁ, ଏହା ସିଧାସଳଖ ଆପଣଙ୍କ ଭାଗ୍ୟ ସହ ଜଡ଼ିତ

ଆଜିକାଲି ଲୋକମାନେ ବିଳାସପୂର୍ଣ୍ଣ ଜୀବନ ଅତିକ୍ରମ କରିବା ପାଇଁ ଘରକୁ ଅନେକ ପ୍ରକାର ଜିନିଷରେ ସଜାଉଛନ୍ତି । କହିବାକୁ ଗଲେ ପ୍ରାୟତଃ ଆଲମାରୀ ସାମ୍ନାରେ ଦର୍ପଣ ରହିଥାଏ । ଯାହା ସାମ୍ନାରେ ଠିଆ ହୋଇ ଲୋକେ ସଜବାଜ ହୋଇଥାନ୍ତି । ହେଲେ ବାସ୍ତୁଶାସ୍ତ୍ର ଅନୁସାରେ ଆଲମାରୀ ସାମ୍ନାରେ ଦର୍ପଣ ରଖିବା ଠିକ୍ କି ନୁହେଁ ଆସନ୍ତୁ ଜାଣିବା ।

ବାସ୍ତୁଶାସ୍ତ୍ର ଅନୁସାରେ ଆଲମାରୀ ବାହାରେ ଦର୍ପଣ ଲଗାଇବା ଅଶୁଭ ଅଟେ । ଏହା କରିବା ଦ୍ୱାରା ଘରେ ନକରାତ୍ମକ ପ୍ରଭାବ ବଢିବାରେ ଲାଗିବା ସହ ପରିବାରର ଆର୍ଥିକ ସ୍ଥିତି ବିଗିଡ଼ି ଥାଏ । ଯାହାଦ୍ୱାରା ପରିବାର କରଜ ଜାଲର ଶିକାର ହୋଇଥାଏ । ଘରେ ଯଦି ଯେକୌଣସି କାଚ କିମ୍ବା ଦର୍ପଣ ଭାଙ୍ଗି ଯାଉଛି ତେବେ ଏହାକୁ ଘରେ ରଖିବା ଉଚିତ୍ ନୁହେଁ । ଏହାଦ୍ୱାରା ଘରେ ଖରାପ ଶକ୍ତି ଆଗମନ କରିଥାଏ । ଏହାର ଦୁପ୍ରଭାବ ପଡ଼ି ପରିବାର ମଧ୍ୟରେ କଳହ ସୃଷ୍ଟି ହୋଇଥାଏ ।

ଏହା ବ୍ୟତୀତ, ଯେକୌଣସି ଦର୍ପଣ ଅଚାନକ ଭାଙ୍ଗିବା ଆମକୁ ଏହା ସଙ୍କେତ ଦେଇଥାଏ ଯେ, କିଛି ବିପଦ ଆସିଥିଲା ଯାହା ଏହି ଦର୍ପଣ ଦ୍ୱାରା ଯାଇ ଭାଙ୍ଗିଗଲା । ତେବେ ଏହି ଦର୍ପଣକୁ ଘରୁ ବାହାର କରିବା ଶୁଭଫଳ ଦେଇଥାଏ । ଏହା ନ କରିବା ଦ୍ୱାରା ଦୁପରିଣାମ ବହନ କରିବାକୁ ପଡ଼ିଥାଏ ।

Get real time updates directly on you device, subscribe now.