fbpx
BJD SKY
BJD SKY

ହକି ବିଶ୍ୱକପ: ଦୁଇ ଓଡ଼ିଆ ଖେଳାଳିଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

BJD

ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ ୨୦୨୩ରେ ସ୍ଥାନ ପାଇଥିବା ଓଡ଼ିଶାର ଦୁଇ ଖେଳାଳିଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ପୁସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅମିତ ରୋହିଦାସ ଓ ନୀଲମ ସଂଜୀପ୍ ଖେସ୍ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଉ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା ପରେ ହକି ମହାସମର ଆରମ୍ଭ ହେବ। ୧୫ ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଥିବା ଓଡ଼ିଶାର ଦୁଇ ଖେଳାଳିଙ୍କୁ ରାଜ୍ୟ ସରକାର ଉତ୍ସାହିତ କରିବା ପାଇଁ ଏହି ପୁରସ୍କାର ରାଶି ଘୋଷଣା କରିଥିଲେ।

ଆଜି ସନ୍ଧ୍ୟା ୭ଟାରେ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭାରତ ଓ ସ୍ପେନ ମଧ୍ୟରେ ପୁରୁଷ ବିଶ୍ୱ ହକିକପ୍‌ର ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏ ନେଇ ସମସ୍ତଙ୍କ ନଜର ଦୁଇ ଓଡ଼ିଆ ଖେଳାଳିଙ୍କ ପ୍ରଦର୍ଶନ ଉପରେ କେନ୍ଦ୍ରୀଭୂତ ହୋଇଛି। ସେହିପରି କଳିଙ୍ଗ ଷ୍ଟାଡିୟମରେ ଦିନ ୧ଟାରେ ଆର୍ଜେଣ୍ଟିନା ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଆରମ୍ଭ ହୋଇସାରିଛି। ଅପରାହ୍ନ ୩ଟାରେ ଅଷ୍ଟ୍ରେଲିଆ ବନାମ ଫ୍ରାନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ।

ଏହି ହକି ବିଶ୍ୱକପ୍ ଓଡ଼ିଶା ତଥା ଭାରତ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଭାରତୀୟ ଟିମ୍‌ ୧୯୭୫ ମସିହାରେ ହକି ବିଶ୍ୱକପ୍‌ ଟ୍ରଫି ହାତେଇଥିବାବେଳେ ଏଥର ମଧ୍ୟ ଭାରତ ପାଖରେ ଆଉଏକ ସୁଯୋଗ ଆସି ପହଞ୍ଚିଛି। ନିଜ ମାଟିରେ ଖେଳି ଦଳ ଟ୍ରଫିକୁ ବେଶ୍ ସହଜରେ ହାତେଇ ପାରିବ ବୋଲି ଆଶା କରାଯାଉଛି। ଭାରତୀୟ ଦଳରେ ଏଭଳି ପାଞ୍ଚଜଣ ଷ୍ଟାର ଖେଳାଳି ରହିଛନ୍ତି, ଯେଉଁମାନଙ୍କ ପ୍ରଦର୍ଶନ ହିଁ ଭାରତକୁ ଏଥର ବିଶ୍ୱକପ୍‌ରେ ଚାମ୍ପିଅନ୍ କରିପାରିବ।

Get real time updates directly on you device, subscribe now.