fbpx

(VIDEO) ଟନେଲରେ ପ୍ରବେଶ ପରେ ଗାୟବ ହୋଲା ଟ୍ରେନ; ଭୟାବହ ଦୃଶ୍ୟ ବଖାଣିଲେ ଯାତ୍ରୀ

ନୂଆଦିଲ୍ଲୀ: ରୋମାନ ରେଳବାଇର ଏକ ପାସେଞ୍ଜର ଟ୍ରେନ୍ । ଯିଏକି ଦିନ ୩ଟାରେ ରୋମାନ ଷ୍ଟେସନରୁ ତାର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଯାତ୍ରା ଆରମ୍ଭ କଲା । ଟ୍ରେନରେ ୧୦୬ ଜଣ ଯାତ୍ରୀ ଥିଲେ । ଯେଉଁମାନେ କି ଆଖପାଖରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦେଖିବାକୁ ବାହାରିଥିଲେ । ଟ୍ରେନ୍ ତାର ଯାତ୍ରା ଆରମ୍ଭ କରିବା ପରେ ତାକୁ ୧ କିଲୋମିଟର ଗୁମ୍ଫା ମଧ୍ୟରେ ଯିବାର ଥିଲା । ଯାହା ଏକ ବିଶାଳ ପାହାଡର ମଧ୍ୟ ଭାଗରେ ରହିଥିଲା । ହେଲେ ଏହି ଟ୍ରେନରେ ବସିଥିବା ଯାତ୍ରୀମାନେ ଜାଣିପାରିନଥିଲେ ତାଙ୍କ ସହ କଣ ଘଟୁଛି । ଯେତେବେଳେ ଟ୍ରେନିଟି ଗୁମ୍ଫା ନିକଟରେ ପହଁଚିଥିଲା, ସେହି ସମୟରେ ହଠାତ୍ ଟ୍ରେନ୍ର ବାତାବରଣ ପରିବର୍ତ୍ତନ ହୋଇଗଲା । ଆଉ ଚାରିଆଡେ ଶାନ୍ତ ପଡିଗଲା । ପରେ ଟ୍ରେନି ଭିତର ବାତାବରଣ ଦେଖି ଦୁଇ ଜଣ ଯାତ୍ରୀ ଭୟବୀତ ହୋଇ ଟ୍ରେନରୁ ଡେଇଁପଡିଲେ । ଯେତେବେଳେ ଗୁମ୍ପା ଭିତରେ ଟ୍ରେନ୍ ପ୍ରବେଶ କଲା ତାପରେ କେଉଁଆଡେ ସେ ଅଦୃଶ ହୋଇଗଲା ଯେ କେହି କିଛି ଜାଣିପାରିଲେ ନାହିଁ । ସେହି ଦିନର ଘଟଣାପରେ ଟ୍ରେନକୁ କେହି କେବେ ଆଉ ଦେଖିନଥିଲେ ।

ଯେଉଁ ଦୁଇ ଜଣ ଯାତ୍ରୀ ଟ୍ରେନରୁ ଡେଇଁ ପଡିଥିଲେ ସେମାନେ ଟ୍ରେନ୍ ଭିତରେ ଯାହା ଘଟିଥିଲା ତାହାର ମୁକ ସାକ୍ଷୀ ପାଲଟିଗଲେ । ଯେତେବେଳେ ସେମାନଙ୍କୁ ଏ ବିଷୟରେ ପଚରାଗଲା । ସେମାନେ ସେହିଦିନର ଘଟଣା ସମ୍ପର୍କରେ ସଂପୂର୍ଣ୍ଣ କଥା କହିଥିଲେ । ସେମାନେ କହିଥିଲେ ଟ୍ରେନ୍ ଯେତେବେଳେ ଗୁମ୍ଫା ନିକଟରେ ପହଁଚିଲା, ସେତେବେଳେ ଟ୍ରେନ ଆଗରେ ଧୂଆଁ ମୟ ପରିବେଶ ସୃଷ୍ଟି ହୋଇଥିଲା । ଯେପରିକି କୌଣସି ଯାଦୁଗର ଟ୍ରେନ୍କୁ ଲୁଚାଇ ଦେବାପାଇଁ ଆସିଛି । ଆଉ ଠିକ୍ ସେମିତି ହିଁ ଘଟିଲା । ଟ୍ରେନ୍ କୁଆଡେ ଉଭାନ ହୋଇଗଲା । ଆଉ ଆମେ ଦୁଇ ଜଣ ଡରି ଯାଇଥିଲୁ ତାପରେ ଟ୍ରେନରୁ ଡେଇଁ ପଡିଥିଲୁ । ଏହି ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଥିଲା । ସେହି ସ୍ଥାନକୁ ପ୍ରଶାସନ, ପୋଲିସ ,ଫୋସ ର୍ ଆସି ଗୁମ୍ଫା ମଧ୍ୟରେ ପ୍ରବେଶ କରିଥିଲେ ସୁଦ୍ଧା ଟ୍ରେନର କୌଣସି ପତ୍ତା ପାଇନଥିଲେ ।

ଏହାପରେ ମଧ୍ୟ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ । ହେଲେ ସେଠାରୁ କୌଣସି ପ୍ରକାର ପ୍ରମାଣ ପାଇଲେ ନାହିଁ । ପରେ ପ୍ରଶାସନର ନିର୍ଦ୍ଦେଶ କ୍ରମେ ସେହି ଗୁମ୍ଫାକୁ ସବୁଦିନ ପାଇଁ ବନ୍ଦ କରିଦିଆଗଲା । ସେହି ଘଟଣା ଦିନଠାରୁ ଆଜିବି ତାକୁ ରହସ୍ୟମୟ ଟ୍ରେନ କୁହାଯାଉଛି । ସେହି ଘଟଣାପରେ ଅନେକ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ଟ୍ରେନ୍ କୁଆଡେ ଉଭାନ ହୋଇଗଲା ବୋଲି ମନରେ ଗୋଟିଏ ପ୍ରଶ୍ନ ଆସୁଥଲା । ହେଲେ ଯାହାର ଉତ୍ତର ଆଜି ପର୍ଯ୍ୟନ୍ତ କେହି ଖୋଜି ପାଇଲେ ନାହିଁ । କେହି କହୁଛନ୍ତି ଟ୍ରେନ୍ କୁଆଡେ ଗାୟବ ହୋଇଗଲା । ଆଉ କେହି ବୈଜ୍ଞାନିକ କହୁଛନ୍ତି ଗୁମ୍ଫା ଭିତରେ ଟ୍ରେନ୍ କୌଣସି ହୋଲ ଭିତରେ ପଡିଗଲା । ଟ୍ରେନ୍ କୌଣସି ଛୋଟ ଜିନିଷ ନୁହେଁ ଯେ ତାକୁ କେହି ଲୁଚେଇ ଦେବ । ତେବେ ଟ୍ରେନକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥିଲେ ମଧ୍ୟ । ଆଜି ବି ଟ୍ରେନ ଉଭାନ ହେବା ଘଟଣା ରହସ୍ୟ ହୋଇ ରହିଗଲା ।

 

Get real time updates directly on you device, subscribe now.