fbpx
BJD SKY
BJD SKY

Telepathy ସତ ନା ମିଛ? ଜଣଙ୍କ ମନର କଥା କିପରି ଜାଣିହୁଏ, Subconscious Mindର ଶକ୍ତି ଘଟଣା ପୂର୍ବରୁ କିପରି ଜାଣିପାରେ

BJD

ନୂଆଦିଲ୍ଲୀ: ବିନା କୌଣସି ଆଧାର ବା ଯନ୍ତ୍ରର ସହାୟତାରେ ନିଜର ବିଚାର ଅନ୍ୟ ପାଖରେ ପହଞ୍ଚାଇବା, ଅନ୍ୟର ବିଚାରକୁ ବୁଝିପାରିବା, କୌଣସି ଘଟଣା ପୂର୍ବରୁ ଅନୁଭବ କରିପାରିବାକୁ ଟେଲିପ୍ୟାଥି କୁହାଯାଏ । ମାତ୍ର ଅନେକ ସମୟରେ ଟେଲିପ୍ୟାଥିକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ । ଏହା କ’ଣ ସତରେ ସମ୍ଭବ, ଯଦି ସମ୍ଭବ ତେବେ ମନର ଶକ୍ତି ଦ୍ୱାରା ଅନ୍ୟ ଜଣଙ୍କ ପାଖରେ ସନ୍ଦେଶ କିପରି ପହଞ୍ଚି ପାରିଥାଏ?

ଅନେକ ସମୟରେ ଆମ ସହ ଏପରି କିଛି ଘଟଣା ଘଟିଥାଏ, ଯାହାକୁ ନେଇ ଆମେ ଆଶ୍ଚର୍ଯ୍ୟ ହୋଇଯାଇଥାଉ । କୌଣସି ଘଟଣା ଘଟିବା ପୂର୍ବରୁ ତାହା ବିଷୟରେ ଆମେ ଜାଣିନେଇଥାଉ । ଆମେ ଯାହାକୁ ଅଧିକ ମନେପକାଉ, ହଠାତ୍ ସେ ବ୍ୟକ୍ତିଙ୍କ ଫୋନ୍ ଆସିଯାଇଥାଏ । ଏପରି ସ୍ଥଳେ ଆମେ ଏହାକୁ ଏକ ସଂଯୋଗ ଭାବି ବୁଲି ଯାଇଥାଉ । ମାତ୍ର ପ୍ରତ୍ୟେକ ଥର ଏପରି ସଂଯୋଗ ହୋଇନଥାଏ ।

ତେବେ ଟେଲିପ୍ୟାଥିକୁ ବିଜ୍ଞାନ ଗ୍ରହଣ କରିଥାଏ । ସାଧାରଣ ଭାବେ ଆମେ ପଞ୍ଚମ ଜ୍ଞାନେନ୍ଦ୍ରିୟ ମାଧ୍ୟମରେ କୌଣସି ଜିନିଷ ବା ଦୃଶ୍ୟକୁ ବୁଝିପାରିଥାଉ । ମାତ୍ର ଅନେକ ସମୟରେ ଜଣଙ୍କ ମଧ୍ୟରେ ରହିଥିବା ଷଷ୍ଠ ଇନ୍ଦିଅ ଜାଗୃତ ହୋଇଯାଇଥାଏ । ଏହି ଇନ୍ଦ୍ରିୟକୁ ବିଜ୍ଞାନ ଅତିନ୍ଦ୍ରିୟ ଭାବେ ନାମ ଦେଇଛି । ପ୍ରତ୍ୟେକ ଲୋକଙ୍କ ଠାରେ ଅଳ୍ପ ବହୁତ ଟେଲିପ୍ୟାଥି କ୍ଷମତା ରହିଥାଏ । ମାତ୍ର କିଛି ଲୋକଙ୍କଠାରେ ଏହା ଅତ୍ୟନ୍ତ ଶକ୍ତିଶାଳୀ ହୋଇଥାଏ । ସେମାନେ ନିଜ ଲୋକଙ୍କ ପାଖକୁ ମାନସିକ ସମ୍ବାଦ ପଠାଇ ପାରନ୍ତି । ଏଥିସହିତ ଭବିଷ୍ୟତରେ ଘଟିବାକୁ ଥିବା କୌଣସି ଘଟଣା ପୂର୍ବରୁ ଜାଣିନେଇଥାନ୍ତି । ଏଥିରେ ଆମର ପଞ୍ଚମ ଇନ୍ଦ୍ରିୟ ରହି ନଥାଏ । ଅର୍ଥାତ ଏଥିରେ ଦେଖିବା, ଶୁଣିବା, ଶୁଙ୍ଘିବା, ଛୁଇଁବା ଓ ଚାଖିବା ଶକ୍ତିର ବ୍ୟବହାର କରାଯାଏ ନାହିଁ । ଏହା ଆମର ମନ ଓ ମସ୍ତିଷ୍କର ଶକ୍ତି ଅଟେ ।

ମହାଭାରତ କାଳରେ ସଞ୍ଜୟଙ୍କ ପାଖରେ ଏହି କ୍ଷମତା ରହିଥିଲା । ସେ ବହୁଦୂରରେ ସଂଘଟିତ ହେଉଥିବା ଯୁଦ୍ଧକୁ ଧୃତରାଷ୍ଟ୍ରଙ୍କ ଆଗରେ ବର୍ଣ୍ଣନା କରୁଥିଲେ । ତାହା କୌଣସି ମାୟା କି ଯାଦୁ ଶକ୍ତି ନଥିଲା । ତାହା ଏକ ଟେଲିପ୍ୟାଥିର ଉଦାହରଣ ଥିଲା । ପ୍ରାଚୀନ କାଳରେ ଋଷି ମୁନିମାନେ ଏହି ଶକ୍ତି ଦ୍ୱାରା ଭୂତ ଭବିଷ୍ୟ ଓ ଅନ୍ୟ ମନର କଥା ଜାଣିପାରୁଥିଲେ । ମାତ୍ର ଆଜି ତାହାକୁ ଦିବ୍ୟ ଶକ୍ତି ଓ ତ୍ରିକାଳଦର୍ଶୀ ଶକ୍ତି ଭାବେ ଗ୍ରହଣ କରାଯାଉଛି ।

ଗତ ୧୮୧୮ରେ ଟେଲିପ୍ୟାଥି ଶବ୍ଦର ବ୍ୟବହାର ସର୍ବପ୍ରଥମେ ହୋଇଥିଲା । ଯେଉଁ ବ୍ୟକ୍ତିର ଷଷ୍ଠ ଇନ୍ଦିୟ ରହିଥାଏ ବା ଜାଗୃତ ହୋଇଥାଏ ସେ ଅନ୍ୟ ମନର କଥା ଜାଣିପାରନ୍ତି । ଯେତେବେଳେ ଆପଣ ନିଜର ବିଚାରକୁ ମୌଖିକ ଭାବେ ବୁଝିବାକୁ ଅକ୍ଷମ ହୋଇଥାନ୍ତି, ଏପରି ସ୍ଥିତିରେ ଟେଲିପ୍ୟାଥି କାମରେ ଆସିଥାଏ । ତେବେ ଧ୍ୟାନ, ପ୍ରାଣାୟାମ ଓ ଏକାଗ୍ରତା ବଳରେ ଷଷ୍ଠ ଇନ୍ଦ୍ରିଅକୁ ଜାଗ୍ରତ କରିହେବ । ଏହାଛଡ଼ା ଶବାସନରେ ଶୋଇ ଆଖି ବନ୍ଦ କରି ଧ୍ୟାନ କରି କ୍ରମାଗତ ଭାବେ ଏହାକୁ ଅଭ୍ୟାସ କରି ଯୋଗ ନିଦ୍ରା ଯିବାକୁ ପ୍ରୟାସ କରନ୍ତୁ । ଏହି ଅବସ୍ଥାରେ ଅବଚେତନ ମନ ଜାଗ୍ରତ ହୋଇଥାଏ । ଏହାଦ୍ୱାରା ମାନସିକ ଭାବେ ମେସେଜ୍ ଟ୍ରାନ୍ସଫର କରାଯାଇଥାଏ ।

Get real time updates directly on you device, subscribe now.