fbpx

ହକି ବିଶ୍ୱକପ୍ ୨୦୨୩: ରାଉରକେଲାରେ ହକି ଫେଡେରେସନ ଅଧ୍ୟକ୍ଷ

ରାଉରକେଲା, ୧୧ା୧୨ (ଓଡିଶା ଭାସ୍କର): ରାଉରକେଲାରେ ହକି ବିଶ୍ୱକପ୍ ୨୦୨୩ ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି ଚାଲିଛି । ଏନେଇ ଆଜି ହକି ଫେଡେରେସନ ଅଧ୍ୟକ୍ଷ ନରିନ୍ଦର ବାତ୍ରା ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ପହଞ୍ଚି ସ୍ଥିତି ପରଖିଛନ୍ତି । ଶ୍ରୀ ବାତ୍ରାଙ୍କ ସହିତ ତାଙ୍କର ଅଫିସିଆଲ ଟିମ୍ ମଧ୍ୟ ରାଉରକେଲାରେ ପହଞ୍ଚିଛନ୍ତି । କ୍ରୀଡ଼ା ମନ୍ତ୍ରୀ, ୫ଟି ସଚିବ ଓ ମୁଖ୍ୟ ଶାସନ ସଚିବ ରାଉରକେଲା ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସମସ୍ତ ବରିଷ୍ଠ କର୍ମକର୍ତ୍ତା ଷ୍ଟାଡିୟମ ପରିଦର୍ଶନ କରିବା ସହ ୨୦୨୩ ବିଶ୍ୱକପ ପାଇଁ ଆବଶ୍ୟକ ଭିତ୍ତିଭୂମିର ସମୀକ୍ଷା କରିବେ । ରାଉରକେଲାରେ ହକି ବିଶ୍ୱକପ ଆୟୋଜନ କରାଯାଉଥିବା ଖବର ସୁନ୍ଦରଗଡ଼ର ଜିଲ୍ଲାର ହକିପ୍ରେମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳାଇ ଦେଇଛି ।

Get real time updates directly on you device, subscribe now.