fbpx

ବିମାନ ଦୁର୍ଘଟଣାରେ ହଲିଉଡ୍ ଅଭିନେତାଙ୍କ ମୃତ୍ୟୁ; ହୃଦୟବିଦାରକ ଦୃଶ୍ୟକୁ ବଖାଣିଲେ ପରିବାର ଲୋକ

ଓଡ଼ିଶା ଭାସ୍କର: ବିମାନ ଦୁର୍ଘଟଣାରେ ଅଭିନେତାଙ୍କ ମୃତ୍ୟୁ। ସେହି ହୃଦୟବିଦାରକ ଦୃଶ୍ୟକୁ ବଖାଣିଲେ ପରିବାର ଲୋକ। ହଲିଉଡ୍ ଅଭିନେତା ଖ୍ରୀଷ୍ଟିଆନ ଅଲିଭରଙ୍କ ମୃତ୍ୟୁକୁ ନୋଇ ଗଭୀର ଶୋକ ପ୍ରକାଶ କରିଛନ୍ତି ସମ୍ପର୍କୀୟମାନେ । ଜର୍ମାନ ଅଭିନେତାଙ୍କ ବିୟୋଗରେ ଗଭୀର ଦୁଃଖିତ ହୋଇଛନ୍ତି ତାଙ୍କ ପ୍ରସଂଶକ । ସେଣ୍ଟ ଭିନସେଣ୍ଟର ଜେଏଫ ମିଚେଲ ଏୟାରପୋର୍ଟ ଏବଂ ଗ୍ରେନାଡାଇନ୍ସରୁ ସେଣ୍ଟ ଲୁସିଆ ଅଭିମୁଖେ ଯାତ୍ରା କରୁଥିବା ବେଳେ ଗୁରୁବାର କ୍ୟାରିବିଆନରେ ଏକ ବିମାନ ଦୁର୍ଘଟଣାରେ ଏହି ଫିଲ୍ମ ଷ୍ଟାର ଏବଂ ତାଙ୍କ ଦୁଇ ଝିଅ ମଦିତା (୧୨) ଏବଂ ଆନିକ୍ (୧୦)ଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣାକୁ ନେଇ ଅଲିଭରଙ୍କ ପରିବାର ପକ୍ଷରୁ ଏକ ବିବୃତି ଜାରି କରାଯାଇଛି।

ତାଙ୍କ ପତ୍ନୀ ଜେସିକା କ୍ଲେପ୍ସର ଏବଂ ସେମାନଙ୍କ ପରିବାର କହିଛନ୍ତି, ୨୦୨୪ ଜାନୁଆରୀ ୪ ତାରିଖରେ ଘଟିଥିବା ଦୁଃଖଦ ବିମାନ ଦୁର୍ଘଟଣାରେ ଆମେ ଗଭୀର ଦୁଃଖିତ। ଆମ ଝିଅମାନେ ସେମାନଙ୍କ ବାପାଙ୍କ ସହ କ୍ୟାରିବିଆନ୍ରେ ଛୁଟି କାଟି ଫେରୁଥିବା ବେଳେ ସେମାନେ ଯାତ୍ରା କରୁଥିବା ଏକ ଇଞ୍ଜିନ ବିଶିଷ୍ଟ ବିମାନଟି ଇଞ୍ଜିନରେ ତ୍ରୁଟି ଅନୁଭବ କରି ସମୁଦ୍ରଭିତରକୁ ଖସି ପଡ଼ିଥିଲା। ଦୁର୍ଭାଗ୍ୟବଶତଃ ଛୋଟ ବିମାନରେ ଥିବା ୪ ଜଣ ଯାତ୍ରୀ ବଞ୍ଚି ପାରିନଥିଲେ। ଇନଷ୍ଟାଗ୍ରାମରେ ପ୍ରକାଶିତ ବିବୃତିରେ ଲେଖାଯାଇଛି, “ଏଲଏରେ ସେମାନଙ୍କ ମା’ ଜେସିକା କ୍ଲେପ୍ସର ଝିଅମାନଙ୍କୁ ବଞ୍ଚାଇ ରଖିଛନ୍ତି।

Get real time updates directly on you device, subscribe now.