fbpx

ହୋମଗାର୍ଡ଼ଙ୍କ ପାଇଁ ଖୁସିଖବର, ଦୈନିକ ଦରମା ହେବ ୫୦୦ଟଙ୍କା

ଭୁବନେଶ୍ୱର, ୨୮ା୨(ଓଡ଼ିଶା ଭାସ୍କର): ହୋମଗାର୍ଡ଼ଙ୍କ ପାଇଁ ଖୁସି ଖବର ଯେ ଏଣିକି ସେମାନଙ୍କ ଦୈନିକ ଦରମା ୫୦୦ଟଙ୍କା ହେବ । ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜାନୁଆରି ୧ରୁ ପିଛିଲା ଭାବେ ଏହି ବର୍ଦ୍ଧିତ ଦରମା ଲାଗୁ ହେବ । ରାଜ୍ୟର ୧୭ହଜାର ୭୫୭ ହୋମଗାର୍ଡ଼ ଏଥିରେ ଉପକୃତ ହେବେ । ସର୍ବନିମ୍ନ ପୋଲିସ କର୍ମଚାରୀଙ୍କ ହାରରେ ହୋମଗାର୍ଡ଼ଙ୍କୁ ଦରମା ମିଳିବ । ମାସକ ମଧ୍ୟରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ନିୟମକୁ ୮ଟି ରାଜ୍ୟ ଲାଗୁ କରିଥିବା ନେଇ ନେଇ ସୂଚନା ରହିଛି । କିନ୍ତୁ ଓଡ଼ିଶାରେ ଏହି ନିୟମ ଲାଗୁ ହୋଇନଥିଲା ।

Get real time updates directly on you device, subscribe now.