fbpx

ଶସ୍ତା ହେଲା ହୋମ୍ ଲୋନ୍ ସୁଧ: ଆଜି ହିଁ ଆବେଦନ କରନ୍ତୁ

ନୂଆଦିଲ୍ଲୀ, ୬ା୩: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ହୋମ୍ ଲୋନ ରେଟ ହ୍ରାସ କରାଯାଇଛି । ଏହି ସୁଧ ହାର ହ୍ରାସ ୧୦ ବର୍ଷ ମଧ୍ୟରେ ସର୍ବନିମ୍ନ ବୋଲି କୁହାଯାଇଛି । ପୂର୍ବରୁ ଏସବିଆଇ ସହିତ ଅନ୍ୟ ବ୍ୟାଙ୍କମାନେ ମଧ୍ୟ ହୋମ ଲୋନ ରେଟ ହ୍ରାସ କରିଥିଲେ । ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ସୁଧ ହାର ହ୍ରାସ କରି ୬.୭୦ ପ୍ରତିଶତ ରଖାଯାଇଛି । ମାର୍ଚ୍ଚ ମାସ ୫ ତାରିଖ ଠାରୁ ଏହି ରେଟ କାର୍ଯ୍ୟକାରୀ ହେବ ।

ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋମ ଲୋନଧାରୀଙ୍କ ପାଇଁ ଏହି ସୁଧ ହ୍ରାସ ଲାଭ ଦାୟକ ହେବ । ୭୫ ଲକ୍ଷରୁ ଅଧିକ ଲୋନ କ୍ଷେତ୍ରରେ ୬.୭୫ ପ୍ରତିଶତ ସୁଧ ଲାଗୁହେବ । ଏହା ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଆରବିଆଇ ପକ୍ଷରୁ ରେପୋ ରେଟ୍ ୪ ପ୍ରତିଶତ ରଖାଯାଇଛି । ତେଣୁ ବ୍ୟାଙ୍କ ସୁଧ ହ୍ରାସ କରିବା ସହଜ ହୋଇଛି । ଆରବିଆଇ ପକ୍ଷରୁ ବ୍ୟାଙ୍କ ମାନଙ୍କୁ ଶସ୍ତାରେ ଋଣ ମିଳୁଥିବାରୁ ଏହାର ବେନିଫିଟ ବ୍ୟାଙ୍କ ଗ୍ରାହକଙ୍କ ନିକଟରେ ପହଞ୍ଚାଉଛି । ଏଚଡିଏଫସି ମଧ୍ୟ ହୋମ ଲୋନ ପାଇଁ ସୁଧ ହ୍ରାସ କରିବାକୁ ଘୋଷଣା କରିଛି ।

Get real time updates directly on you device, subscribe now.