fbpx

ମନ୍ତ୍ରୀ ହେବ ତ ଏମିତି: ହସ୍ପିଟାଲରେ କୋଭିଡ୍ ବେଡ୍ କମ୍ ପଡିବାରୁ ନିଜ ଘରକୁ କୋଭିଡ୍ କେୟାର ସେଣ୍ଟର୍ କଲେ ଗୃହମନ୍ତ୍ରୀ

କର୍ଣ୍ଣାଟକ, ୧୫/୦୫(ଓଡିଶା ଭାସ୍କର) : ହସ୍ପିଟାଲରେ କୋଭିଡ୍ ବେଡ କମ୍ ପଡିବାରୁ ନିଜ ଘରକୁ କୋଭିଡ୍ କେୟାର ସେଣ୍ଟରରେ ପରିଣତ କଲେ ବିଜେପିର ବରିଷ୍ଠ ନେତା ବସଭରାଜ ବୋମ୍ମଇ । ସେ ଗୃହମନ୍ତ୍ରୀ ସହିତ ଆଇନ ମନ୍ତ୍ରୀ ମଧ୍ୟ । ସେ ରାଜ୍ୟରେ ବିଭିନ୍ନ ହସ୍ପିଟାଲରେ କୋଭିଡ୍ ବେଡ୍ କମ୍ ପଡୁଥିବାରୁ ନିଜ ଘରକୁ ଏକ ମିନି କୋଭିଡ୍ କେୟାର ସେଣ୍ଟର୍ କରି ଦେଇଛନ୍ତି ।

ଶ୍ରୀ ବୋମ୍ମୟୀ ମେ ୧୩ ତାରିଖରେ ଶିଗଗାଁଓରେ ଏକ ବିକଶିତ କୋଭିଡ୍ କେୟାର ସେଣ୍ଟର୍ ସ୍ଥାପିତ କରିବା ପାଇଁ ନିଜ ଘରକୁ ଆକ୍ରାନ୍ତ ମାନଙ୍କ ପାଇଁ ଦେଇଛନ୍ତି ।

ଜାତୀୟ ଗଣମାଧ୍ୟମର ସୁଚନା ଅନୁଯାୟୀ, ଗୃହମନ୍ତ୍ରୀଙ୍କ ଘରେ ଚିିକିତ୍ସା ସମ୍ପର୍କିତ ସବୁ ପ୍ରକାର ସୁବିଧା ଉପଲବ୍ଧ ରହିଛି । ସେଠାରେ ୫୦ ଟି କୋଭିଡ୍ ବେଡ୍ ରହିଛି । ଆଉ ସବୁ ବେଡରେ ଅକ୍ସିଜେନ୍ ର ସୁବିଧା ମଧ୍ୟ ରହିଛି । ସୁଚନା ରହିଛି ଯେ, ଆଉ କିଛି ଦିନ ପରେ ସେଠାକୁ ଅକ୍ସିଜେନ୍ କନସେନଟ୍ରେଟର୍ ମଧ୍ୟ ଅଣାଯିବ । କୋଭିଡ୍ ଆକ୍ରାନ୍ତ ମାନଙ୍କ ଉତ୍ତମ ଚିକିତ୍ସା ପାଇଁ ପ୍ରତି ବେଡ୍ ରେ ଅକ୍ସିଜେନ୍ ର ବ୍ୟବସ୍ଥା ରହିବ । ତେବେ ଖାଲି ସେତିକି ନୁହେଁ କୋଭିଡ୍ ଆକ୍ରାନ୍ତ ମାନଙ୍କ ଚିକିତ୍ସା ପାଇଁ ସେ ୨୫ଟି ଅକ୍ସିଜେନ୍ କନସେନଟ୍ରେଟର୍ ଶିଗଗାଁଓରେ ଥିବା ଏକ ହସ୍ପିଟାଲକୁ ଦେଇଛନ୍ତି ।

 

Get real time updates directly on you device, subscribe now.