fbpx

‘ଦିଲ୍ଲୀରେ ହେଲିକପ୍ଟର ଲ୍ୟାଣ୍ଡିଂ ପାଇଁ ଅନୁମତି ନାହିଁ’ ଗେହଲଟ-ବାଘେଲଙ୍କ ଦାବି ଖାରଜ କଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ଜି-୨୦ ସମ୍ମିଳନୀର ପ୍ରଥମ ଦିନରେ ରାତ୍ରିଭୋଜକୁ ନେଇ ଚର୍ଚ୍ଚା ଲାଗି ରହିଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦିଲ୍ଲୀରେ ଲ୍ୟାଣ୍ଡିଙ୍ଗର ଅନୁମତି ମିଳି ନଥିବା ଦାବି କରିଛନ୍ତି । କଂଗ୍ରେସ ଶାସିତ ଉଭୟ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଏହାର ସଫେଇ ଦେଇ ଏହାକୁ ଖାରଜ କରିଛନ୍ତି । ଏହା ମିଛ ବୋଲି ଏମଏଚଏ କହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଉପରେ କୌଣସି ପ୍ରକାର ରୋକ ନାହିଁ ବୋଲି କୁହାଯାଇଛି ।

ଗୃହ ମନ୍ତ୍ରାଳୟର ପ୍ରବକ୍ତା ସ୍ପଷ୍ଟ କରିଛନ୍ତି ଯେ, ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଜାରି ରହିଛି । ଏଥିପାଇଁ ସେପ୍ଟେମ୍ବର ୮-୧୧ ତାରିଖ ପର୍ଯ୍ୟନ୍ତ ଏକ ଉଚ୍ଚ ସୁରକ୍ଷା କଭର ନିୟୋଜିତ କରାଯାଇଛି । ତେବେ ରାଜ୍ୟପାଳଙ୍କ ସମେତ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ପାଇଁ ଏହି କଟକଣା ଲାଗୁ କରାଯାଇ ନାହିଁ । ସେମାନେ ନିଜ ହେଲିକପ୍ଟରରେ ଯାତାୟତ କରିପାରିବେ । ଏହାସହିତ ସେମାନଙ୍କ ବିମାନ ଲ୍ୟାଣ୍ଡିଂ ପାଇଁ କୌଣସି ପ୍ରକାର ରୋକ ଲଗା ଯାଇ ନାହ÷ିଁ ବୋଲି କହିଛି ଗୃହ ମନ୍ତ୍ରାଳୟ । ନିକଟରେ ଜି-୨୦ ଶିଖର ସମ୍ମିଳନୀର ରାତ୍ରିଭୋଜନଗକୁ ନେଇ ଏକ ବୟାନ ଦେଇଥିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲ ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦିଲ୍ଲୀ ଏବଂ ଏହାର ଆଖପାଖରେ ବିମାନ ପ୍ରତିବନ୍ଧକ ରହିଥିବାରୁ ତାଙ୍କ ବିମାନକୁ ଲ୍ୟାଣ୍ଡିଂ ପାଇଁ ଅନୁମତି ମିଳିପାରିନାହିଁ । ଗୃହ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଏକ ଗଣମାଧ୍ୟମ ରିପୋର୍ଟରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ତାଙ୍କ ହେଲିକପ୍ଟର ଉଡ଼ାଣ ପାଇଁ ଗୃହ ମନ୍ତ୍ରଣାଳୟ ମଞ୍ଜୁର କରିବାକୁ ମନା କରି ଦେଇଛି। ସିକର୍ ସମେତ ରାଜସ୍ଥାନ ଉଗ ରୁ ବିମାନ ଅନୁମତି ପାଇଁ ଚାରୋଟି ଅନୁରୋଧ ଗ୍ରହଣ କରାଯାଇଥିଲା ଜ୍ଝ

Get real time updates directly on you device, subscribe now.