କାନବିନ୍ଧା ହେଉଥିଲେ ଆପଣାନ୍ତୁ କିଛି ଘରୋଇ ଉପଚାର

ସମସ୍ତେ ପ୍ରାୟେ କେବେ ନା କେନେ କାନ ବିନ୍ଧାର ଶିକାର ହୋଇଥାନ୍ତି। ଏହି କାନ ବିନ୍ଧା ଅନେକ କାରଣରୁ ହୋଇଥାଏ। କାନରେ ପାଣି ଜମାହେବା କାରଣରୁ ମଇଳା ଜମା ହୋଇଯାଏ। ଏହି କାରଣରୁ ସଂକ୍ରମଣ ସମସ୍ୟା ଓ ଟନ୍ସିଲ୍‌ ବଢିଯାଇ କାନ ଦରଜ ହୋଇଯାଏ। ଫଳରେ କମ୍‌ ଶୁଣିବା ସହ ମୁଣ୍ଡ ବିନ୍ଧା ପ୍ରବଳ ହୋଇଥାଏ। ଏପରି ସମସ୍ୟା ଦେଖାଦେଲେ ଡେରି ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହାସହ କିଛି ଘରୋଇ ଉପଚାର ମଧ୍ୟ କରିପାରିବେ। ଆସନ୍ତୁ ଜାଣିବା କାନବିନ୍ଧା ହେଲେ କେଉଁ ଘରୋଇ  ଉପଚାର ଆପଣେଇବା।

ସୋରିଷ ତେଲକୁ ଅଳ୍ପ ଉଷୁମ କରି କିଛି ବୁନ୍ଦା କାନରେ ପକାନ୍ତୁ। କିଛି ସମୟ ପରେ ଆରାମ ଅନୁଭବ କରିବେ। ସୋରିଷ ତେଲ ବଦଳରେ ଆପଣ ବାଦାମ ତେଲ ମଧ୍ୟ ବ୍ୟବହାର କରିପାରିବେ।

ସେହିପରି ପିଆଜ ରସ ମଧ୍ୟ ଆପଣ ବ୍ୟବହାର କରିପାରିବେ। ପିଆଜ ରସକୁ ଗରମ କରି କିଛି ବୁନ୍ଦା କାନରେ ପକାଇଲେ ଆରାମ ମିଳିବ।

ଆପଲ୍‌ ସାଇଡର୍‌ ଭିନେଗାର  କିଛି ବୁନ୍ଦା କାନରେ ପକାଇବା ଦ୍ୱାରା କାନରେ ବ୍ୟାକ୍ଟେରିଆ  ନଷ୍ଟ ହୋଇ ଯାଇଥାଏ।

ଗରମ ପାଣି କରି ପାତ୍ର ରେ ରଖି ପାଦ କୁ ବୁଡାଇ ରଖନ୍ତୁ। ଦେଖିବେ କାନ ବିନ୍ଧାରୁ ଉପଶମ ମିଳିବ।

ଯଦି ଆପଣଙ୍କ କାନ ବିନ୍ଧା ଜୋରସେ ହେଉଛି ଆଉ ଆପଣ ସମ୍ଭାଳି ପାରୁନାହାନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।