fbpx
BSKY SKY
BSKY SKY

Hondaର ନୂଆ ଇଲେକ୍ଟ୍ରିକ ସ୍କୁଟର U-GO, ଜାଣନ୍ତୁ ଫିଚର୍ସ ଏବଂ ପ୍ରାଇସ

BSKY

ନୂଆଦିଲ୍ଲୀ: ହୋଣ୍ଡା ମୋଟର୍ସ ଇଣ୍ଡିଆ ଏହାର ସୁଲଭ ଇଲେକ୍ଟ୍ରିକ ସ୍କୁଟର U-GO ଲଞ୍ଚ କରିଛି । କମ୍ପାନୀ ଏହି ଇଲେକ୍ଟ୍ରିକ ସ୍କୁଟରକୁ chinese arm wuyang ପ୍ଲାଟଫର୍ମ ଦ୍ୱାରା ବିକଶିତ କରିଛି । କମ୍ପାନୀ ଏହି ସ୍କୁଟରର ୨ଟି ଭାରିଏଣ୍ଟ ପ୍ରସ୍ତୁତ କରିଛି । ଯେଉଁଥିରେ ଅଲଗା ଅଲଗା ପାୱାରର ବ୍ୟାଟେରୀ ରହିଛି ।

ଏହି ଇଲେକ୍ଟ୍ରିକ ସ୍କୁଟରରେ କମ୍ପାନୀ 1.2 KWର continuous hub ମୋଟର ଦେଇଛି ଯାହା 1.8 kW ପାୱାର ଆଉଟପୁଟ ଦେଇଥାଏ । ଯାହାର ଟପ ସ୍ପିଡ 53 kmph ରହିଛି । ସେହିଭଳି ଦ୍ୱିତୀୟ ଭାରିଆଣ୍ଟରେ 800 Wର continuous hub ମୋଟର ଦିଆଯାଇଛି ଯାହା 1.2 kW ପାୱାର ଆଉଟପୁଟ ଦେଇଥାଏ । ସେହିଭଳି ଏହାର ଟପ ସ୍ପିଡ 43 kmph ରହିଛି ।

Honda U-GOର ଫିଚର୍ସ- ଏହି ଇଲେକ୍ଟ୍ରିକ ସ୍କୁଟରରେ LCD ସ୍କ୍ରିନ ଦିଆଯାଇଛି । ଯେଉଁଥିରେ ସ୍ପିଡ, ଚାର୍ଜ, ରାଇଡିଙ୍ଗ ମୋଡ୍ ଭଳି ଫିଚର୍ସର ସୂଚନା ମିଳିବ । ସେହିଭଳି ସ୍କୁଟରରେ ଆପଣଙ୍କୁ ଏଲଇଡି ହେଡଲାଇଟ ସହ ଟ୍ରିପଲ ବୀମ ଫ୍ରଣ୍ଟ ଆପ୍ରୋଚ ମିଳିବ । ସ୍କୁଟରର ଫ୍ରଣ୍ଟରେ ୧୨ଇଞ୍ଚର ଏବଂ ପଛରେ ୧୦ ଇଞ୍ଚର ଆଲଏ ହ୍ୱିଲ ମିଳିବ । ଏହି ଇଲେକ୍ଟ୍ରିକ ସ୍କୁଟରରେ ସିଟ ତଳେ 26L ବୁଟ ସ୍ପେସ ଦେଖିବାକୁ ମିଳିବ ଏବଂ ଏହି ସ୍କୁଟରର ଦାମ ୮୫୦୦୦ ଟଙ୍କା ରହିଛି । ତେବେ ବର୍ତ୍ତମାନ ଏହି ସ୍କୁଟର ଚୀନରେ ଉପଲବ୍ଧ ଥିବାବେଳେ ଆଗାମୀ ସମୟରେ ଏହା ଭାରତରେ ଲଞ୍ଚ ହୋଇପାରେ ।

Honda U-GOରେ ମିଳିବ ଏହି ମାଇଲେଜ ରେଞ୍ଚ- ଏହି ଦୁଇ ସ୍କୁଟରରେ କମ୍ପାନୀ 48Vର Removable Lithium Battery ପ୍ୟାକ ଦିଆଯାଇଛି । ଯାହା 65 KM ରେଞ୍ଜର ମାଇଲେଜ ଦେଇଥାଏ । ଏହି ସ୍କୁଟରରେ ଆପଣ ଅତିରିକ୍ତ ବ୍ୟାଟେରୀ ପ୍ୟାକ ଲଗାଇ 130 KM ପର୍ଯ୍ୟନ୍ତ ବଢ଼ାଯାଇପାରିବ ।

Get real time updates directly on you device, subscribe now.