fbpx

ଇତିହାସ ରଚିଲେ ନୀରଜ: ଭାରତକୁ ଦେଲେ ପ୍ରଥମ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଟୋକିଓରେ ଇତିହାସ ରଚିଛନ୍ତି ଭାରତୀୟ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା । ନିଜର ଦ୍ୱିତୀୟ ପ୍ରୟାସରେ ନୀରଜ ୮୭.୫୮ ମିଟର ଦୂରକୁ ଜାଭେଲିନ୍ ଫୋପାଡିବା ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଚଳିତ ଅଲିମ୍ପିକ୍ସରେ ଏହା ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ହୋଇଥିବା ବେଳେ ଆଥଲେଟିକ୍ସରେ ମଧ୍ୟ ଏହା ଦେଶର ପ୍ରଥମ ପଦକ । ଚେକ ରିପବ୍ଲିକର ଜାକୁବ ଭାଡଲେକ୍ ଓ ଭିଟେଜସ୍ଲାଭ ଭେସଲେ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ନୀରଜ ପ୍ରଥମ ପ୍ରୟାସରେ ୮୭.୦୩ ମିଟର ଦୂରତା ହାସଲ କରିଥିବା ବେଳେ ଦ୍ୱିତୀୟ ପ୍ରୟାସରେ ୮୭.୫୮ ମିଟର ଅତିକ୍ରମ କରିଥିଲେ । ରୌପ୍ୟ ପଦକ ହାସଲ କରିଥିବା ଜାକୁବ୍ ୮୬.୬୭ ମିଟରର ଦୂରତ୍ୱ ହାସଲ କରିଥିବା ବେଳେ ବ୍ରୋଞ୍ଜ ହାସଲ କରିଥିବା ଭେସଲେ ୮୫.୪୪ ମିଟର ଦୂରତ୍ୱ ଛୁଇଁଛନ୍ତି । ପାକିସ୍ତାନୀ ଆଥଲେଟ ଅର୍ଶଦ ନଦୀମ୍ ୮୪.୬୨ ମିଟର ସହିତ ପଞ୍ଚମ ସ୍ଥାନରେ ରହିଥିଲେ ।

Get real time updates directly on you device, subscribe now.