fbpx

ବଜରଙ୍ଗଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ; ଲେଖିଲେ ଏମିତି

ନୂଆଦିଲ୍ଲୀ: ପଦାର୍ପଣରେ ଅଲିମ୍ପିକ୍ସ ପଦକ ହାସଲ କରିବାର ସଫଳତା ହାସଲ କରିଥିବା ବଜରଙ୍ଗ ପୁନିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬୫ କିଗ୍ରା ବର୍ଗରେ ବ୍ରୋଞ୍ଜ ପଦକ ମୁକାବିଲାରେ କାଜାଖସ୍ତାନର ଦୌଲେତ ନିୟାଜବେକୋଭଙ୍କୁ ୮-୦ରେ ପରାସ୍ତ କରିବା ସହିତ ବଜରଙ୍ଗ ଦେଶପାଇଁ ଷଷ୍ଠ ପଦକ ହାସଲ କରିଛନ୍ତି ।

ବିଶ୍ୱ ମାନ୍ୟତାରେ ୧ ନମ୍ବର ସ୍ଥାନରେ ରହିଥିବା ବଜରଙ୍ଗ କୁସ୍ତିରେ ଭାରତ ପାଇଁ ଦ୍ୱିତୀୟ ପଦକ ହାସଲ କରିଛନ୍ତି । ବଜରଙ୍ଗଙ୍କୁ ବ୍ରୋଞ୍ଜ ପଦକ ପାଇଁ ଶୁଭେଚ୍ଛା ଜଣାଇବା ସହିତ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.