fbpx
BJD SKY
BJD SKY

‘ମୋ ବରକୁ ଉଠାଇନେଲେ ପରିବାର ଲୋକ’; ମଙ୍ଗୁଳା ହୋଇ ରହିଗଲା କନ୍ୟା

ବାହାଘର ପୂର୍ବରୁ ବରକୁ ଉଠାଇନେଲେ ପୁଅର ପରିବାର ଲୋକ

BJD

ପୁରୀ(ଓଡ଼ିଶା ଭାସ୍କର): ପ୍ରେମ କରି ଅନ୍ଧାରକୁ ଚାଲିଗଲା ପ୍ରେମିକାର ଭବିଷ୍ୟତ । ବିବାହ ବେଦୀରୁ ପ୍ରେମିକାକୁ ମଙ୍ଗୁଳା କନ୍ୟା ଅବସ୍ଥାରେ ଛାଡ଼ି ଚାଲିଗଲା ପ୍ରେମିକ । ଶେଷରେ ଆଇନର ଆଶ୍ରୟ ନେଇଛନ୍ତି ଅସହାୟ ପ୍ରେମିକା । ପ୍ରେମିକକୁ ଅପହରଣ କରାଯାଇଥିବା ନେଇ ଏସ.ପି ନିକଟରେ ଅଭିଯୋଗ କରିଛନ୍ତି ।

ଏଭଳି ଏକ ଘଟଣା ଏବେ ପୁରୀ ସହରରେ ଆଲୋଡନ ସୃଷ୍ଟି କରିଛି । ପ୍ରେମିକା ହେଉଛନ୍ତି ମାର୍କେଣ୍ଡସ୍ୱର ସାହିର ରୁବି ନାୟକ ଓ ପ୍ରେମିକ ବଳିଆପଣ୍ଡା ସାହିର ଦିପ୍ତରଂଜନ ଦାସ । ଉଭୟ ପରସ୍ପରକୁ ଭଲ ପାଉଥିଲେ ଏବଂ ଦୁହେଁ ଅଗଷ୍ଟ ୨ ତାରିଖରେ କୋର୍ଟରେ ବିବାହ କରିଥିଲେ । କୋର୍ଟରେ ବିବାହ ପରେ ଦିପ୍ତୀରଞ୍ଜନ ରୁବିଙ୍କୁ ନେଇ ତାଙ୍କ ଘରକୁ ଯାଇଥିଲେ କିନ୍ତୁ ଦିପ୍ତୀରଞ୍ଜନଙ୍କ ଘରଲୋକ ତାଙ୍କୁ ଘରେ ପୁରାଇ ନଥିଲେ । ଫଳରେ ଉଭୟ ରୁବିଙ୍କ ବାପଘରେ ରହୁ୍ଥିଲେ । ସେପଟେ ରୁବିଙ୍କ ବାପ ଘର ଲୋକ ବୈଦିକ ରୀତିରେ ଉଭୟଙ୍କ ବିବାହ କରିବାକୁ ଚାହିଥିଲେ । ଏଥିପାଇଁ ଶୁକ୍ରବାର ଆଖଣ୍ଡଳମଣି ମନ୍ଦିରରେ ବିବାହ ହେବାକୁ ନିଷ୍ପତି ନିଆଯାଇଥିଲା ।

ଗୁରୁବାର ମଙ୍ଗନ କାର୍ଯ୍ୟ ମଧ୍ୟ ସରିଥିଲା । ତେବେ ଶୁକ୍ରବାର ଦୁହେଁ ମନ୍ଦିରକୁ ଯିବା ପୂର୍ବରୁ ବ୍ୟାଙ୍କଙ୍କୁ ଦୁହେଁ ଟଙ୍କା ଉଠାଇବାକୁ ଯାଇଥିବା ସମୟରେ ଦୀପ୍ତିରଞ୍ଜନଙ୍କ ପରିବାର ଲୋକ କିଛି ସହଯୋଗୀ ରୁବିଙ୍କୁ ଦିପ୍ତୀରଞ୍ଜନଙ୍କୁ ଉଠାଇନେଇଥିଲେ । ସେପଟେ ଏନେଇ ରୁବିଙ୍କ ପରିବାର ଲୋକ ଥାନାର ଦ୍ୱାରସ୍ଥ ହେବା ସହ ରୁବିଙ୍କୁ ନ୍ୟାୟ ଦେବାପାଇଁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.