fbpx
BSKY
BJD MC SKY
BJD YOUTH SKY

ଦ୍ୱିତୀୟ ଥର କୋର୍ଟରେ ହାଜର ନହେବାରୁ ହନି ସିଂହଙ୍କୁ କୋର୍ଟଙ୍କ କଡା ତାଗିଦ୍, କହିଲେ- ଆଇନରୁ କେହି ଉପରେ ନାହାନ୍ତି

ମୁମ୍ବାଇ: ବଲିଉଡ୍ ର ଲୋକପ୍ରିୟ ଗାୟକ ହନି ସିଂ ଏବେ ଘରୋଇ ହିଂସା ମାମଲାରେ ଫଶିଛନ୍ତି । ଯେଉଁ ମହିଳାଙ୍କୁ ସେ ପିଲା ଦିନରୁ ଭଲ ପାଉଥିଲେ ତାକୁ ହିଁ ବିବାହ କଲେ ସତ ହେଲେ ଫେମସ୍ ସିଙ୍ଗର୍ ହେବା ପରେ ତାଙ୍କ ସହ କରିଥିବା ଅତ୍ୟାଚାର ଏବେ ସାରା ଦୁନିଆ ଦେଖିଲା । ଏଥିପାଇଁ ସେ ୟୁଜର୍ ମାନେ ହସି ସିଂଙ୍କୁ ଅନେକ ସମାଲୋଚନା କରାଯାଇଛି । ତେବେ ଏହି ମାମଲାରେ ସେ ଆସନ୍ତା ମାସ ୩ ତାରିଖରେ କୋର୍ଟରେ ହାଜର ହେବେ । ସେ ଆଜି କୋର୍ଟରେ ହାଜର ହେବାର ଥିଲା । କିନ୍ତୁ କୌଣସି ଏକ କାରଣ ଦେଇ ସେ କୋର୍ଟକୁ ଆସିନଥିଲେ । ତେଣୁ ଏନେଇ କୋର୍ଟ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ।

ହନି ସିଂଙ୍କ ଉପରେ ତାଙ୍କ ପତ୍ନୀ ଗମ୍ଭୀର ଆରୋପ ଲଗାଇଛନ୍ତି । ଆଉ ଏହି ମାମଲାର ଶୁଣାଣି ତିସ୍ ହଜାରୀ କୋର୍ଟରେ ଚାଲିଛି । ଏହି ପରିପ୍ରେକ୍ଷୀରେ କୋର୍ଟରେ ଆଜି ଶୁଣାଣି ଆରମ୍ଭ ହେବାପରେ ହନି ସିଂଙ୍କ ଓକିଲ କହିଥିଲେ ଯେ, ତାଙ୍କ କ୍ଲାଇଣ୍ଟ୍ ଙ୍କ ସ୍ୱାସ୍ଥ୍ର୍ୟବସ୍ଥା ଠିକ୍ ନାହିଁ । ତେଣୁ ସେ ହାଜର ହୋଇପାରିବେ ନାହିଁ । ଏଥିରେ ବିପକ୍ଷ ଅସନ୍ତୁଷ୍ଟ ଜାହିର୍ କରିଥିଲେ । ଏହାପରେ କୋର୍ଟ ଏହି ମାମଲାର ଶୁଣାଣି ସେପ୍ଟେମ୍ବର ୩ ତାରିଖ ଅପରାହ୍ନ ୧୨ ଟାରେ କରାଯିବ ବୋଲି କହିଥିଲେ ।

କଣ ରହିଛି ମାମଲା?

ହନି ସିଂଙ୍କ ଉପରେ ଘରୋଇ ହିଂସା ମାମଲାରେ ମକଦ୍ଦମା ଦାଖଲ ହୋଇଚି । ହନି ସିଂଙ୍କ ପତ୍ନୀ, ତାଙ୍କ ସ୍ୱାମୀ, ଶାଶୁ ଭୁପିନ୍ଦର୍ କୌର୍ , ଶ୍ୱଶୁର ସରବଜୀତ କୌର୍ ଏବଂ ନଣନ୍ଦ ସ୍ନେହ ସିଂଙ୍କ ନାଁରେ ଘରୋଇ ହିଂସା ମାମଲା ଦାଖଲ କରିଛନ୍ତି । ୧୨୦ ପୃଷ୍ଠା ବିଶିଷ୍ଟ ଆବେଦନରେ ପତ୍ନୀ ଶାଲିନୀ ତଲୱାର୍ ନିଜ ସ୍ୱାମୀ ହନି ସିଂଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଆଶ୍ଚର୍ଯ୍ୟକର । ସେ କହିଛନ୍ତି ଯେ, ସେମାନେ ହନିମୁନ୍ ପାଇଁ ମରିସସ୍ ଯାଇଥିଲେ । ସେଠାରେ ହନି ସିଂଙ୍କ ବ୍ୟବହାରରେ ଖୁବ୍ ପରିବର୍ତ୍ତନ ଦେଖିବାକୁ ପାଇଥିଲେ । ସେ ଖୁବ୍ ଖରାପ ବ୍ୟବହାର କରିଥିଲେ । ଆଉ ଶାଲିନୀ ଯେତେବେଳେ ଏହିପରି ରାଗିବା ପଛର କାରଣ ପଚାରିଥିଲେ ହନି ସିଂ ଖୁବ୍ ରାଗିଯାଇଥିଲେ ଓ ତାଙ୍କୁ ବେଡ୍ ଉପରକୁ ଠେଲି ଦେଇଥିଲେ । ଏଥିସହ ଖୁବ୍ ମାରପିଟ୍ କରିଥିଲେ ।

Get real time updates directly on you device, subscribe now.