fbpx

ଥାନାରେ ଓଡ଼ିଆ ଅଭିନେତା ବବି ମିଶ୍ର ଅଟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବବି ମିଶ୍ରଙ୍କୁ ଅଟକ ରଖିଛି ପୋଲିସ । ପଡ଼ୋଶୀଙ୍କ ଅଭିଯୋଗ କ୍ରମେ ବବିଙ୍କୁ ଅଟକ ରଖିଛି ନୟାପଲ୍ଲୀ ପୋଲିସ । ମଦପିଇ ପଡୋଶୀଙ୍କୁ ମାଡ଼ ଓ ଗାଳିଗୁଲଜ କରିଥିବା ନେଇ ବବିଙ୍କ ନାଁରେ ଅଭିଯୋଗ ହୋଇଛି । ଦିନକୁ ଦିନ ବବି ଓ ତାଙ୍କ ସହଯୋଗୀଙ୍କ ଉତ୍ପାତ ବଢ଼ୁଥିବା ଥାନାରେ ଅଭିଯୋଗ ହୋଇଛି ।

ତେବେ ମଦ ପିଇ କାର୍ ପାର୍କିଂକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହା ପରେ ବବି ପଡ଼ୋଶୀଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ । ଏନେଇ ନୟାପଲ୍ଳୀ ଥାନାରେ ଅଭିଯୋଗ କରିଥିଲେ ପଡ଼ୋଶୀ ତପି ମିଶ୍ର । ଫଳରେ ନୟାପଲ୍ଲୀ ପୋଲିସ ବବିଙ୍କ ଅଟକ ରଖି ପଚରାଉଚରା କରୁଛି । କିନ୍ତୁ ତାଙ୍କ ନାଁରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ବବି ମିଶ୍ର । ସେ କହିଛନ୍ତି , ମୋର ବନ୍ଧୁକ ନାହିଁ କି କୌଣସି ଗ୍ୟାଙ୍ଗଷ୍ଟାର ନାଁରେ ଧମକ ଦେଇନି ।

Get real time updates directly on you device, subscribe now.