fbpx
BSKY
BJD MC SKY
BJD YOUTH SKY

ପବଜି ଗେମ୍ ପାଇଁ ମାଆଙ୍କ ଖାତାରୁ ୧୦ ଲକ୍ଷ ଟଙ୍କା ଖାଲି କରିଦେଲା ପୁଅ, ଗାଳି କରିବାରୁ ଘର ଛାଡ଼ି ଫେରାର୍

ମୁମ୍ବାଇ: ପବଜି ଗେମ୍ ଛୋଟ ଛୋଟ ପିଲାଙ୍କ ବଭିଷ୍ୟତକୁ ଏକଦମ୍ ନଷ୍ଟ କରିଦେଇଛି । ଖାସ୍ କରି ଏହି କରୋନ ମହାମାରୀ ସମୟରେ ପିଲା ମାନେ ଫୋନ୍ ସହ ଦିନରାତି ସମୟ ବିତାଉଥିବାରୁ ବାପା-ମାଆ ମାନେ ଚିନ୍ତା ପ୍ରକଟ କରୁଛନ୍ତି । ଏହି ସବୁ ଭିତରେ ଏକ ଆଶ୍ଚର୍ଯ୍ୟ କରିବା ପରି ଖବର ସାମନାକୁ ଆସିଛି । ୧୬ ବର୍ଷ ବୟସର ଜଣେ ପିଲା ପବଜି ଗେମ୍ ଖେଳିବା ସହିତ ମାଆଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଗାୟବ୍ କରିଦେଇଛି । ଆଉ ଯେତେବେଳେ ମାଆ ବାପା ଏନେଇ ଉକ୍ତ ପିଲାକୁ ଗାଳି କରିଥିଲେ ସେ ଘର ଛାଡ଼ି କୁଆଡ଼େ ଚାଲି ଯାଇଛି ।

ମୁମ୍ବାଇ ପୋଲିସ୍ ର ଜଣେ ଅଧିକାରୀ ଏସମ୍ପର୍କରେ କହିଚନ୍ତି ଯେ, ଏହି ଘଟଣା ବୁଧବାର ଦିନ ସନ୍ଧ୍ୟାରେ ଘଟିଛି । ବୁଧବାର ଦିନ ଉକ୍ତ ପିଲାର ବାପା ପୋଲିସ୍ ଷ୍ଟେସନ୍ ରେ ଅଭିଯୋଗ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅ କୁଆଡ଼େ ନିଖୋଜ ହୋଇଯାଇଛି । ପୋଲିସ୍ ଏଥିରେ ଏକ ଅପହରଣ ମାମଲା ରୁଜୁ କରି ଖୋଜାଖୋଜି ଆରମ୍ଭ କରିଛି ।

ତେବେ ଯାଞ୍ଚ ସମୟରେ ଉକ୍ତ ପିଲାଟିର ବାପା କହିଥିଲେ ଯେ, ଗତ ମାସରୁ ସେ ମୋବାଇଲ୍ ଗେମ୍ ପ୍ରତି ଆକର୍ଷିତ ହୋଇଛି । ଦିନ ରାତି ମୋବାଇଳ୍ ଫୋନ୍ ସହିତ ସମୟ ବିତାଏ । ଆଉ ଏହି ସମୟରେ ସେ ମାଆଙ୍କ ଖାତାରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛି କେବଳ ପବଜି ଗେମ୍ ଖେଳିବା ପାଇଁ । ଏଥିପାଇଁ ସେମାନେ ଯେତେବେଳେ ତ୍ରାକୁ ଖୁବ୍ ଜୋରରେ ଗାଳି କରିଥିଲେ ସେ କୁହାଡ଼େ ଚାଲିଯାଇଥିଲା । ତେବେ ବହୁ ଖୋଜାଖୋଜି ପରେ ତାଙ୍କ ପୁଅକୁ ଗୁରୁବାର ଦିନ ପୋଲିସ୍ ଅନେ୍ଧରୀ ଅଞ୍ଚଳରୁ ଠାବ କରିଛି ।

Get real time updates directly on you device, subscribe now.