fbpx

ରାଶିଫଳ (ଶୁକ୍ରବାର ,୦୭ ମଇ ,୨୦୨୧)

ମେଷ : ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ । ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରିପାରନ୍ତି ।

ବୃଷ : ଆଜି ଆପଣଙ୍କ ଘରେ ଖୁସିର ପରିବେଶ ରହିବ । ଆଜି ଆପଣ ଏବଂ ଆପଣଙ୍କ ଘରଲୋକେ ମଉଜ ମଜଲିସରେ ମଜ୍ଜି ରହିବେ । ବିଦେଶରୁ ମଧ୍ୟ ଆପଣଙ୍କ ଆତ୍ମୀୟ ସଜ୍ଜନ ଆସି ପାରନ୍ତି ।

ମିଥୁନ : ଆଜି ଆପଣ ନିଜର ମୂଲ୍ୟବାନ ଜିନିଷକୁ ସାଇତି ରଖନ୍ତୁ, ନଚେତ୍ ତାହା ହଜିଯିବାର ସମ୍ଭାବନା ଅଛି । ଆଦୌ ଚିନ୍ତା କରନ୍ତୁ ନାହିଁ । କେବଳ ସତର୍କତା ଅବଲମ୍ବନ କରନ୍ତୁ ।

କର୍କଟ : ଯେକୌଣସି କାରଣ ହେଉନା କାହିଁକି ଆପଣଙ୍କର ଦୁଶ୍ଚିନ୍ତା ରହିବ । ଧୈର୍ଯ଼୍ୟଧରି ସମୟ ବିତାନ୍ତୁ । ସେ ସମ୍ବନ୍ଧରେ ଅଧିକ ଚିନ୍ତା କରନ୍ତୁ ନାହିଁ । ସମସ୍ୟା ଆସିବ ଓ ଉନ୍ନତି ପାଇଁ ସମସ୍ୟାରୁ ନିଶ୍ଚିତ କିଛି ଶିଖିବେ ।

ସିଂହ : ଆଜି ଦିନରେ ଆପଣ ଆଳସ୍ୟ ଅନୁଭବ କରିବେ । କିନ୍ତୁ ବର୍ତ୍ତମାନ ଆପଣ ଆଳସ୍ୟର ସମୟ କଟାଇଲେ ଚଳିବ ନାହିଁ । ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ । କୌଣସି ନା କୌଣସି କାର୍ଯ୍ୟରେ ନିଜକୁ ନିୟୋଜିତ ରଖନ୍ତୁ ।

କନ୍ୟା : ଆଜି ଆପଣ ଆତ୍ମବିଶ୍ଳେଷଣରେ ସମୟ ବିତାଇବେ । ଆପଣ କେତେ କଠିନ ପରିଶ୍ରମ କରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି, ସେ ବିଷୟରେ ଚିନ୍ତା କରିବେ ଏବଂ ଭବିଷ୍ୟତରେ କଣ କରିବେ ମଧ୍ୟ ଯୋଜନା କରିବେ ।

ତୁଳା : ଆପଣଙ୍କ ମାନସିକ ଅବସ୍ଥାରେ କିଛି ପରିବର୍ତ୍ତନ ହେବ ଏବଂ ଦିନତମାମ ଆପଣଙ୍କ ଏକାଗ୍ରତାର ଆଘାତ ସୃଷ୍ଟି ହେବ । କାହାରି ଉପରେ ଅଯ଼ଥାରେ ବିରକ୍ତି ଭାବ ପ୍ରକାଶ କରନ୍ତୁ ନାହିଁ ଏବଂ ନିଜେ ମଧ୍ୟ ମାନସିକ ଭାରସାମ୍ୟ ହରାନ୍ତୁ ନାହିଁ ।

ବିଛା : ଆପଣଙ୍କ ସୁଖ ସମ୍ବଳ ଆପଣଙ୍କୁ ବହୁତ ସାହାଯ୍ୟ କରିବ । ଆପଣ ଯାହା କିଛି ଆଜି କରନ୍ତୁ ନା କାହିଁକି ଆପଣଙ୍କ ଅନ୍ତରଆତ୍ମା ଇଚ୍ଛାନୁଯାୟୀ କାମକରନ୍ତୁ । ଆପଣ କୌଣସି ବିପଦକୁ ଡ଼ରିବେ ନାହିଁ ।

ଧନୁ : ଲମ୍ବା ସମୟ ଧରି ଅମୀମାଂସିତ ହୋଇରହିଥିବା କୌଣସି ଆଇନଗତ ସମସ୍ୟା ଆଜି ଆପଣଙ୍କ ସପକ୍ଷରେ ଯିବ । ଏ ସମସ୍ୟା ଆପଣଙ୍କୁ ବହୁତ ହଇରାଣ କରୁଥିଲା । ଏବେ ଆପଣଙ୍କ ସବୁ ସମସ୍ୟାର ସମାଧାନ ହୋଇଯିବ ଏବଂ ଜୀବନଧାରା ସ୍ୱାଭାବିକ ରୂପେ ଚାଲିବ ।

ମକର : ଆଜି ଆପଣ ମାନସିକ ଶାନ୍ତିରୁ ବଞ୍ଚିତ ରହିବେ । କୌଣସି ମନୋରଞ୍ଜନ କାର୍ଯ୍ୟରେ ଭାଗନେଲେ ବହୁତ ଉତ୍ତମ । ପରିବାର ସଦସ୍ୟ କିମ୍ବା ସାଥିମାନଙ୍କ ସହ ବାହାରେ ଭ୍ରମଣ କରନ୍ତୁ ।

କୁମ୍ଭ : ସାମାନ୍ୟ ବିବ୍ରତ ରହିବେ । ଦାୟିତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବନ୍ଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପାରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।

ମୀନ : ବହୁଦିନର ଲମ୍ବା ପ୍ରତୀକ୍ଷା ପରେ ଆଇନଗତ କେସର ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଯିବ, ଏବେ ଆପଣ ଶାନ୍ତିରେ ନିଶ୍ୱାସ ନେଇ ପାରିବେ । ଆପଣଙ୍କ ଓକିଲଙ୍କ ପରାମର୍ଶ ଏବେ କାମରେ ଲାଗିବ ।

Get real time updates directly on you device, subscribe now.