fbpx

ରାଶିଫଳ (ସୋମବାର, ୧୫ ଫେବୃୟାରୀ ୨୦୨୧)

ମେଷ: ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, ପ୍ରେମ ଓ ସାସାଂରିକ ଜୀବନରେ ଆନନ୍ଦ ପରିବେଶ ଦିନଭରି ଲାଗିରହିବ ଓ କୌଣସି ନୂତନ ବାହାନ କିଣିବାର ସମ୍ଭାବନା ରହିବ, କର୍ମକ୍ଷେତ୍ରରେ ସମସ୍ତ ପ୍ରକାର ସହଯୋଗ ମନକୁ ଆନନ୍ଦ ଦେବ ।

ବୃଷ: ଆର୍ଥିକ ସ୍ଥିତିରେ ଅବନତି ଘଟିବା ଫଳରେ ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ଦୁର୍ଯୋଗ ରହିବ, ସାଂସାରିକ ଜୀବନରେ ଆନନ୍ଦ ରହିବ, ଯାନବାହାନ, କ୍ୟାରିୟର ଗଢିବା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସମସ୍ୟା ଦେଖାଦେବ ।

ମିଥୁନ: ଆଜି କୌଣସି ଜନହିତକର ଅନୁଷ୍ଠାନରେ ସମୟ ଅତିବାହିତ କରିବା ସଙ୍ଗେ ସଙ୍ଗେ ଦୂର ସମ୍ପର୍କୀୟଙ୍କ ସହଯୋଗ ପାଇ ଅତ୍ୟନ୍ତ ଆନନ୍ଦ ପରିବେଶ ମଧ୍ୟରେ କାଳାତିପାତ କରିବେ । ନୂତନ ଯୋଜନାରେ ସଫଳ ହେବେ ।

କର୍କଟ: ଦିନଟି ଆନନ୍ଦୋଲ୍ଲାସରେ ଅତିବାହିତ ହେବା ସହିତ ପରିବାରରେ ଆଗତ କୌଣସି ପ୍ରିୟଜନଙ୍କୁ ପାଖରେ ପାଇ ଅତ୍ୟନ୍ତ ଖୁସି ପରିବେଶ ଲାଗିରହିବ, ବ୍ୟବସାୟରେ ଲାଭବାନ ହେବେ, ଫଳରେ ମନୋବଳକୁ ଦିନଭରି ସକ୍ରୀୟ ରଖିହେବ ।

ସିଂହ: କୌଣସି ସମ୍ପର୍କୀୟଙ୍କ ସହଯୋଗରେ ଆର୍ଥିକ ଉନ୍ନତି ସହ କର୍ମ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ପରିବେଶ ମଧ୍ୟରେ ଅତିବାହିତ କରିବେ । ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବାର କିଛି ସୁଯୋଗ ମିଳିବ । ସାମାଜସେବା କରିବାର ଅବସର ପାଇବେ ।

କନ୍ୟା: ବିଭିନ୍ନ କ୍ଷେତ୍ରରୁ ଶୁଭଫଳ ପାଇବେ, ପରିବାରର ସମ୍ପୂର୍ଣ୍ଣ ସହଯୋଗ ମିଳିବ, ସମାଜ ସେବାରେ କିଛିସମୟ ଅତିବାହିତ କରିବେ, ଫଳରେ ମନକୁ ଆତ୍ମତୃପ୍ତି ମିଳିବ, ରାଜନୈତିକ କ୍ଷେତ୍ରରେ ଉଚ୍ଚସ୍ତରୀୟ ଲୋକଙ୍କ ସହ ସୁୁ-ସମ୍ପର୍କ ବଢିବ ।

ତୁଳା: ସମସ୍ୟା ସୁଧାରିବାର କ୍ଷମତା ବୃଦ୍ଧି ହେବ ଓ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବାର ଶୁଭ ଅବସର ପାଇବେ, ଅଧସ୍ତନ କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରିବେ, ସମାଜରେ ମାନସମ୍ମାନ ପ୍ରାପ୍ତି ହେବ ।

ବିଛା – ଦିନଟି ଆନନ୍ଦୋଲ୍ଲାସରେ ଅତିବାହିତ ହେବା ସହିତ ପରିବାରରେ ଆଗତ କୌଣସି ପ୍ରିୟଜନଙ୍କୁ ପାଖରେ ପାଇ ଅତ୍ୟନ୍ତ ଖୁସି ପରିବେଶ ରହିବ, ବ୍ୟବସାୟରେ ଲାଭ ହେବ, ଯାହା ମନୋବଳକୁ ଦିନଭରି ସକ୍ରିୟ ରଖିବାରେ ସହଯୋଗ କରିବ ।

ଧନୁ : ସମସ୍ୟା ଏବଂ କ୍ୟାରିୟର ଗଢିବା ଏବଂ ସୁଧାରିବାର କ୍ଷମତା ବୃଦ୍ଧି ହେବ, ନିଜ ସମାଜ ପାଇଁ କୌଣସି ଭଲକାମ କରିବାର ଅବସର ପାଇବେ, କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ ସହ ଲାଭ ମିଳିବାର ସମ୍ଭାବନା ଅଧିକ । ପାରିବାରିକ ଜୀବନ ସୁଖରେ କଟିବ । କୌଣସି ଶୁଭ କାର୍ଯ୍ୟ ସମ୍ପନ୍ନ ହେବ ।

ମକର: ସାମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ମନ ମୁତାବକ କୌଣସି ପ୍ରକାର ମାନସମ୍ମାନ ପ୍ରାପ୍ତି ହେବ । ମାତ୍ର ସ୍ୱାସ୍ଥ୍ୟ କିଛି ମାତ୍ରାରେ ବିଗିଡିବ, ଚୋରିଭୟ ରହିବ । କୌଣସି ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବାର ଶୁଭ ଅବସର ମିଳିବ, କୌଣସି ପ୍ରକାରେ ସାମାଜର ହିତ ସାଧନରେ ସଫଳ ହେବେ ।

କୁମ୍ଭ: ପରିସ୍ଥିତି ଆପଣଙ୍କ ବିପକ୍ଷରେ ଯିବ, କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକଦ୍ଦମାର ସମାଧାନ ହେବାର ସମ୍ଭାବନା ସୃଷ୍ଟି ହେବ ।

ମୀନ – କର୍ମକ୍ଷେତ୍ରରେ ସମସ୍ତ ପ୍ରକାର ସହଯୋଗ ମନକୁ ଆନନ୍ଦ ଦେବ, ଆର୍ଥିକ ଦିଗଟି ସ୍ୱଚ୍ଛଳ ରହିବ, ନୂତନ ଦ୍ରବ୍ୟ କ୍ରୟ କରିବେ, କର୍ମ କ୍ଷେତ୍ରରେ ଉନ୍ନତି ଘଟିବ, ସାଂସାରିକ ଓ ପ୍ରେମ ସମ୍ବନ୍ଧୀୟ ଜୀବନ ଆନନ୍ଦରେ କଟିବ, ଭାଗ୍ୟ ସାଥ ଦେବ ଫଳରେ ସମସ୍ତ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ ।

Get real time updates directly on you device, subscribe now.