fbpx

ରାଶିଫଳ (ଶୁକ୍ରବାର ,୧୯ ମାର୍ଚ୍ଚ,୨୦୨୧)

ମେଷ : ପରିବାର ମଧ୍ୟରେ ହସଖୁସିରେ ଦିନ କଟିବ କିନ୍ତୁ ଦୈନନ୍ଦିନ ଗୁଜୁରାଣ ନିମନ୍ତେ ଚିନ୍ତା ରହିବ । କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, ସରକାରୀ ସହାୟତା ମିଳିବ । ଟଙ୍କାପଇସାର ଅଭାବ ଭଳି ସ୍ଥିତି ଉପୁଜିବ ।

ବୃଷ : ଚାକିରି ବା ରୋଜଗାର ବଢିବ, ଆଜି ପରିବାର ସଦସ୍ୟ ଏବଂ ଜୀବନସାଥି ସହିତ ଆନନ୍ଦୋଲ୍ଲାସ ଭରା ପରିବେଶ ମଧ୍ୟରେ ସମୟ କଟିବ । ସୁଖଶାନ୍ତି ସହିତ ଆତ୍ମତୃପ୍ତି ମିଳିବ ଏବଂ ଧାର୍ମିକ ପୁସ୍ତକ ଅଧ୍ୟୟନ ସହିତ ଧାର୍ମିକ ଭାବନାରେ ସମୟ କଟିବ ।

ମିଥୁନ : ଟଙ୍କପଇସାକୁ ନେଇ ଚିନ୍ତା ବଢିବ ଏବଂ ବକେୟା ଅର୍ଥପ୍ରାପ୍ତିରେ ବାଧା ଉପୁଜିବ । ପିଲାମାନଙ୍କର ବିଦ୍ୟା ଶିକ୍ଷାରେ ବିଘ୍ନ ଘଟିବ । ମନ ଅସ୍ଥିର ରହିବ ତେଣୁ ସତର୍କ ରହିଥିବେ ।

କର୍କଟ : ପରିବାରରେ ଭୁଲ୍ ବୁଝାବଣା ରହିବ । ନିଜ ଲୋକମାନେ ହଇରାଣ କରିବେ । ଆୟ କମି ଋଣର ସ୍ଥିତି ଉପୁଜିବ । ଭୁଲ୍ ନିଷ୍ପତ୍ତିର ଶିକାର ହେବେ । ଆଜି ରିଷ୍ଟପୂର୍ଣ୍ଣ ରହିବ ତେଣୁ ସକାଳୁ ସ୍ନାନ ସାରି ଦୁର୍ଗାଙ୍କର ଚାଳିଷା ପାଠକରି ଦିନ ଆରମ୍ଭ କରିବେ ।

ସିଂହ : ମନୋବାଞ୍ଛିତ ପରିବେଶ ମିଳିବ । ମାତ୍ର ଭବିଷ୍ୟତକୁ ନେଇ କର୍ମ ଏବଂ ଅର୍ଥର ଚିନ୍ତା ରହିବ । କୌଣସି ସୁଖଶାନ୍ତି ଭରା ପରିବେଶ ମଧ୍ୟରେ ଦିନ କଟିବ । କୌଣସି ପ୍ରକାରର ଲାଭ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ପାଇବେ ।

କନ୍ୟା : ମନ ଦୁର୍ବଳ ହୋଇ ସ୍ୱାସ୍ଥ୍ୟ ବିଗିଡିବ ତେଣୁ ସେଥିପ୍ରତି ସତର୍କ ରହିଥିବେ । ଅଚାନକ ଖୁସିଖବର ମିଳିବ ଏବଂ ମନର ଆଶା ପୂରଣ ହେବ । ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ବ୍ୟବସାୟରେ ଲାଭ ବଢିବ ଏବଂ ପୁରୁଣା ରୋଗରୁ ଉପସମ ମିଳିବ ।

ତୁଳା : କୌଣସି ଯୋଜନାରେ ସଫଳ ହେବେ । ପାରିବାରିକ ଶାନ୍ତି ମିଳିବ । ବିଭିନ୍ନ ପ୍ରକାର ଚିନ୍ତାକରି ମନ ଅସ୍ଥିର ରହିବ । ଦିନଭରି ମା’ ଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ ।

ବିଛା : ଆଶାଜନକ ପରିବେଶ ପରିସ୍ଥିତି ମଧ୍ୟରେ ସମୟ ଅତିବାହିତ ହେବ । ଆତ୍ମବଳ ଅଧିକ ରହିବ । କର୍ମ ଏବଂ ଅର୍ଥ ଚିନ୍ତା ବଢିବ ତେଣୁ ସ୍ନାନପରେ ମହୁଖାଇ ଦିନ ଆରମ୍ଭ କରନ୍ତୁ ରିଷ୍ଟ କମିବ । କୌଣସି ଅତୀତର ଯୋଜନାରେ ସଫଳ ହେବେ । ପାରିବାରିକ ପରିବେଶ ଭଲ ରହିବ ।

ଧନୁ : ଆଜି ପରିବାର ସହିତ ସମୟ କାଟନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ ଆତ୍ମଶାନ୍ତି ମିଳିବ । ହଳଦିଆ ଅନ୍ନ ପାରାଙ୍କୁ ଖାଇବାକୁ ଦିଅନ୍ତୁ ଅଟକିଥିବା କାମ ପୂରଣ ହେବ । ଖଣ୍ଡିଆ ଖାବରା ହେବା କିମ୍ବା କୌଣସି ଜୀବ କାଟିବା ଭଳି ଅଶୁଭ ପ୍ରଭାବ ରହିବ ।

ମକର : କାମଧନ୍ଦାରେ ବ୍ୟସ୍ତ ରହିବେ । ଯଥାସାଧ୍ୟ ଟଙ୍କାପଇସା ମିଳିବ । ପିଲାମାନଙ୍କ ବିଦ୍ୟା ଅଧ୍ୟୟନ ପ୍ରତି ଆଗ୍ରହ ବଢିବ । ବନ୍ଧୁପରିଜନରେ ସାହାଯ୍ୟ ମିଳିବ । ଯାହା ଉଦ୍ୟମ କରିବେ ପୂରଣ ହେବ । ଗାଈଙ୍କୁ ରୁଟି ଗୁଡ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ । ଅନୁକୂଳ ସମୟ ବଢିବ ।

କୁମ୍ଭ : ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଶ ପରିସ୍ଥିତି ରହିବ, ଆଜି ଲାଲ ରଙ୍ଗର କିଛି ବ୍ୟବହାର କରନ୍ତୁ ନାହିଁ ଏବଂ ଆମିଷ ଭକ୍ଷଣ କରନ୍ତୁ ନାହିଁ, ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ ।

ମୀନ : ବିବାହଯୋଗ୍ୟ ପିଲାମାନଙ୍କର ଭବିଷ୍ୟତର ବାଟ ଖୋଲିବ । କର୍ମଜୀବୀ ମହିଳା ଏବଂ ପୁୁରୁଷମାନଙ୍କର ଶୁଭରେ ଦିନ କଟିବ । ଜୀବନସାଥି ଏବଂ ପରିବାର ସହିତ ମନମୁତାବକ ପରିବେଶ ମଧ୍ୟରେ ସମୟ କଟିବ ମାତ୍ର ମୁଣ୍ଡ କିମ୍ବା ଛାତି ଜନ୍ତ୍ରଣା ରହିବ ।

Get real time updates directly on you device, subscribe now.