fbpx

ରାଶିଫଳ (ବୁଧବାର ,୧୯ ମଇ ,୨୦୨୧)

AAKASH

ମେଷ : ଅଶୁଭ ଗ୍ରହ ପ୍ରଭାବ ରହିବ ଫଳରେ କୌଣସି ପ୍ରକାରର ଧୋକା ମିଳିବ, ଆଜି ଲାଲ ମନ୍ଦାର ମଙ୍ଗଳା ମନ୍ଦିରରେ ଦିଅନ୍ତୁ, ଗଛିତ ଅର୍ଥବ୍ୟୟ ବଢିବ, ଜୀବନସାଥିର ଅସହଯୋଗ ହେଉ କିମ୍ବା ସ୍ୱାସ୍ଥ୍ୟ ହାନି ଚିନ୍ତାର କାରଣ ହେବ ।

ବୃଷ : ଭାଗ୍ୟ ଆଜି ଆପଣଙ୍କର ସପକ୍ଷରେ ରହିବ, ଆଶାତୀତ ମାନ ସମ୍ମାନ, ଟଙ୍କାପଇସା, ପରିବାର, ସାହିପଡିଶା ସହିତ ସୁସମ୍ପର୍କ ବୃଦ୍ଧି ହେବ, ଆଶା ପୂରଣ ହେବ, ସକାଳୁ ସ୍ନାନସାରି ଗୁରୁଜନଙ୍କର ଆଶୀର୍ବାଦ ନିଅନ୍ତୁ ଶୁଭରେ ଦିନ କଟିବ ।

ମିଥୁନ : କର୍ମ ଏବଂ ଅର୍ଥ ଚିନ୍ତା ଦୂର ହେବ, ବ୍ୟବସାୟ, କଳକାରଖାନା କର୍ମଜୀବୀ ଅଧିକ ଲାଭ ପାଇବେ, ଅଚାନକ ଖୁସିଖବର ମିଳିବ ଏବଂ ଆଶା ପୂରଣ ହେବ, ଧାର୍ମିକ ଭାବନା ବୃଦ୍ଧି ହେବ, ବ୍ୟାଙ୍କ, ବୀମା, ଋଣ ବିଭାଗ କର୍ମୀ ସଫଳ ହେବେ ।

କର୍କଟ : କୌଣସି ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ୱାସ୍ଥ୍ୟ ବିଗିଡିବ, ଆୟ କରିବାର ସୁଯୋଗ ସୃଷ୍ଟି ହେବ ଏବଂ ବ୍ୟବସାୟରେ ଲାଭ ବଢିବ ଓ ବିବାହଯୋଗ୍ୟ ପିଲାଙ୍କର ବିବାହ ସମ୍ଭାବନା ସୃଷ୍ଟି ହେବ ।

ସିଂହ : କର୍ମ କ୍ଷେତ୍ରରେ ପରିବର୍ତ୍ତନ ହେବ, ନୂଆକିଛି ଯୋଜନା କରି ସଫଳ ହେବେ, କୌଣସି ପ୍ରକାର ଆର୍ôଥକ ଲାଭ କିମ୍ବା ନୂଆ ସମ୍ପର୍କ ଯୋଡି ହେବ, ସୁଖଶାନ୍ତିରେ ଦିନ କଟିବ, କୌଣସି ପ୍ରକାରର ଲାଭ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ପାଇବେ ।

କନ୍ୟା : ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିବ, ମନର ଯୋଜନା ମୁତାବକ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ, କୌଣସି ପ୍ରକାରେ ଆଜି ଅର୍ଥ ଉପାର୍ଜନ ବଢିବ, ମନ ଉତ୍ସାହିତ ରହିବ ।

ତୁଳା : କୌଣସି ବନ୍ଧୁ ଆଜି ସହଯୋଗ କରିବେ ଏବଂ ଯୋଜନା ମୁତାବକ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ, ପାରିବାରିକ ମତାନ୍ତର ରହିବ , ଅଯଥା କଥାରେ ମୁଣ୍ଡ ପୂରାଇ ହଇରାଣ ହେବେ, ମାଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ ।

ବିଛା : ଆଜି ମନର ଆଶା ପୂରଣ ହେବ ନାହିଁ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ ମାତ୍ର ଚାକିରିରେ ପ୍ରଶଂସିତ ହେବେ, ବ୍ୟବସାୟରେ ଲାଭ ବଢିବ ଏବଂ ପୁରୁଣା ରୋଗରୁ ଉପସମ ମିଳିବ, ନୂଆକରି ଆରମ୍ଭ କରିଥିବା ବ୍ୟବସାୟ କିମ୍ବା ଚାକିରି ରେ ସଫଳତା ମିଳିବ, ବୈବାହିକ ଜୀବନରେ ସୁଖଶାନ୍ତି ବଢିବ ।

ଧନୁ : ଆଜି ନିଜର ସମ୍ପର୍କୀୟ ଏବଂ ପରିବାର ସହିତ ସମୟ କାଟନ୍ତୁ, ଆଜି କିଛି ଜନହିତକର ବା ନିସ୍ୱାର୍ଥ କାମ କରି ପ୍ରଶଂସିତ ହେବେ, କିଛି ଖାଦ୍ୟ କୌଣସି ଭୋକିଲାକୁ ଦିଅନ୍ତୁ କଲ୍ୟାଣ ହେବ, ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୂରଣ ହେବ ।

ମକର : ଆଜି କିଛି ଦୁର୍ବଳ ଅନୁଭବ କରିବେ, ଉଚ୍ଚ ରକ୍ତଚାପ, ସଂକ୍ରମିତ ରୋଗ କିଛି ହେବ, ମାତ୍ର ଚିନ୍ତା କରୁଥିବା ଏବଂ ଚେଷ୍ଟା କରୁଥିବା କାର୍ଯ୍ୟ ହାସଲ ହେବ, ନିଜର ରକ୍ତଦାନ କରନ୍ତୁ କଲ୍ୟାଣ ହେବ ।

କୁମ୍ଭ : ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଶ ପରିସ୍ଥିତି ରହିବ, ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ, ଆଜି କିଛି ଚାଉଳ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୂରଣ ହେବ ।

ମୀନ : ପାରିବାରିକ ପରିବେଶରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ, କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, କୌଣସି ପ୍ରକାର ସହାୟତା ମିଳିବ, ଚାକିରି ବ୍ୟବସାୟରେ ଦାୟିତ୍ୱ ବୃଦ୍ଧି ହେବ, ପାରିବାରିକ ଏବଂ ବ୍ୟାବସାୟିକ ସମ୍ପର୍କରେ ବୃଦ୍ଧି ଘଟିବ ।

Get real time updates directly on you device, subscribe now.