fbpx
BSKY SKY
BSKY SKY

କରୋନାରେ ଆଉ ଜଣେ ବିଜେପି ନେତାଙ୍କ ମୃତ୍ୟୁ

BSKY

ଲକ୍ଷ୍ନୌ: ଦେଶରେ କରୋନା ପଜିଟିଭ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଉ ଜଣେ ବିଜେପି ବିଧାୟକ କରୋନାରେ ଆଖିବୁଜିଛନ୍ତି । ଉତ୍ତରପ୍ରଦେଶର ରାଜ୍ୟ ମନ୍ତ୍ରୀ ବିଜୟ କଶ୍ୟପଙ୍କ ପରଲୋକ ହୋଇଛି । ସେ କରୋନା ମହାମାରୀରେ ସଂକ୍ରମିତ ଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଛି । କରୋନାରେ ଏଯାଏଁ ୫ ବିଜେପି ବିଧାୟକଙ୍କ ମୃତ୍ୟୁ ହୋଇଛି ।

ତେବେ ବିଜୟ କଶ୍ୟପ ୟୁପି ମୁଜଫରନଗରର ଚରଥାବଲ ବିଧାୟକ ଥିଲେ । ୨୯ ଅପ୍ରେଲରେ ସେ କରୋନା ପଜିଟିଭ ହୋଇଥିଲେ ଓ ସେବେଠାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଦେହାନ୍ତରେ ବରିଷ୍ଠ ନେତା ଓ ମନ୍ତ୍ରୀମାନେ ଶୋକବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.