fbpx

ଜାଣନ୍ତୁ, ଆଜି କିପରି ବିତିବ ଆପଣଙ୍କ ଦିନ (ସୋମବାର, ୨୧ ସେପ୍ଟେମ୍ବର ୨୦୨୦)

ମେଷ :–ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ । ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ ।
ବୃଷ :–ଆଜି ଆର୍ôଥକ ସହାୟତା ପ୍ରଦାନ କରିବାର ମାର୍ଗ ଉନ୍ମୁକ୍ତ ହୋଇଜିବ । ଆକସ୍ମିକ ଭାବରେ ନିମନ୍ତ୍ରିତ ହୋଇ ଆଲୋଚନାରେ ନିଜକୁ ସାମିଲ କରିବାକୁ ପଡିପାରେ । ଦୀର୍ଘ ଦିନର ସୁଚିନ୍ତିତ ନୂତନ ଗୃହ ବାବାଣିଜ୍ୟାରମ୍ଭ କରିପାରନ୍ତି ।

ମିଥୁନ: ଅ ।ଜି କୌଣସି ବିବାଦୀୟ ଘଟଣାରେ ହସ୍ତକ୍ଷେପ ଆପଣଙ୍କୁ ମହଙ୍ଗା ପଡିପାରେ । ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ଅସ୍ଥିରତା ସକାଶେ ମନ ଭଲ ରହିବ ନାହିଁ ।

କର୍କଟ :ଆଜି ସମସ୍ୟା ମଧ୍ୟରେ ପ୍ରତ୍ୟେକ କାମକୁ ସମ୍ପନ୍ନ କରିବେ । ସାମାଜିକ ସ୍ତରରେ ଯେଉଁ ଆଶା ନେଇ କାହା ପାଇଁ କିଛି କରିବେ, ପ୍ରତିବଦଳରେ କିଛି ପାଇବେ ନାହିଁ ।

ସିଂହ : କର୍ମକ୍ଷେତ୍ରର ବିଭିନ୍ନ ସମସ୍ୟା ବିଷୟରେ ସମାଧାନର ଚିନ୍ତା ମନକୁ ସାମୟିକ ବିବ୍ରତ କରିପାରେ ।ବନ୍ଧୁଙ୍କ ମାଧ୍ୟମରେ ଅଭିଳଷିତ ଜିନିଷ ପାଇପାରିବେ । ତରବରିଆ ଯାତ୍ରାକରନ୍ତୁ ନାହିଁ , ସତର୍କ ନ ରହିଲେ ସାଧାରଣ ଆଘାତ ଲାଗିପାରେ ।

କନ୍ୟା :ଆଜି ଆପଣ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରି ପାରିବେ ନାହିଁ । ସମୟ ସୁବିଧାକୁ ନେଇ ବନ୍ଧୁଙ୍କ ପାଖରେ ଅଭାବ ଅସୁବିଧା ଜଣାନ୍ତୁ, ଅବଶ୍ୟ ଆଶା ପୂରଣ ହୋଇଯିବ, ଏଥିରେ ଆଦୌ ସନ୍ଦେହ ନାହିଁ ।

ତୁଳା :ଆଜି କର୍ମକ୍ଷେତ୍ରରେ ଅବ୍ୟବସ୍ଥା, ପାରିବାରିକ ଜୀବନକୁ ପ୍ରଭାବିତ କରିବ । ଅବଶ୍ୟ ବହୁଳାଂଶରେ ସୁଫଳ ପାଇପାରିବେ । ମିତ୍ରତା ବନ୍ଧନରେ ଆବଦ୍ଧ ହେବା ସହ ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହୋଇପାରେ ।

ବିଛା :ଆଜି ପୂର୍ବସ୍ଥିରୀକୃତ ସ୍ଥାନକୁ ଯାତ୍ରା କରିପାରନ୍ତି । ବନ୍ଧୁମିଳନ ସହ ସାମୂହିକ ଆଲୋଚନା ମଧ୍ୟ ଫଳପ୍ରଦ ହୋଇପାରିବ । ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ ।

ଧନୁ :ଆଜି ଆଧ୍ୟାତ୍ମିକ ଭାବଧାରାକୁ ପରିପୁଷ୍ଟ କରିବେ । ଶାନ୍ତ ଓ ସୁଶିଳତାର ଝଲକରେ ଆତ୍ମୀୟସ୍ୱଜନଙ୍କ ମନ କିଣି ନେଇପାରନ୍ତି । କିନ୍ତୁ ପାରିବାରିକ ଭୁଲ୍‌? ବୁଝାମଣା ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ ।
ମକର :ଆଜି ମନ ଚାହୁଁଥିବା କାମ କରିବାରେ ପ୍ରତିବନ୍ଧକ ସୃଷ୍ଟିହେବ । ଅବଶ୍ୟ ନିକଟ ସମ୍ପର୍କୀୟ୍ରିୟଜନଙ୍କ ଆଶ୍ୱାସନା ମନକୁ ଲାଘବ କରିଦେଇପାରେ । ବ୍ୟବସାୟ, ପରିବହନରେ ଉନ୍ନତି ଘଟିବ । ଶ୍ରବଣା ନକ୍ଷତ୍ର ଅନ୍ୟର ବିନା ସାହାଯ୍ୟରେ ବ୍ୟକ୍ତିଗତ ବ୍ୟବସ୍ଥା ଦ୍ୱାରା କେତେକାଂଶରେ ଉପକୃତ ହୋଇପାରନ୍ତି ।
କୁମ୍ଭ- ଏହି ସମୟ ପରିବାର ଲୋକଙ୍କ ସହିତ କୌଣସି ଉତ୍ସବକୁ କେମିତି ଓ କେବେ ଯିବେ ଏହା ଅଧିକ ଭାବିବା ଦରକାର ନାହିଁ । ଏହି ସମୟର ସଦୁପଯୋଗ କରି ଆପଣ ବହୁତ ଆନନ୍ଦ ପାଇ ପାରନ୍ତି ।
ମୀନ- ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚିନ୍ତି ନେବେ ।ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚିନ୍ତି ନିଅନ୍ତୁ ।

Get real time updates directly on you device, subscribe now.