fbpx

ପ୍ରତିଦିନ କମଳା ଖାଇବା ଦ୍ୱାରା ମିଳିଥାଏ ଏହି ସବୁ ଫାଇଦା

କମଳା ଖାଇବାକୁ ପାଟିକୁ ଭଲ ଲାଗିବ ସହ ଶରୀରକୁ ଅନେକ ଫାଇଦା ମିଳିଥାଏ। ଏଥିରେ ଭିଟାମିନଏ, ବି, କ୍ୟାଲସିୟମ, ପୋଟାସିୟମ୍, ମ୍ୟାଗ୍‌ନେସିୟମ, ଫସ୍‌ଫରସ,ଓ କୋଲିନ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଏହାଛଡ଼ା କମଳାରେ ଭିଟାମିନ ସି ଅଧିକ ମାତ୍ରାରେ ରହିଛି। ଆସନ୍ତୁ ଜାଣିବା  ପ୍ରତିଦିନ କମଳା  ଖାଇବା ଦ୍ୱାରା ଆମକୁ କଣ ଲାଭ ମିଳିଥାଏ ଓ ଏଥିରେ କେଉଁ ସବୁ ଔଷଧୀୟ ଗୁଣ ରହିଛି।

କମଳା ଖାଇବା ଦ୍ୱାରା ଏଥିରେ ଥିବା  ଭିଟାମିନ ସି ଶ୍ୱେତ ରକ୍ତକଣିକା ବୃଦ୍ଧି କରିଥାଏ ଯାହା ଫଳରେ ଆମ ଶରୀର ରେ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ।

କମଳା ରେ ଥିବା ଆଣ୍ଟି ଅକ୍ସିଡେଣ୍ଟ  ତ୍ୱଚାକୁ ସୂର୍ଯ୍ୟକିରଣ ଓ ପ୍ରଦୂଷଣରୁ ହେବାକୁ ଥିବା ହାନିରୁ ରକ୍ଷା କରିଥାଏ। ନିୟମିତ କମଳା ଖାଇବା ଦ୍ୱାରା ମୁହଁରେ କୁଞ୍ଚନ ପଡିନଥାଏ ଓ ଉଜ୍ୱଳ ଦିଶେ।

କମଳା ଖାଇବା ଦ୍ୱାରା କୋଲେଷ୍ଟ୍ରଲର ମାତ୍ରା ହ୍ରାସ ପାଏ। ଏହାସହ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ, ଫୋଲେଟ ଓ ପୋଟାସିୟମ୍‌  ସମସ୍ତ ପ୍ରକାର ହୃଦ୍‌ରୋଗ ପାଇଁ ଏହା ଭଲ ହୋଇଥାଏ।

କମଳାରେ ବିଟା-କେରୋଟିନ ଓ ଭିଟାମିନ ଏ ଥିବାରୁ ଆଖି ପାଇଁ ଭଲ ହୋଇଥାଏ।

 

Get real time updates directly on you device, subscribe now.