fbpx

ରାଶିଫଳ(ସୋମବାର,୨୫ ଅକ୍ଟୋବର,୨୦୨୧)

ମେଷ – ଆଜିର ଦିନଟି ଆପଣଙ୍କ ପାଇଁ ମିଶ୍ରିତ ରହିବ । ଆଜି ଆପଣ ଅସୁସ୍ଥତା, ବ୍ୟଗ୍ରତା, ଥକ୍କା ଓ ଆଳସ୍ୟ ଅନୁଭବ କରିବେ । କଥା କଥାରେ କ୍ରୋଧିତ ହେବେ । ମନ ଅଶାନ୍ତି ରହିବ । ଯେଉଁ କାର୍ଯ୍ୟ କରିବେ ତାହା ଖରାପ ହେବାର ଆଶଙ୍କା ରହିଛି । ଧାର୍ମିକ ଯାତ୍ରାର ଆୟୋଜନ ହେବାର ଆଶା ରହିଛି ।

ବୃଷ – ଆଜିର ଦିନଟି ଅତ୍ୟନ୍ତ ସାବଧାନର ସହ ବିତାନ୍ତୁ ।କୌଣସି ନୂଆ କାର୍ଯ୍ୟର ଆରମ୍ଭ କରନ୍ତୁ ନାହିଁ । ସ୍ୱାସ୍ଥ୍ୟବସ୍ଥା ଖରାପ ହେବାର ଆଶଙ୍କା ରହିଛି । ଶାରୀରିକ ଓ ମାନସିକ ସ୍ତରରେ ବ୍ୟାକୁଳତା ଅନୁଭବ କରିବେ । ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ ।

ମିଥୁନ – କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

କର୍କଟ – ନିଜ କାର୍ଯ୍ୟ କଳାପର ସମୀକ୍ଷା କରିପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ସୁ- ସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଦିନଟି ଶୁଭଙ୍କର। ବିଜୟୀ ହେବେ।

ସିଂହ – ଦିନଟି ବ୍ୟସ୍ତ ଭିତରେ କଟିବ। ସୁସ୍ଥ ରହିବେ। ପରିବାରରେ ହସ ଓ ଖୁସିର ପରିବେଶ ରହିବ।

କନ୍ୟା – ଚାକିରିରେ ପରିବର୍ତ୍ତନର ଯୋଗ ରହିଛି। ପରିବାରରେ ଝଗଡ଼ା ହୋଇପାରେ। ସୋରିଷ ଖାଇ ଘରୁ ବାହାରନ୍ତୁ।

ତୁଳା –  ଆଜି ସାଙ୍ଗସାଥୀଙ୍କ ସହ ହସଖୁସୀରେ ସମୟ ଅତିବାହିତ କରିବେ । ଧନ ଲାଭର ଯୋଗ ରହିଛି । ବିଦେଶରୁ ଶୁଭ ସମାଚାର ମିଳିବ । କୌଣସି ଧାର୍ମିକ ସ୍ଥଳକୁ ଯିବାର ସମ୍ଭାବନା ରହିଛି । ଆଜି ଭାଗ୍ୟବୃଦ୍ଧିର ସୁଯୋଗ ରହିଛି । ପୁଞ୍ଜିନିବେଶଙ୍କ ପାଇଁ ଏହା ସବୁଠୁ ଉତ୍ତମ ସମୟ ।

ବିଚ୍ଛା – କ୍ୟାରିଅର୍‌ରେ ଉନ୍ନତି କରିବେ। ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଖର୍ଚ୍ଚ ବଢ଼ିବ।

ଧନୁ –  ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଧନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ମିଳିବ।

ମକର – ପ୍ରିୟ ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ। ଧର୍ଯ୍ୟହରା ହୋଇପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ମାନସିକ ସ୍ତରରେ ଅଶାନ୍ତି ଅନୁଭବ କରିବେ। ପରିଶ୍ରମର ମୂଲ୍ୟ ମିଳିବ।

କୁମ୍ଭ  – କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ସବୁଠାରୁ ଉତ୍ତମ ଦିନ । ଚାକିରୀ ଓ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି । ପତ୍ନୀ ଓ ପୁଅଠୁ ଆନନ୍ଦଦାୟକ ସମାଚାର ମିଳିବ । ଭ୍ରମଣର ଯୋଜନା ବନାଇପାରନ୍ତି । କିଛି ନୂଆ ଶିକ୍ଷା ମିଳିବାର ଆଶା ରହିଛି ।

ମୀନ – ଆଗକୁ ବଢ଼ିବାର ଦିନଟିଏ । ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ରାଜନୀତିରେ ସୀମା ବଢାଇବେ । ଆର୍ଥିକ ସ୍ଥିତିରେ ସୁଧାର ହେବ । ପୁରୁଣା ଭୂସଂପତ୍ତି ମାମଲାରେ ସ୍ଥଗିତ ଥିବା କାମ ପୂରା ହେବ । ବ୍ୟବସାୟରେ ଫାଇଦା ମିଳିବ। ପ୍ରେମୀଜନଙ୍କ ଠାରୁ ସୁଖ ଓ ସନ୍ତୋଷ ମିଳିବ।

Get real time updates directly on you device, subscribe now.