fbpx
BJD SKY
BJD SKY

ରାଶିଫଳ(ଶନିବାର,୧୩ ଅଗଷ୍ଟ,୨୦୨୨)

BJD

ମେଷ: ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଲାଭଦାୟୀ ରହିବ । ଆଜିର ଦିନ ମିତ୍ରମାନଙ୍କ ଏବଂ ପରିଜନମାନଙ୍କର ସହଯୋଗରେ ଆନନ୍ଦମୟ ହେବ । ଉତ୍ତମ ଭୋଜନ ଏବଂ ବସ୍ତ୍ରର ସୁବିଧା ମଧ୍ୟ ଆପଣଙ୍କୁ ଆଜି ମିଳିବ । ମନରେ କୌଣସି ପ୍ରକାରର ନିଷେଧାତ୍ମକ ବିଚାରକୁ ପ୍ରବେଶ କରାଇବାକୁ ଦିଅନ୍ତୁ ନାହିଁ ।

ବୃଷ: ଆଜିର ଦିନ ଆପଣଙ୍କପାଇଁ ମଧ୍ୟମ ଫଳଦାୟୀ ଅଟେ । ଆଜି ମିତ୍ରମାନଙ୍କ ତଥା ସ୍ନେହୀଜନମାନଙ୍କ ସହିତ ହୋଇଥିବା ସାକ୍ଷାତ ଆନନ୍ଦପ୍ରଦ ରହିବ । ଆଜି ଦିନର ଅଧିକାଂଶ ସମୟ ଧନ ସମ୍ବନ୍ଧିତ ଯୋଜନା ବନାଇବାରେ ସମୟ ବିତାଇବେ ।

ମିଥୁନ: କୌଣସି ନୂଆ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ଆଜି ସମୟ ଅନୁକୂଳ ରହିବ । ଆଜି ପ୍ରତି କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ରହିଛି । ବ୍ୟାପାର ଏବଂ ବ୍ୟବସାୟରେ ଲାଭ ହେବ । ବିଚାରରେ ଶୀଘ୍ର ପରିବର୍ତ୍ତନ ଆସିବ । ପରନ୍ତୁ ମଧ୍ୟାହ୍ନ ପରେ ମନର ଦୃଢତାରେ ହ୍ରାସ ହେବ ଏବଂ ମନ ବିଚାରରେ ବୁଡ଼ି ରହିବ ।

କର୍କଟ: ଆର୍ଥିକ ଦୃଷ୍ଟିକୋଣରୁ ଆଜି ଆୟ ଅନୁଯାୟୀ ଖର୍ଚ୍ଚ ଅଧିକ ରହିବ । ଅଖିରେ ପୀଡ଼ା କାରଣରୁ ବ୍ୟଗ୍ରତା ବଢ଼ିପାରେ ଏବଂ ମାନସିକ ଚିନ୍ତା ମଧ୍ୟ ରହିବ । କାହା ସହିତ ଭ୍ରାନ୍ତି ନ ହେଉ ଏହାର ଧ୍ୟାନ ରଖିବେ । ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟୀ ଦିନ ଅଟେ । ପାରିବାରିକ ବାତାବରଣ ମଧ୍ୟ ଭଲ ରହିବ । ମନରୁ ନକାରାତ୍ମକ ଭାବନା ଦୂରରେ ରଖିବେ ।

ସିଂହ: ଆପଣଙ୍କୁ ସାମାଜିକ ଏବଂ ବ୍ୟବସାୟ କ୍ଷେତ୍ରରେ ଆନନ୍ଦପ୍ରଦ ଏବଂ ଲାଭପ୍ରଦ ସମାଚାର ମିଳିବ । ମିତ୍ରମାନଙ୍କ ମଧ୍ୟ ଶୁଭ ସମାଚାର ମିଳିବ । ଆୟରେ ବୃଦ୍ଧି ହେବ ତଥା ଧନଲାଭ ହେବ । ମଧ୍ୟାହ୍ନ ପରେ ଆପଣ ବାଣୀ ଏବଂ ବ୍ୟବହାରରେ ଭ୍ରାନ୍ତି ନହେଉ, ଏହାର ଅବଶ୍ୟ ଧ୍ୟାନ ରଖିବେ । ମାନସିକ ଚିନ୍ତା ହୋଇପାରେ ।

କନ୍ୟା: ଆପଣଙ୍କ ଦିନ ଅନୁକୂଳ ରହିବ । ପରିଜନମାନଙ୍କ ସହିତ ଆପଣଙ୍କ ସମ୍ବନ୍ଧ ପ୍ରେମପୂର୍ଣ୍ଣ ରହିବ । ମିତ୍ରମାନଙ୍କ ଏବଂ ସ୍ୱଜନମାନଙ୍କଠାରୁ ଉପହାର ମିଳିବ । ବ୍ୟାବସାୟରେ ଉପର ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ରହିବେ ।

ତୁଳା: ଶାରୀରିକ ରୂପରେ ଶିଥିଲତା ଏବଂ ଆଲସ୍ୟ ରହିବ । ବ୍ୟବସାୟରେ ଆପଣଙ୍କ ନିକଟତର ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ନାହିଁଁ । ସନ୍ତାନମାନଙ୍କ ସାଥିରେ ମଧ୍ୟ ମତଭେଦ ହୋଇପାରେ ପରନ୍ତୁ ମଧ୍ୟାହ୍ନ ପରେ କାର୍ଯ୍ୟାଳୟର ବାତାବରଣରେ ସୁଧାର ହେବ ।

ବିଚ୍ଛା: ଆଧ୍ୟାତ୍ମିକତା ଏବଂ ଈଶ୍ୱରଙ୍କର ପ୍ରାର୍ଥନାରେ ଅନିଷ୍ଟ ବିଷୟଗୁଡ଼ିକରୁ ମୁକ୍ତି ପ୍ରାପ୍ତ କରି ପାରିବେ । ଶାରୀରିକ ଏବଂ ମାନସିକ ରୂପରେ ଆପଣ ଅସୁସ୍ଥ ହୋଇପାରନ୍ତି । ମାନହାନି ନ ହେଉ, ଏହାର ଧ୍ୟାନ ରଖିବେ । ବାଣୀ ଉପରେ ନିୟନ୍ତ୍ରଣ ରଖିବାରେ ପରିସ୍ଥିତି ଅନୁକୂଳ ବନିବ । ବ୍ୟବସାୟ କ୍ଷେତ୍ରରେ ଆପତ୍ତି ଆସିପାରେ । ଊପରସ୍ଥ ଅଧିକାରୀମାନଙ୍କ ସହିତ ଭଲ ସଂପର୍କ ରଖି ଚାଲିବେ ।

ଧନୁ: ପାରିବାରିକ ବାତାବରଣ ଆନନ୍ଦପ୍ରଦ ରହିବ । ଶାରୀରିକ ଏବଂ ମାନସିକ ରୂପରେ ମଧ୍ୟ ଆପଣ ସୁସ୍ଥ ରହିବେ, ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନରେ ନକାରାତ୍ମକ ବିଚାର ଆସିବ । ଏହା ମନକୁ ବ୍ୟଥିତ କରିବ । କ୍ରୋଧର ମାତ୍ରା ମଧ୍ୟ ବଢ଼ିପାରେ । ପରିଜନମାନଙ୍କ ତଥା ସହକାରିମାନଙ୍କ ସହିତ ଅଧିକ ବାଦ-ବିବାଦ କରନ୍ତୁନାହିଁ । ଆଧ୍ୟାତ୍ମିକତା ଆପଣକୁ ଶାନ୍ତି ପ୍ରଦାନ କରିବ ।

ମକର: କଥାବାର୍ତ୍ତା କରିବା ସମୟରେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାରରେ ସୁଖ-ଶାନ୍ତି ଏବଂ ଆନନ୍ଦପୂର୍ଣ୍ଣ ବାତାବରଣ ରହିବ । ମାନ ସମ୍ମାନ ମିଳିବାର ମଧ୍ୟ ସଂଭାବନା ଅଛି । ଆର୍ଥିକ ଲାଭ ହେବ । ମଧ୍ୟାହ୍ନ ପରେ ଆପଣ ମିତ୍ରମାନଙ୍କ ଏବଂ ସ୍ୱଜନମାନଙ୍କ ସହିତ ସାବଧାନୀ ପୂର୍ବକ ରୁହନ୍ତୁ । ବାହନସୁଖ ମିଳିବାରୁ ମନ ପ୍ରଫୁଲ୍ଲିତ ରହିବ । ମନୋରଞ୍ଜନ ସ୍ଥଳକୁ ଯାତ୍ରାକରି ମନକୁ ଆନନ୍ଦ ଦେବାକୁ ପ୍ରୟାସ ସଫଳ ରହିବ ।

କୁମ୍ଭ: କଳା ପ୍ରତି ଆଜି ଆପଣଙ୍କୁ ବିଶେଷ ଅଭିରୁଚୀ ରହିବ । ଖର୍ଚ୍ଚର ମାତ୍ରା ଆଜି ଅଧିକ ରହିବ । ସନ୍ତାନ ସମ୍ବନ୍ଧିତ ପ୍ରଶ୍ନ ଚିନ୍ତାରେ ପକାଇପାରେ । ପରନ୍ତୁ ମଧ୍ୟାହ୍ନ ପରେ ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ । ଅସଂପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣ ହେବ । ଶାରୀରିକ ସ୍ୱାସ୍ଥ୍ୟରେ ସୁଧାର ହେବ । ଆର୍ôଥକ ଲାଭ ହେବ । ବ୍ୟବସାୟରେ କର୍ମଚାରିମାନଙ୍କର ସହଯୋଗ ମଧ୍ୟ ଆପଣଙ୍କୁ ମିଳିବ ।

ମୀନ: ଆଜି ଅଧିକ ଭାବନାଶୀଳ ନ ରହିବା ପାଇଁ ଉପଦେଶ । ବିଚାରରେ ଅଧିକତାର କାରଣରୁ ମାନସିକ ରୂପରେ ଶିଥିଲତାର ଅନୁଭବ ହେବ । ପେଟ ସମ୍ବଂଧିତ ଅଜୀର୍ଣ୍ଣ ପରି ରୋଗରେ ଶାରୀରିକ ଅସୁସ୍ଥତା ଅନୁଭବ ହେବ । ଆଜି ବିଦ୍ୟାର୍ôଥମାନଙ୍କପାଇଁ ଲାଭକାରୀ ଦିନ ଅଟେ । ଯାତ୍ରା ପାଇଁ ସମୟ ଅନୁକୂଳ ନୁହେଁ । ସମ୍ମାନ ଭଙ୍ଗ ନହେଉ ଏହାର ଧ୍ୟାନ ରଖିବେ ।

Get real time updates directly on you device, subscribe now.