fbpx

ଲିଜେଣ୍ଡ କ୍ରିକେଟ୍‌ ଲିଗ୍‌: ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ, ଇଣ୍ଡିଆନ ମହାରାଜ ଦଳର ନେତୃତ୍ୱ ନେବେ ଗାଙ୍ଗୁଲି

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ଅନୁଷ୍ଠିତ ହେବ ଲିଜେଣ୍ଡ କ୍ରିକେଟ ପ୍ରତିଯୋଗିତା । ଏଥିରେ ବିଶ୍ୱର ସଂଖ୍ୟାଧିକ ଅବସର ପ୍ରାପ୍ତ ଭେଟେରାନ ଖେଳାଳି ଅଂଶ ଗ୍ରହଣ କରିବେ । ସମସ୍ତ ଖେଳାଳି ଏଡି ପ୍ରତିଯୋଗିତାରେ ପୃଥକ ୪ ଫ୍ରାଞ୍ଚାଇଜ ପାଇଁ ପ୍ରତିନିଧିତ୍ୱ କରିବେ । ଏଥିରେ ମୋଟ ୧୫ ମ୍ୟାଚ ଅନୁଷ୍ଠିତ ହେବ । ଚଳିତ ବର୍ଷ ଭାରତ ସ୍ୱାଧୀନତା ପ୍ରାପ୍ତିର ୭୫ତମ ବାର୍ଷୀକ ଉତ୍ସବ ପାଳନ ହେଉଥିବା ଦୃଷ୍ଟିରୁ ଏହି ଲିଜେଣ୍ଡ କ୍ରିକେଟ ଲିଗର ବିଶେଷ ଗୁରୁତ୍ୱ ରହିଛି ।

ପୂର୍ବତନ ଭାରତୀୟ ଅଲରାଉଣ୍ଡର ରବି ଶାସ୍ତ୍ରୀ ଚଳିତ ବର୍ଷର ଲିଜେଣ୍ଡ କ୍ରିକେଟ ଲିଗ ପାଇଁ କମିଶନର ନିଯୁକ୍ତ ହୋଇଛନ୍ତି । ଏହି ଲିଗ ସମ୍ପର୍କରେ ସେ କହିଛନ୍ତି ଯେ ଭାରତ ସ୍ୱାଧୀନତା ପ୍ରାପ୍ତିର ୭୫ତମ ବାର୍ଷୀକ ଉତ୍ସବ ପାଳନ ଅବସରରେ ଏହି ଲିଗ ଆୟୋଜନ ଅତି ଖୁସି ଓ ଗର୍ବର ବିଷୟ । ସେହିରି ଲିଜେଣ୍ଡ କ୍ରିକେଟର କୋ- ଫାଉଣ୍ଡର ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ରମନ ରାହେଜା କହିଛନ୍ତି ଯେ ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଏହି ଲିଗ ଆୟୋଜନ ସମସ୍ତ ଭାରତୀୟଙ୍କ ପାଇଁ ଅତି ଗର୍ବର ବିଷୟ ।

ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଯେ ଏହି ଲିଜେଣ୍ଡ କ୍ରିକେଟ ଲିଗ ଆରମ୍ଭ ହେବାର ପୂର୍ବ ଦିନ ଇଣ୍ଡିଆ ମହାରାଜ ଓ ବିଶ୍ୱ ଜିଆଙଋସ ମଧ୍ୟରେ ଏକ ସ୍ପେଶାଲ ଲିଜେଣ୍ଡ ଲିଗ ମ୍ୟାଚ ଅନୁଷ୍ଠିତ ହେବ । ଇଣ୍ଡିଆ ମହାରାଜ ଦଳର ନେତୃତ୍ୱ ନେବେ ପୂର୍ବତନ ଭାରତୀୟ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଏହି ମ୍ୟାଚ ସେପ୍ଟେମ୍ବର ୧୬ ତାରିଖ ଦିନ କୋଲକାତାର ଇଡେନ ଗାର୍ଡନ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।ଇଣ୍ଡିଆନ ମହାରାଜ ଦଳରେ ଭାରତର ପୂର୍ବତନ ଖେଳାଳି ମାନେ ସାମିଲ ହୋଇ ଥିବା ବେଳେ ବିଶ୍ୱ ଜିଆଣ୍ଟସ ଏକାଦଶ ଦଳ ୧୦ ଦେଶର ଖେଳାଳିଙ୍କୁ ନେଇ ଗଠନ କରା ଯାଇଛି ।

ଏହି ମ୍ୟାଚ ପରେ ଚାରି ଫ୍ରାଞ୍ଚାଇଜ ୨୨ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଲିଜେଣ୍ଟ କ୍ରିକେଟରେ ପରସ୍ପରକୁ ମୁକାବିଲା କରିବେ । ତେବେ ଏହି ଲିଗ ଆରମ୍ଭ ପୂର୍ବରୁ ଅନୁଷ୍ଠିତ ହେବା ପାଇଁ ଥିବା ସୁର ଲିଗ ମ୍ୟାଚରେ ଇଣ୍ଡିଆ ମହାରାଜ ଦଳରେ ସ୍ଥାନ ପାଇଥିବା ଖେଳାଳି ମାନେ ହେଲେ ସୌରଭ ଗାଙ୍ଗୁଲି, ବିରେନ୍ଦ୍ର ସେହ୍ୱାଗ, ମହମଦ କୈଫ, ୟୁସୁଫ ପଠାଣ, ସୁବ୍ରମିଣିୟମ ବଦ୍ରିନାଥ, ଇର୍ଫାନ ପଠାଣ, ପାର୍ଥିବ ପଟେଲ, ଷ୍ଟୁଆର୍ଟ ବିନ୍ନି, ଏସ ଶ୍ରସନ୍ଥ, ହରଭଜନ ସିଂ, ନମନ ଓଝା, ଅଶୋକ ଦିଣ୍ଢା, ପ୍ରଜ୍ଞାନ ଓଝା, ଅଜୟ ଜାଡେଜା, ଆର ପି ସିଂ, ଯେଗିନ୍ଦର ଶର୍ମା, ରିତିନ୍ଦର ସିଂ ସୋଧୀ । ସେହି ରି ବିଶ୍ୱ ଜିଆଣ୍ଟସ ଦଳର ନେତୃତ୍ୱ ନେବେ ଇଂଲଣ୍ଡର ଅବସର ପ୍ରାପ୍ତ ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ ଇଓନ ମୋର୍ଗାନ ।

ଏହି ଦଳରେ ସ୍ଥାନ ପାଇଥିବା ଅନ୍ୟ ବିଦେଶୀ ଖେଳାଳି ମାନେ ହେଲେଲେଣ୍ଡଲ ସିମନ୍ସ, ହରଶ୍ଚଲ ଗିବ୍ସ, ଜାକ୍ୟୁସ କାଲିସ, ସନଥ ଜୟସୂରିୟା, ମ୍ୟାଟ ପ୍ରିୟର, ନାଥନ ମ୍ୟାକୁଲମ, ଜଣ୍ଟି ରୋଡ୍ସ, ମୁଥିୟା ମୁରଲୀଥରନ, ଡେଲେ ଷ୍ଟେନ, ହାମିଲଟନ ମାସାକାଦଜା, ମାଶରାଡ଼ ମୋରତାଜ, ଅସଗର ଆଫଗାନ,ମିଚେଲ ଜନସନ, ବ୍ରେଟ ଲି, କେଭିନ ଓ’ ବ୍ରେନ, ଡେନେଶ ରାମଦିନ ।

Get real time updates directly on you device, subscribe now.