fbpx

ରାଶିଫଳ(ଶନିବାର,୦୬ ଅଗଷ୍ଟ,୨୦୨୨)

ମେଷ: ଶତୃମାନେ ମୁଣ୍ଡ ନୂଆଇଁବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟତ କରିବା ଉଚିତ୍ ।

ବୃଷ: ଦୂରଯାତ୍ରା କରିବା ଦ୍ୱାରା ବହୁତ ଲାଭ ମିଳିବ । ବ୍ୟାଙ୍କ, ବୀମା, ନିବେଶ ପରି ଆର୍ôଥକ ଗତିବିଧିରେ ବ୍ୟସ୍ତ ରହିବେ । ହଠାତ୍ ମତ ପରିବର୍ତ୍ତନ କରି ସମସ୍ତଙ୍କୁ ଚକିତ କରି ଦେବେ । ପରୀକ୍ଷା ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇ ଉଚ୍ଚଶ୍ରେଣୀ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚସ୍ଥିତି ରକ୍ଷା କରି ଚଳିବେ ।

ମିଥୁନ: ଆଇନ ଅଦାଲତ କ୍ଷେତ୍ରରେ ବିଜୟୀ ହେବେ । ପାରିଶ୍ରମିକ ତୁଳନାରେ ଅଧିକ ଶ୍ରମ କରିବେ । ପାରିବାରିକ ସମସ୍ୟାକୁ ସମାଧାନ କରି ପରିବାରରେ ପ୍ରୀତିଭାଜନ ହେବେ । ଗୃହୋପକରଣ କ୍ରୟ କରିବା ପାଇଁ ମନ ବଳେଇ ପାରନ୍ତି ।

କର୍କଟ: ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ହସଖୁସିରେ ସମୟ ବିତାଇବେ । ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ ।

ସିଂହ: ଘରୋଇ ସଂସ୍ଥାରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭବାନହେବେ । ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ୱ ଦେବେ । ପାରିବାରିକ ସ୍ତରରେ ଭୁଲ ବୁଝାମଣା ଜନିତ ସମସ୍ୟା ସମାଧାନ ହୋଇ ଉନ୍ନତି ସହ ଶାନ୍ତି ଉପୁଜିବ । ଆତ୍ମୀୟ ମାନଙ୍କର ଉପଚାର ରୋଗ ନିବୃତ୍ତି ପାଇଁ ଅଧିକ ଅର୍ଥଖର୍ଚ୍ଚ ହୋଇଯିବ ।

କନ୍ୟା: ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଦୀର୍ଘଦିନର ଆଶା ପୂରଣ ହେବା ଫଳରେ ପ୍ରଶଂସିତ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ବକେୟା ଅର୍ଥ କିଛି ମିଳିବ ଓ ଆୟ ଉପାର୍ଜ୍ଜନର ବୃଦ୍ଧି ହେବ ।

ତୁଳା: କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଆୟ ବୃଦ୍ଧି ହୋଇ ଆର୍ôଥକ ଉନ୍ନତି ହେବା ସହ ଗୃହବାହାନ ପ୍ରାପ୍ତି ହେବ । କର୍ମ ନିଯୁକ୍ତି କ୍ଷେତ୍ରରେ ଆପ୍ରାଣ ଚେଷ୍ଟା କରି ସଫଳ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ ।

ବିଛା: ଶତୃମାନେ ମିତ୍ରଭାବ ଆଚରଣ କରିବେ । ବ୍ୟବସାୟରେ ସଫଳତା ଅର୍ଜନ ତଥା ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କାର୍ଯ୍ୟ କ୍ଷେତ୍ରରେ ସୁଖଶାନ୍ତି ବୃଦ୍ଧି ହେବ । ବାଦବିବାଦ, ମାଲିମୋକଦ୍ଦମା, ଖେଳ, କୁଦ, ପ୍ରତିଯୋଗିତାରେ ପ୍ରଶଂସା ପାଇବେ । ରାଜନୀତିରେ ସଫଳତା ମିଳିବ, କର୍ମକ୍ଷେତ୍ରଟି ସୁଦୃଢ ହେବ ଓ ବ୍ୟୟ ଅପେକ୍ଷା ଆୟ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ ।

ଧନୁ: ସାମାଜିକ କାର୍ଯ୍ୟରେ ସଫଳ ସିଦ୍ଧହେବେ । ପରିବାରରେ ଖୁସିର ବାତାବରଣ ସ୍ଥାୟି ରହିବ । ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ôଥକ କ୍ଷେତ୍ରରେ ପରିବର୍ତ୍ତନ ହେବ । ସେୟାର ବଜାରରେ ମୁନାଫା ମିଳିବ ଓ ନିବେଶ ପାଇଁ ସମୟ ଉପଯୁକ୍ତ ଅଟେ । ଆତ୍ମବିଶ୍ୱାସ ବୃଦ୍ଧି ପାଇ ଯଶ, ମାନସମ୍ମାନ ପ୍ରତିଷ୍ଠା ମିଳିବ । ପାରିବାରିକସ୍ଥିତି ସାମାନ୍ୟ ବଦଳିବା ଯୋଗେ ଶାନ୍ତି ପାଇବେ । ଦୂରଯାତ୍ରାର ସୁଯୋଗ ମିଳିବ ।

ମକର: ଅର୍ଥ ସମ୍ପର୍କୀୟ କଥାହେବା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ଆଗ୍ରହ ବଢିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଭ୍ରମଣ, ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ ।

କୁମ୍ଭ: ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ । ଗୃହୋପକରଣ କ୍ରୟ କରିବା ପାଇଁ ମନ ବଲେଇବେ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଖୁସି ରହିବ । ଉଚିତ୍ ପନ୍ଥା ଗ୍ରହଣ ନକଲେ ନିଜ ଲୋକମାନେ ମନମୋଟିଆ ହେବେ । ରାଜନୈତିକ ଜୀବନ ଝଡଝଞ୍ଜାମୟ ହେବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍ ।

ମୀନ: ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବା ସହ ବ୍ୟବସାୟରେ ଭଲ ଲାଭହେବ ଓ ଋଣରୁ ମୁକ୍ତି ମିଳିବ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଅଚାନକ ଧନପ୍ରାପ୍ତି ହେବ । ଗୃହୋପକରଣ କ୍ରୟ କରିବା ପାଇଁ ମନ ବଲେଇବେ ଓ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ ।

Get real time updates directly on you device, subscribe now.