fbpx

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ରେସଲିଂରେ ୩ ସ୍ୱର୍ଣ୍ଣ ପଦକ ସହ ଗୋଟିଏ ରୌପ୍ୟ ପଦକ ହାସଲା କଲା ଭାରତ

ବର୍ମିଂହାମ :ବର୍ମିଂହାମଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁକ୍ରବାର ଭାରତୀୟ ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ, ରେସଲର ଦୀପକ ପୁନିଆ ଓ ମହିଳା ରେସଲର ସାକ୍ଷୀ ମଲ୍ଲିକ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ସେହିପରି ମହିଳା ରେସଲର ଅଂଶୁ ମଲ୍ଲିକ ରୌପ୍ୟ ପଦକ ହାସଲ କରିଛନ୍ତି ।

ଶୁକ୍ରବାର ଅକ୍ତିଆର କରିଛି ଆଉ ୪ ପଦକ । ପୁରୁଷ ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ମହିଳା ୫୭ କେଜି ବର୍ଗରେ ଅଂଶୁ ମଲ୍ଲିକ ରୌପ୍ୟ ପଦକ ହାସଲ କରିଛନ୍ତି । ଅନ୍ୟତମ ରେସଲର ଦୀପକ ପୁନିଆ
ଓ ସାକ୍ଷୀ ମଲ୍ଲିକ ମଧ୍ୟ ନିଜ ନିଜ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

Get real time updates directly on you device, subscribe now.