fbpx

ଅପକମିଙ୍ଗ ଫିଲ୍ମ ‘ପୂଜା ମେରି ଜାନ୍‌’ ରେ ନଜର ଆସିବେ ଅଭିନେତ୍ରୀ ହୁମା

ମୁମ୍ବାଇ: ମ୍ୟାଡ୍ଡକ୍‌ ଫିଲ୍ମସର ଅପକମିଙ୍ଗ ଫିଲ୍ମ ‘ପୂଜା ମେରି ଜାନ୍‌’ ରେ ନଜର ଆସିବେ ଅଭିନେତ୍ରୀ ହୁମା କୁରେଶୀ । ବରୁଣ ଧୱନଙ୍କ ‘ବଦ୍‌ଲାପୁର’ ପରେ ଏହି ମଜାଦାର ଫିଲ୍ମ ଜରିଆରେ ହୁମା ୨ୟ ଥର ପ୍ରଯୋଜକ ଦିନେଶ ଭିଜନଙ୍କ ସହ କାମ କରିବାକୁ ଯାଉଛନ୍ତି । ଫିଲ୍ମର ଘୋଷଣା ବିଷୟରେ ହୁମା କୁହନ୍ତି ‘ଆସନ୍ତା ୨୮ ତାରିଖରେ ମୋର ଜନ୍ମଦିନ । ମୁଁ ବହୁତ ଖୁସି ଯେ ଏଥର ମୋ ଜନ୍ମଦିନ କାମରେ କାମରେ ବିତିବ ।

ଏହି ଫିଲ୍ମକୁ ନେଇ ଗତ ବର୍ଷସାରା ମୁଁ କାମରେ ବ୍ୟସ୍ତ ଥିଲି, ଯେଉଁଥିପାଇଁ ମୁଁ କୃତଜ୍ଞ । ଆଗକୁ ଆହୁରି ବ୍ୟସ୍ତ ରହିବାକୁ ଚାହୁଁଛି ।’ ‘ପୂଜା ମେରି ଜାନ୍‌’ରେ ମୃଣାଳ ଠାକୁର, ବିକ୍ରମ ସିଂହ ଚୌହାନ ଓ ବିଜୟ ରାଜ୍‌ ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମର ସୁଟିଂ ନିକଟରେ ଶେଷ ହୋଇଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ନବଜୋତ ଗୁଲାଟି । କାହାଣୀ ଉଭୟ କନିଷ୍କା ଓ ନବଜୋତ ଗୁଲାଟି ଲେଖିଛନ୍ତି । ଏହି ମାସ ଆରମ୍ଭରେ ‘ମହାରାନୀ’ସିଜନ୍‌-୨ର ଟିଜର୍‌ ଜରିଆରେ ହୁମା ଇଣ୍ଡଷ୍ଟ୍ରି ଓ ଦର୍ଶକଙ୍କ ଉପରେ ବଡ଼ ପ୍ରଭାବ ପକାଇଥିଲେ ।

ଏଥିରେ ସେ ଅଭିନେତା ସୋହୁମ ଶାହ ଓ ଅମିତ ସିଆଲଙ୍କ ସହ ନଜର ଆସିଛନ୍ତି । ରାଜନୈତିକ ଓ ଡ୍ରାମାଟିକ୍‌ ଥିମ୍‌ ପାଇଁ ‘ମହାରାନୀ’ର ସିଜନ୍‌-୧ ଖୁବ୍‌ ପ୍ରଶଂସିତ ହୋଇଥିଲା । ତେଣୁ ସିଜନ୍‌-୨ରେ ମଧ୍ୟ ସେହି ଦବ୍‌ଦବା ବଜାୟ ରଖିବ ବୋଲି ଆଶା କରାଯାଉଛି । ଉପରୋକ୍ତ ଦୁଇଟି ପ୍ରୋଜେକ୍ଟ ସହିତ ହୁମାଙ୍କ ଅଭିନୀତ ‘ଡବଲ୍‌ ଏକ୍ସଏଲ୍‌’, ‘ମୋନିକା ଓ ମାଇଁ ଡାର୍ଲିଙ୍ଗ’ ଓ ‘ତର୍ଲା ଦଲାଲ’ ଭଳି ପ୍ରୋଜେକ୍ଟ ଚଳିତ ବର୍ଷ ମୁକ୍ତିଲାଭ କରିବ ।

Get real time updates directly on you device, subscribe now.