fbpx

ରାଶିଫଳ(ମଙ୍ଗଳବାର,୩୦ ନଭେମ୍ବର,୨୦୨୧)

ମେଷ – ଆଜି ଦୁର୍ବଳ ଅନୁଭବ କରିବେ, ମାତ୍ର ଆତ୍ମବଳ ଅଧିକ ରହିବ, ଚିନ୍ତା କରୁଥିବା ଏବଂ ଚେଷ୍ଟା କରୁଥିବା କାର୍ଯ୍ୟ ହାସଲ ହେବ, ନିଜର ରକ୍ତଦାନ କରନ୍ତୁ କଲ୍ୟାଣ ହେବ, ଚାକିରି, ବ୍ୟବସାୟ, ରାଜନିତି ଏବଂ ପ୍ରତିଯୋଗିତା ମୂଳକ ପରିକ୍ଷାରେ ସଫଳତାର ସହିତ ଉଣ୍ଣତି ହେବ ॥
ବୃଷ – ଭାଗ୍ୟ ଆଜି ଆପଣଙ୍କର ସପକ୍ଷରେ ରହିବେ, ଆଶାତିତ ମାନ ସମ୍ମାନ, ଟଙ୍କାପଇସା, ନିଜର ପରିବାର ସାହିପଡିଶା ସହିତ ସୁସଂପର୍କ ବୃଦ୍ଧି ହେବ, ଆଶା ପୁରଣ ହେବ, ସକାଳୁ ସ୍ନାନସାରି ଗୁରୁଜନ ମାନଙ୍କର ଆର୍ଶିବାଦ ନିଆନ୍ତୁ ଶୁଭରେ ଶୁଭରେ ଦିନ କଟିବ ମାତ୍ର  ଚର୍ମରୋଗ, ଆଣ୍ଠୁକଣ୍ଠି ବାତ, କିଛି ବାଦବିବାଦ ମଧ୍ୟରେ ସମୟ ଅତିବାହିତ ହେବ ॥
ମିଥୁନ – ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିଵ, ମନର ଯୋଜନା ମୁତାବକ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ, କୌଣସି ପ୍ରକାରେ ଆଜି ଅର୍ଥ ଉପାର୍ଜନ ବଢିବ, ମନ ଉତ୍ସାହିତ ରହିବ, ଆଜି ମନମୁତାବକ ଫଳ ପାଇବେ ଓ କିଛି ବାଦବିବାଦର ସମାଧାନ ହେବ, ନୁଆ ସ୍ଥାନ ଭ୍ରମଣ କରିବେ ॥
କର୍କଟ – ଆଜି କୌଣସି ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ବାସ୍ଥ୍ୟ ବିଗିଡିବ,  ଆୟ କରିବାର ସୁଯୋଗ ଷୃଷ୍ଟି ହେବ ଏବଂ ବ୍ୟବସାୟରେ ଲାଭ ବଢିବ ଓ ବିବାହଯୋଗ୍ୟ ପିଲାଙ୍କର ବିବାହ ସମ୍ଭାବନା ଷୃଷ୍ଟି ହେବ, ପାଠପଢାରେ ଉର୍ଣ୍ଣତି ହେବ, ରାଜନୈତିକ ବ୍ୟକ୍ତି ଯୋଜନାରେ ସଫଳ ହେବେ ମାତ୍ର କିଛି ସଂକ୍ରମିତ ରୋଗ ହେବ, ॥
ସିଂହ – କର୍ମ କ୍ଷେତ୍ରରେ ପରିବର୍ତ୍ତନ ହେବ, ନୂଆକିଛି ଯୋଜନା କରି ସଫଳ ହେବେ, କୌଣସି ପ୍ରକାର ଆର୍ଥିକ ଲାଭ କିମ୍ବା ନୂଆ ସଂପର୍କ ଯୋଡି ହେବ, ସୁଖଶାନ୍ତି ଭରା ପରିବେଷ ମଧ୍ୟରେ ଦିନ କଟିବ, କୌଣସି ପ୍ରକାରର ଲାଭ ହେବ ଏବଂ  କୌଣସି ସମସ୍ୟାରୁ ମୁକ୍ତି ପାଇବେ॥
କନ୍ୟା – ଅତିଶୁଭ ଦିନଟି ତେଣୁ କର୍ମ ଏବଂ ଅର୍ଥ ଚିନ୍ତା ଦୁର ହେବ, ବ୍ୟବସାୟ, କଳକାରଖନା କର୍ମଜୀବି, ଓୌଷଧ ବ୍ୟବସାୟୀ ଅଧିକ ଲାଭ ପାଇବେ, ଭାଗ୍ୟଦେବୀ ସହାୟ ହେବେ, ଅଚାନକ ଖୁସିଖବର ମିଳିବ ଏବଂ ମନର ଆଶା ପୁରଣ ହେବ, ଧାର୍ମିକ ଭାବନା ବୃଦ୍ଧି ହେବ, ଧର୍ମ କର୍ମ ସହିତ ଜଡିତ ବ୍ୟକ୍ତି ଏବଂ ବ୍ୟାଙ୍କ, ବିମା, ଋଣ ବିଭାଗ କର୍ମି ଯୋଜନା ମୁତାବକ ସଫଳ ହେବେ ॥
ତୁଳା – କୌଣସି ବନ୍ଧୁ ଆଜି ସହଯୋଗ କରିବେ ଏବଂ ଯୋଜନା ମୁତାବକ କୌଣସି ଯୋଜନାରେ ସଫଳ ହେବାରେ ଭାଗ୍ୟ ସାଥ ଦେବ ମାତ୍ର ପାରିବାରିକ ପରିବେଷରେ ମତାନ୍ତର ରହିବ, ଅଯଥା କଥାରେ ମୁଣ୍ଡ ପୁରାଇ ହଇରାଣ ହେବେ, ଆଜି ମନେ ମନେ ମାଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ ॥
ବିଛା – ମନର ଆଶା ପୁରଣ ହେବ, ଚାକିରି ରେ ପ୍ରଶଂସିତ ହେବେ, ବ୍ୟବସାୟରେ ଲାଭ ବଢିବ ଏବଂ ପୁରୁଣା ରୋଗରୁ ଉପସମ ମିଳିବ, ନୂଆକରି ଆରମ୍ଭ କରିଥିବା ବ୍ୟବସାୟ କିମ୍ବା ଚାକିରି ରେ ସଫଳତା ମିଳିବ, ବୈବାହିକ ଜୀବନରେ ସୁଖଶାନ୍ତି ବଢିବ ॥
ଧନୁ – ଆଜି ନିଜର ସଂପର୍କିୟ ଏବଂ ପରିବାର ସହିତ ସମୟ କାଟନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ ଆତ୍ମଶାନ୍ତି ମିଳି, କିଛି ଜନହିତକର ବା ନିସ୍ବାର୍ଥ କାମ କରି ପ୍ରଶଂସିତ ହେବେ, ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ॥
ମକର – ଅଶୁଭ ଗ୍ରହ ପ୍ରଭାବ ରହିବ ଫଳରେ କୌଣସି ପ୍ରକାରର ଧୋକା ମିଳିବ, ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ, ଜୀବନସାଥିର ଅସହଯୋଗ ହେଉ କିମ୍ବା ସ୍ବାସ୍ଥ୍ୟ ହାନି ଚିନ୍ତାର କାରଣ ହେବ, କୌଣସି କାମରେ ମନ ଲାଗିବ ନାହିଁ ॥
କୁମ୍ଭ – ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଷ ପରିସ୍ଥିତି ରହିବ, ଆଜି କିଛି ଚାଉଳ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୁରଣ ହେବ, ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ ॥
ମୀନ – ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ, କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, କୌଣସି ପ୍ରକାର ସହାୟତା ମିଳିବ, ଚାକିରି ବ୍ୟବସାୟରେ ଦାୟିତ୍ବ ବୃଦ୍ଧି ହେବ, ପାରିବାରିକ ଏବଂ ବ୍ୟବସାୟିକ ସମ୍ପର୍କରେ ବୃଦ୍ଧି ଘଟିବ ॥

Get real time updates directly on you device, subscribe now.