fbpx

ରାସ୍ତା କାମକୁ କେନ୍ଦ୍ରକରି ବୋମାମାଡ଼: ୪ଜଣ ମିସ୍ତ୍ରୀଙ୍କ ସମେତ ୫ ଗ୍ରାମବାସୀ ଆହତ

ବାଲିପାଟଣା (ଭାସ୍କର ନ୍ୟୁଜ୍‌): ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିୁର ଗ୍ରାମରେ ରାସ୍ତା କାମକୁ କେନ୍ଦ୍ର କରି ବୋମା ମାଡ ହୋଇଥିବା ବନମାଳିପୁର ଫାଣ୍ଡିରେ ପୃଥକ୍‌ ତିନୋଟି ଅଭିଯୋଗ ହୋଇଥିବା ସୂଚନା ମିଳିଛି । ସୂଚନାନୁଯାୟୀ ବନମାଳିପୁର ଗ୍ରାମର ୧୨ ନମ୍ବର ୱ।ଡ୍‌ର ଏକ ରାସ୍ତା କାମ ପାଇଁ ୬ ଲକ୍ଷ ଟଙ୍କାର ପ୍ରପୋଜାଲ୍‌ ଏବଂ ଖଇରି ପୁରର ହରିଜନ ବସ୍ତିର ଏକ ରାସ୍ତା ପାଇଁ ୪ ଲକ୍ଷ ଟଙ୍କାର ପ୍ରପୋଜାଲ୍‌ ଥିଲା ଯାହାକୁ ସେହି ଗ୍ରାମବାସୀ ମାନେ କରିବାପାଇଁ ନିଶ୍ଚିତ କରାଯାଇଥିଲା । କିନ୍ତୁ ଚାରି ଡ଼ା ଗ୍ରାମର ପିଣ୍ଟୁ ପାତ୍ର, ପ୍ରଦି୍‌ ପାତ୍ର, ଶମ୍ଭୁ ପାତ୍ର, ସୂଧିର ପାତ୍ର ଏବଂ ଅଜୟ ବେହେରା ସେହି କାମକୁ ନିଜେ କରିବା ପାଇଁ ଉକ୍ତ ଗ୍ରାମବାସୀଙ୍କୁ ବିରୋଧ ସହିତ ବୋମା ପକାଇ ଉଡାଇ ଦେବାର ଧମକ ଚମକ ଦେଇ ଆସୁଥିଲେ ।

ସବୁ ଗ୍ରାମବାସୀ ଏକ ଜୁଟ୍‌ ହୋଇ ମିସ୍ତ୍ରୀଙ୍କ ସହିତ କାମ କରୁଥିବା ବେଳେ ପିଣ୍ଟୁ ପାତ୍ର ଏବଂ ତାଙ୍କ ଦିଅର ପ୍ରଦି୍‌ ପାତ୍ର, ଶମ୍ଭୁ ପାତ୍ର, ସୂଧିର ପାତ୍ର ଏବଂ ନବ ପାତ୍ର ଏମାନଙ୍କୁ ଗାଳିଗୁଲଜ କରିବା ସହିତ ଚାରିଟି ବୋମା ମାଡ କରିଥିଲେ । ବୋମା ଫୁଟିବାରୁ ଜୀବନ ବିକଳରେ ମିସ୍ତ୍ରୀ ଏବଂ ଗ୍ରାମବାସୀ ଦୌଡି ଥିଲେ । କିନ୍ତୁ ବୋମାର ଛିଟିକା ବାଜି ଚାରିଜଣ ମିସ୍ତ୍ରୀ ଆହତ ହୋଇଥିବାବେଳେ ଅନ୍ୟ ପାଞ୍ଚ ଜଣ ଗ୍ରାମବାସୀ ଆହତ ହୋଇଛନ୍ତି । ଏନେଇ ଚାରିଜଣ ମିସ୍ତ୍ରୀ ମୁନା ଭୋଇ, ଚନ୍ଦନ ଭୋଇ, ତପନ ଦାସ ଏବଂ ସାଗର ବେହେରା ଗୋଟିଏ ଅଭିଯୋଗ କରିଥିଲା ବେଳେ ସେହି ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କୁ ଆଶ୍ରାବ୍ୟ ଭାଷା ରେ ଗାଳି କରିବାପାଇଁ ପୂର୍ଣ୍ଣ ଚନ୍ଦ୍ର ସେଠୀ ଅଭିଯୋଗ କରିଛନ୍ତି ଏବଂ ସୁବାଷ ଗିରି ଏବଂ ପ୍ରଦି କିଶୋର ସାହୁ ସମେତ ୨୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ମଧ୍ୟ ଅଭିଯୋଗ କରିଛନ୍ତି । ଏହି ଭଳି ତିନୋଟି ଅଭିଯୋଗ ହୋଇଥିବା ସୂଚନା ମିଳିଛି । ଅଭିଯୋଗ ପାଇବା ପରେ ବାଲିପାଟଣା ଥାନା ଅଧିକାରି ଶ୍ରୀ କୃପାସିନ୍ଧୁ ବରାଡ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.