fbpx

୧୨ ରାଜ୍ୟସଭା ସାଂସଦ ନିଲମ୍ବିତ, ଶୀତ ଅଧିବେଶନ ଶେଷ ପର୍ଯ୍ୟନ୍ତ ଗୃହ ମନା

ନୂଆଦିଲ୍ଲୀ,: ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ସୋମବାର ୧୨ ଜଣ ସାଂସଦଙ୍କୁ ଶୀତ ଅଧିବେଶନ ଶେଷ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି । ନିଲମ୍ବିତ ସାଂସଦଙ୍କ ମଧ୍ୟରେ ୬ ଜଣ କଂଗ୍ରେସରୁ ଥିବା ବେଳେ ୨ଜଣ ଟିଏମ୍‌ସି, ୨ ଜଣ ଶିବସେନା, ସିିଏମ୍‌ ଓ ସିିଆଇରୁ ଜଣେ ଲେଖାଁଏ ଅଛନ୍ତି । କଂଗ୍ରେସ ସାଂସଦ ଫୁଲୋ ଦେବୀ ନେତମ୍‌, ଛାୟା ବର୍ମା, ରିୁନ୍‌ ବୋରା, ରାଜମଣୀ ପଟେଲ୍‌, ସୟଦ ନାସିର ହୁସେନ୍‌ ଓ ଅଖିଳେଶ ପ୍ରସାଦ ସିଂଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଟିଏମ୍‌ସି ସାଂସଦ ଡୋଲା ସେନ୍‌ ଓ ଶାନ୍ତା ଚ୍ଛେତ୍ରୀ, ଶିବସେନା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ, ଅନୀଲ୍‌ ଦେଶାଇ, ସିିଆଇ ସାଂସଦ ବିନୟ ବିଶ୍ୱମ ଏବଂ ସିିଏମ୍‌ ସାଂସଦ ଇଲାମରମ୍‌ କରିମ୍‌ଙ୍କୁ ନିଲମ୍ବନ କରାଯାଇଛି । ସୋମବାର ରାଜ୍ୟସଭାରେ କୃଷି ଆଇନ ସମ୍ପର୍କରେ ଆଲୋଚନା ଦାବି କରି ସମ୍ପୃକ୍ତ ସଦସ୍ୟମାନେ ପ୍ରବଳ ହୋ ହଲ୍ଲା କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ନିଲମ୍ବିତ ସାଂସଦମାନେ ଏକ ମିଳିତ ବିବୃତ୍ତି ଜାରି କରି ଏପରି କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି ।

Get real time updates directly on you device, subscribe now.