ଜୋରଜବରଦସ୍ତ ଚୁମା ଦେଇ କୁନିଝିଅକୁ ଦୁଷ୍କର୍ମ! ରାସ୍ତାରେ ଖେଳୁଥିବାବେଳେ ଘଟିଲା ଏଭଳି ଘଟଣା
ଖେଳୁଥିବାବେଳେ କୁନିଝିଅକୁ ଟେକିନେଇ ଦୁଷ୍କର୍ମ
କସୁର: ଘର ଆଗରେ ଖେଳୁଥିବା ଜଣେ ନାବାଳିକାକୁ ଟେକିନେଇ ଦୁଷ୍କର୍ମ! ପାକିସ୍ତାନର କସୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ ନାବାଳିକା ଝିଅ ତାଙ୍କ ଘର ପାଖରେ ଖେଳୁଥିବା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଜୋରଜବରଦସ୍ତ ଚୁମା ଦେଇ ଦୁଷ୍କର୍ମ କରିଛନ୍ତି।
ଘଟଣା ସମୟରେ, ଖାରା ରୋଡ୍ ଅଞ୍ଚଳର ଶାହ ଇନାୟତ କଲୋନୀରେ ଝିଅଟି ଅନ୍ୟ ଜଣେ ନାବାଳକ ପୁଅ ସହିତ ସାଇକେଲ ଧରି ଖେଳୁଥିଲା। ସେହି ସମୟରେ ଜଣେ ବ୍ୟକ୍ତି ପଛରୁ ଆସିଲେ। ତାଙ୍କୁ ଦେଖି ନାବାଳକ ପୁଅଟି ସାଇକେଲ ଧରି ଆଗରେ ପଳାଇଲା ଏବଂ ଝିଅଟି ପଛରେ ରହିଗଲା।
ଝିଅଟିକୁ ଏକା ପାଇ ବ୍ୟକ୍ତି ଜଣକ ତାକୁ ଦୁଷ୍କର୍ମ କରିଥିଲେ। ଏହି ଭୟଙ୍କର କାର୍ଯ୍ୟ କରିବା ପରେ, ବ୍ୟକ୍ତି ଜଣକ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଝିଅଟି ଚିତ୍କାର କରିବାକୁ ଲାଗିଲା ଏବଂ ତାଙ୍କ ଘର ଆଡ଼କୁ ଦୌଡ଼ିଗଲା। ଯାହାର ଭିଡିଓ ଭାଇରାଲ ହେବାପରେ ଘଟଣାଟି ସମସ୍ତଙ୍କ ସାମ୍ନାକୁ ଆସିଛି। ତେବେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ଉଲ୍ଲେଖନୀୟ ଯେ, ପାକିସ୍ତାନରେ ଶିଶୁ ଯୌନ ନିର୍ଯାତନା, ଅପହରଣ ଏବଂ ବାଲ୍ୟ ବିବାହ ସମେତ ଶିଶୁଙ୍କ ବିରୁଦ୍ଧରେ ଅପରାଧ ବୃଦ୍ଧି ପାଉଛି। ରିପୋର୍ଟ ଅନୁଯାୟୀ, ଅନଲାଇନ୍ ଶିଶୁ ନିର୍ଯାତନା କ୍ଷେତ୍ରରେ ପାକିସ୍ତାନ ତୃତୀୟ ସ୍ଥାନରେ ଅଛି।
ପାକିସ୍ତାନରେ ଆନୁମାନିକ ଶିଶୁ ନିର୍ଯାତନା ପ୍ରତିଦିନ 12 ରୁ ଅଧିକ ହେଉଥିବା ଜଣାପଡ଼ିଛି। 50 ପ୍ରତିଶତରୁ ଅଧିକ ମାମଲାରେ ପୀଡିତା ହେଉଛନ୍ତି ଝିଅ।