fbpx

୬ ମାସରୁ ୩ ବର୍ଷର ପିଲାଙ୍କୁ ଦିଆଯିବ ଗରମ ରନ୍ଧାଖାଦ୍ୟ: ମହିଳା ଓ ଶିଶୁ ବିକାଶ ବିଭାଗର ନୂଆ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଶିଶୁଙ୍କ ଉନ୍ନତ ସ୍ୱାସ୍ଥ୍ୟ ଓ ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସରତ ଥାଆନ୍ତି । ଏଥିପାଇଁ ଅନେକ ସମୟରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯିବା ସହ ଯୋଜନା ମଧ୍ୟ କାର୍ଯ୍ୟକାରୀ ହୋଇଥାଏ । ତେବେ ଏଥିପାଇଁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆମେରିକାନ ଇଣ୍ଡିଆନ ଫାଉଣ୍ଡେସନ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇଛି ।

ସୂଚନା ମୁତାବକ, ରାଜ୍ୟର ମୟୁରଭଞ୍ଜ ଜିଲ୍ଲାରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହି କାର୍ଯ୍ୟର ଆରମ୍ଭ ହେବ । ଜିଲ୍ଲାର ୨ଟି ବ୍ଲକର ୩୮୮ଟି ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ଗରମ ରନ୍ଧାଖାଦ୍ୟ ପ୍ରଦାନ କରାଯିବ । ଶିଶୁଙ୍କ ସ୍ୱାସ୍ଥ୍ୟ, ପୁଷ୍ଟି ଓ ପ୍ରାରମ୍ଭିକ ଶିକ୍ଷା ପ୍ରସ୍ତୁତି ସମ୍ବନ୍ଧୀୟ ସମନ୍ୱିତ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁଙ୍କ ବିକାଶ କରାଯିବ । ୬ ମାସରୁ ୩ ବର୍ଷର ପିଲାଙ୍କୁ ଏହି ଗରମ ରନ୍ଧା ଖାଦ୍ୟ ପ୍ରଦାନ କରାଯିବ । ପୂର୍ବରୁ ପ୍ରଚଳିତ ବ୍ୟବସ୍ଥାଠାରୁ ଏହା ଅଧିକ ଫଳପ୍ରଦ ହେବ ବୋଲି ବିଭାଗୀୟ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ କହିଛନ୍ତି ।

ଏହି ପଦକ୍ଷେପ ଫଳରେ ଅପପୁଷ୍ଟି ଭୋଗୁଥିବା ଶିଶୁଙ୍କ ପୁଷ୍ଟି ସାଧନ ହେବ । ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷା ପ୍ରସ୍ତୁତି ଓ ଯୁବପୀଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ଏହା ହ୍ରାସ କରିବାରେ ସହାୟକ ହେବ । ଏଥିସହିତ ଶିଶୁମାନଙ୍କ ପ୍ରାକ-ବିଦ୍ୟାଳୟ ପ୍ରସ୍ତୁତିକୁ ଏହା ଅଧିକ ଜୋରଦାର କରିବା ସହ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ । ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଓ ଗୋପବନ୍ଧୁ ନଗର ବ୍ଲକରେ ଏହି ପାଇଲଟ ପ୍ରୋଜେକ୍ଟର ଶୁଭାରମ୍ଭ କରାଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.