fbpx
BSKY
BJD MC SKY
BJD YOUTH SKY

ଶୀତଋତୁରେ କେଶ ଝଡ଼ିବା ପଝରେ କ’ଣ ରହିଛି କାରଣ: ଏହି ଘରୋଇ ଉପାୟ ପ୍ରୟୋଗ କରି କରନ୍ତୁ ଉପଚାର

ଶୀତ ଦିନେ କେଶ ଝଡ଼ିବା ବହୁତ ସାଧାରଣ କଥା । ତେବେ ଏହାର ଏକ ମୁଖ୍ୟ କାରଣ ହେଉଛି ଦୈନନ୍ଦିନ ଜୀବନ ଶୈଳୀରେ ଅନିୟମିତତା । ବର୍ତ୍ତମାନର ବ୍ୟବସ୍ତବହୁଳ ଜୀବନ ଭିତରେ ଏପରି ହେବା ବେଶ ସାଧାରଣ କଥା । କିନ୍ତୁ ଏହାର ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ । ବିଶେଷ କରି ଆମ କେଶ ଉପରେ ଏହା ବେଶ ନକାରାତ୍ମକ ପ୍ରଭାବ ପକାଇଥାଏ । ତେବେ ଏହି କାରଣରୁ ସମସ୍ତ ବୟସ ବର୍ଗର ଲୋକମାନଙ୍କ କ୍ଷେତ୍ରରେ କେଶ ପାଚିବା ଏବଂ ଝଡ଼ିବା ଏକ ସାଧାରଣ ସମସ୍ୟା ହେଲାଣି ।

ତେବେ ଶୀତ ଋତୁରେ ଏହି ସମସ୍ୟା ବଢ଼ିଥାଏ । ତେବେ ଶୀତ ଦିନରେ ରୁପି ଏହାର ଏକ ପ୍ରମୁଖ କାରଣ ହୋଇଥାଏ । ଏପରିକି ଏହି ଦିନେ ଶୁଷ୍କତା କାରଣରୁ ମଧ୍ୟ ଏପରି ହେଉଥିବା ବିଶେଷଜ୍ଞମାନେ କହିଥାନ୍ତି । ତେବେ ଏହାର ୩ ଟି ମୁଖ୍ୟ କାରଣ ରହିଛି । ଆସନ୍ତୁ ଜାଣିବା କ’ଣ ରହିଛି ଏହାର କାରଣ ଏବଂ ଉପଚାର ।

ଶୀତଦିନେ ତ୍ୱଚାରେ ଶୁଷ୍କତା- ଶୀତ ଋତୁରେ ଆମ ତ୍ୱଚା ଶୁଷ୍କ ଏବଂ ରୁକ୍ଷ ହୋଇଯାଇଥାଏ । ତେବେ ଏହି କାରଣରୁ କେଶକୁ ଉପଯୁକ୍ତ ପୋଷଣ ମିଳି ପାରି ନଥାଏ ଏବଂ କେଶ ଝଡ଼ିବା ବଢ଼ିଥାଏ ।

ଗରମ ପାଣିରେ ଗାଧୋଇବା- ଶୀତ ହେଉଥିବା କାରଣରୁ ଅନେକ ଲୋକ ଏହି ଋତୁରେ ଗରମ ପାଣିରେ ଗାଧୋଇବା ପସନ୍ଦ କରିଥାନ୍ତି । ତେବେ ଏହା ଆମ ତ୍ୱଚା ଏବଂ କେଶ ପାଇଁ ଭଲ ହୋଇନଥାଏ । ଏହା ଦ୍ୱାରା ସ୍କାଲ୍ପରେ ଶୁଷ୍କତା ହୋଇ ରୁପି ପରି ସମସ୍ୟା ଦେଖା ଦେଇଥାଏ ।

ଅଧିକ ସମୟ ପର୍ଯ୍ୟନ୍ତ ନଗାଧୋଇବା- ଶୀତ ଋତୁରେ ଅଧିକାଂଶ ଲୋକ ଦିନେ ଦିନେ ଗାଧେଇବାକୁ ମଧ୍ୟ ଏଡ଼ାଇଯାଇଥାନ୍ତି । କିନ୍ତୁ ଏପରି କରିବା ଦ୍ୱାରା ଏହାର ଖରାପ ପ୍ରଭାବ ପକାଇଥାଏ । ରୁପି ଏବଂ ଶୁଷ୍କତା ପରି ସମସ୍ୟା ବଢ଼ି ଯାଇଥାଏ ।

ତେବେ ଏହି ସବୁଥିରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପାୟ ରହିଛି । ତେବେ ଏସବୁ କରିବା ଦ୍ୱାରା ଆପଣଙ୍କୁ ଏହି ସବୁ ସମସ୍ୟାରୁ ମୁକ୍ତି ମିଳିବ ।

ନଡ଼ିଆ ତେଲ- ନଡ଼ିଆ ତେଲ ପ୍ରାକୃତିକ କଣ୍ଡିଶନର ଭାବରେ କାର୍ଯ୍ୟ କରିଥ।ଏ । ଏହା କେଶକୁ ପୋଷଣ ପ୍ରଦାନ କରିଥାଏ । ଏହାକୁ କେଶ ମୂଳରେ ମାଲିସ କରିବା ଦ୍ୱାରା କେଶକୁ ପୋଷଣ ମିଳିବା ସହିତ କେଶ ମୂଳ ମଜବୁତ ହୋଇଥାଏ ।

ଅଣ୍ଡା- ଅଣ୍ଡାକୁ ପୋଷଣର ଏକ ଭଲ ଉତ୍ସ ବୋଲି ବିବେଚନା କରାଯାଏ । ଏହା କେଶର ବିକାଶରେ ସାହାଯ୍ୟ କରିବା ସହିତ ନୂଆ କେଶ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ।

ଆଲୋଭେରା- ଆଲୋଭେରା ପ୍ରାକୃତିକ ମଏଶ୍ଚରାଇଜର ଭାବେ କାମ କରିଥାଏ । ଏହାକୁ କେଶରେ ଲଗାଇବା ଦ୍ୱାରା ଏହା କେଶକୁ ଏକ କୋମଳତା ପ୍ରଦାନ କରିଥାଏ । ତେବେ କେଶକୁ ଶାମ୍ପୂ କରିବାର ୩୦ ମିନିଟ ଆଗରୁଏହାକୁ କେଶରେ ଲଗାନ୍ତୁ, ପ୍ରଭାବ ସ୍ପଷ୍ଟ ଜଣାପଡ଼ିବ ।

ମେଥି ପାଣି- ମେଥି ପାଣିକୁ ଖାଲି ପେଟରେ ସବୁଦିନେ ସକାଳେ ପିଇବା ଦ୍ୱାରା ବହୁତ ଲାଭ ମିଳିଥାଏ । କିନ୍ତୁ ଜାଣନ୍ତି କି ଶୀତଦିନେ ମେଥି ପାଣିକୁ ସବୁଦିନେ କେଶମୂଳରେ ଲଗାଇବା ମଧ୍ୟ ବେଶ ଲାଭଦାୟକ ହୋଇଥାଏ । ଏହା ଦ୍ୱାରା କେଶକୁ ପୋଷର ମିଳିବା ସହିତ କେଶ ମୂଳ ମଜବୁତ ହୋଇଥାଏ ଏବଂ କେଶ କୋମଳ ହୋଇଥାଏ ।

Get real time updates directly on you device, subscribe now.