fbpx

ଆପଣ କେତେ କ୍ୟାସ୍ ଘରେ ରଖିପାରିବେ ? କ’ଣ କହୁଛି ଇନକମ୍ ଟ୍ୟାକ୍ସର ନିୟମ

ନୂଆଦିଲ୍ଲୀ: ଇନକମ୍ ଟ୍ୟାକ୍ସ ଯାଞ୍ଚ ସମୟରେ କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଘରୁ ୩୫୧ କୋଟି ଟଙ୍କା ଜବତ କରାଯାଇଛି । ଏ ବିଷୟରେ ଏଏନଆଇ ସହ କଥା ହୋଇ ସାହୁ କହିଛନ୍ତି ଯେ, ମୁଁ ସ୍ୱୀକାର କରିପାରିବି ଯେ ଉଦ୍ଧାର ହୋଇଥିବା ଟଙ୍କା ମୋର କମ୍ପାନୀର ।

ଉଦ୍ଧାର ହୋଇଥିବା ନଗଦ ମୋର ମଦ ସଂସ୍ଥାଗୁଡ଼ଚ ସହ ସମ୍ବନ୍ଧିତ । ମଦ ବିକ୍ରିରୁ ଏହା ହେଉଛି ଆୟ । ସେ ଏହା ମଧ୍ୟ କହିଛନ୍ତି ଯେ ମୋର ରାଜନୈତିକ କ୍ୟାରିୟରର ଗତ ୩୦-୩୫ ବର୍ଷ ମଧ୍ୟରେ ଏହା ଏପରି ଘଟଣା ପ୍ରଥମଥର ଘଟିଛି । ଯେଉଁଥିପାଇଁ ମୁଁ ଦୁଃଖୀ ହୋଇଛି । ଏବେ ପ୍ରଶ୍ନ ଉଠୁଛି ଯେ, ଜଣେ ବ୍ୟକ୍ତି ନିଜ ସହିତ କେତେ କ୍ୟାସ୍ ରଖିପାରିବ?

କ୍ୟାସ୍ ସୀମା ସମ୍ବନ୍ଧରେ ଆୟକର ନିୟମ :-

ଘରେ କ୍ୟାସ ରଖିବା ପାଇଁ ସ୍ୱାକାର୍ଯ୍ୟ ସୀମା କ’ଣ ଏବଂ ବର୍ତ୍ତମାନର ଆୟକର ନିୟମ କ’ଣ? ଆୟକର ଅଧିନିୟମ ଅନୁଯାୟୀ, ଘରେ ରଖାଯାଇଥିବା ଟଙ୍କା ପରିମାଣ ଉପରେ କୌଣସି ସୀମା ନାହିଁ । ତେବେ ଆୟକର ଚଢ଼ାଉ ସମୟରେ ଜଣେ ବ୍ୟକ୍ତିଙ୍କ ପାଇଁ ଧନର ଉତ୍ସ ପ୍ରମାଣ କରିବା ଜରୁରୀ । ଆୟଠାରୁ ଅଧିକ ଟଙ୍କା କିମ୍ବା ନଗଦ ମିଳିବା ଉପରେ ଜୋରିମାନା ଲାଗିପାରେ । ଆୟକର ବିଭାଗକୁ ଆୟ ବହିର୍ଭୁତ ସମ୍ପତ୍ତିକୁ ଜବତ କରିବା ଓ ମୋଟ ସମୁଦାୟ ରାଶିର ୧୩୭% ପର୍ଯ୍ୟନ୍ତ ଜରିମାନା ଆଦାୟ କରିବାର ଅଧିକାର ଅଛି ।

ଲୋନ୍ କିମ୍ବା ଜମା ପାଇଁ ୨୦,୦୦୦ ରୁ ଅଧିକ ନଗଦ ଗ୍ରହଣ କରନ୍ତୁୁନାହିଁ । ଆୟକର ପ୍ରାଧିକରଣ ଯେକୌଣସି ବ୍ୟକ୍ତିଙ୍କୁ ଋଣ କିମ୍ବା ଜମା ପାଇଁ ୨୦,୦୦୦ କିମ୍ବା ତା’ଠାରୁ ଅଧିକ ନଗଦ ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରିଛି । ବ୍ୟକ୍ତିବିଶେଷଙ୍କୁ ୫୦,୦୦୦ ରୁ ଅଧିକ ଜମା କିମ୍ବା ପ୍ରତ୍ୟାହାର ପାଇଁ ପ୍ୟାନ ନମ୍ବର ଦାଖଲ କରିବାକୁ ପଡିବ । କେନ୍ଦ୍ରୀୟ ଟିକସ ବୋର୍ଡ ଅନୁଯାୟୀ, ବ୍ୟକ୍ତିବିଶେଷଙ୍କୁ ଏକ ସମୟରେ ୫୦,୦୦୦ ରୁ ଅଧିକ ଟଙ୍କା ଜମା କିମ୍ବା ପ୍ରତ୍ୟାହାର ପାଇଁ ପ୍ୟାନ ନମ୍ବର ଦାଖଲ କରିବାକୁ ପଡିବ ।

Get real time updates directly on you device, subscribe now.