fbpx

ଗୃହ ୩ଟା ଯାଏଁ ମୁଲତବୀ

ଭୁୁବନେଶ୍ୱର,୧ ।୧୦(ଓଡିଶା ଭାସ୍କର)(SR): ଗୃହରେ ବିଜୁଳି ଦରକୁ ନେଇ ବିବୃତ୍ତି ରଖିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଶକ୍ତିମନ୍ତ୍ରୀଙ୍କ ବିବୃତି ପରେ ଅସନ୍ତୋଷ ପ୍ରକାଶ କରିଛି ବିଜେପି । ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ କରିଛି ବିଜେପି । ଫଳରେ ଗୃହକାର୍ଯ୍ୟ ୩ଟା ଯାଏଁ ମୁଲତବୀ ରଖାଯାଇଛି ।

ତେବେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ଗୃହରେ କହିଥିଲେ ଯେ, ‘ କୃଷକ, ବିପିଏଲ ପରିବାରଙ୍କ ପାଇଁ ଦର ବୃଦ୍ଧି ହୋଇନି । ୫୦ ୟୁନିଟରୁ ଅଧିକ ବୃବହାର କରୁଥିବା ଗ୍ରହକଙ୍କ ପାଇଁ ବିଜୁଳି ଦର ବଢିଛି । ୟୁନିଟ ପିଛା ମାତ୍ର ୨୦ ପଇସା ବୃଦ୍ଧି କରାଯାଇଛି । ଏନଟିପିସି, ଏନଏଚପିସି, ପିଜିସିଆଇଏଲ ୬୮% ବୃଦ୍ଧି କରିବାକୁ ଦର ବୃଦ୍ଧି ହୋଇଛି । ଗୋଟିଏ ଦୁଇଟି ଛାଡି ବାକି ସବୁ ରାଜ୍ୟରେ ବିଜୁଳି ଦର ଓଡିଶା ଉପରେ ରହିଛି ।’

Get real time updates directly on you device, subscribe now.