fbpx

କିପରି ହେବ ଦଶମ ଓ ଦ୍ୱାଶମ ପରୀକ୍ଷା? ଜାଣନ୍ତୁ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୩ ।୧୨(ଓଡିଶା ଭାସ୍କର): କରୋନା ଯୋଗୁଁ ପରୀକ୍ଷାରେ ବାଧା ସୃଷ୍ଟି ହେଉଛି । ଏନେଇ ଚଳିତବର୍ଷ ଅଫଲାଇନ୍ ମୋଡରେ ଦଶମ ଓ ଦ୍ୱାଦଶ ପରୀକ୍ଷା ହେବ । ପରୀକ୍ଷା ବିଳମ୍ବ ହେବ ମାତ୍ର, ଯେପରି ହେଉଥିଲା ସେହିପରି ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଏହା ସହ ସେ କହିଛନ୍ତି ଯେ, ‘ଅନଲାଇନରେ ଶିକ୍ଷାଦାନ ଜାରି ରହିଛି । ଅଫଲାଇନରେ ପରୀକ୍ଷା ନେଇ ସିବିଏସଇ କହିଛି । ସେହି ଅନୁସାରେ ପରୀକ୍ଷା କରାଯିବ । ଫେବ୍ରୁଆରୀରେ ପରୀକ୍ଷା ହୋଇପାରିବ ନାହିଁ । ଆମେ ସବୁ ପିଲାଙ୍କୁ ଅନଲାଇନରେ ଯୋଡି ପାରିନୁ । ସ୍କୁଲ ଖୋଲିବା ନେଇ ବିଚାର ବିମର୍ଶ ଚାଲିଛି । କେବେ ସ୍କୁଲ ଖୋଲିବ, ତାହା ଖୁବଶୀଘ୍ର ଜଣାଯିବ ।’

Get real time updates directly on you device, subscribe now.