fbpx
BJD SKY
BJD SKY

ଜଣେ IAS ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିବା ଏତେ ସହଜ ନୁହେଁ: କ’ଣ କହୁଛି ଭାରତୀୟ ସିଭିଲ୍ ସେବା ନିୟମ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତରେ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଏକ ସମ୍ମାନଜନକ ଓ ପ୍ରଭାବଶାଳୀ ପଦ । ଆଇଏଏସ ଅଧିକାରୀ କେନ୍ଦ୍ର ସରକାରଙ୍କ ଦ୍ୱାର ଚୟନ ହେବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ କାର୍ଯ୍ୟ କରିଥାନ୍ତି । ଆଇଏଏସ ଅଧିକାରୀଙ୍କ ସସପେଣ୍ଡ, ବହିଷ୍କାର ନେଇ ଭାରତୀୟ ସମ୍ବିଧାନରେ କିଛି ନିୟମ ରହିଛି । କେବଳ ଦେଶର ରାଷ୍ଟ୍ରପତି ହିଁ ଜଣେ ଆଇଏଏସ୍ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିପାରିବ ବେଲି ଧାରା ୩୧୧(୧)ରେ ନିୟମ ରହିଛି ।

ଯଦି ରାଜ୍ୟ ସ୍ତରରେ କାର୍ଯ୍ୟ କରୁଥିବା ଜଣେ ଅଧିକାରୀଙ୍କ ଉପରେ କୌଣସି ଗୁରୁତର ଅଭିଯୋଗ ଆସେ, ତେବେ ସଂପୃକ୍ତ ରାଜ୍ୟ ସରକାର ଉକ୍ତ ଅଧିକାରୀଙ୍କ ବହିଷ୍କାର ନେଇ କେନ୍ଦ୍ର ସରକାରଙ୍କ ନିକଟରେ ସୁପାରିଶ କରିପାରିବେ । ଏହି ସୁପାରିଶକୁ ମଞ୍ଜୁରୀ ମିଳିବା ପରେ ଉକ୍ତ ଅଧିକାରୀ ପଦରୁ ବିଦା ହୋଇଥାନ୍ତି । ଏ କ୍ଷେତ୍ରରେ ମନ୍ତ୍ରୀ, ସିଭିସି ଓ ୟୁପିଏସସିର ମତାମତ ନେଇ ଯାଞ୍ଚ ପ୍ରକ୍ରିୟା ଚାଲିଥାଏ । ରାଷ୍ଟ୍ରପତି ଏହି ସୁପାରିଶକୁ ଗ୍ରହଣ କରିବା ପରେ ଉକ୍ତ ଅଧିକାରୀଙ୍କୁ ପଦରୁ ବହିଷ୍କାର କରାଯାଇଥାଏ ।

ତେବେ ଆଇଏଏସ ଅଧିକାରୀଙ୍କୁ ସସପେଣ୍ଡ କରିବାର ଅଧିକାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ରହିଥାଏ । ଆଇଏଏସଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଥାନ୍ତି, ତେଣୁ ସେମାନେ ଗେଜେଟେଡ ଅଫିସର ହୋଇଥିବାରୁ ତାଙ୍କୁ କେହି ବହିଷ୍କାର କରିପାରିବେ ନାହିଁ । ଏପରିକି ଜଣେ ଆଇଏଏସ / ଆଇପିଏସ୍ ଅଧିକାରୀଙ୍କୁ ଗୋଟିଏ ସପ୍ତାହରୁ ଅଧିକ ସମୟ ପାଇଁ ସସପେଣ୍ଡ କରାଯାଇ ପାରିବ ନାହିଁ ବୋଲି ଗତ ୨୦୧୫ରେ ସର୍ବଭାରତୀୟ ସିଭିଲ ସେବା (ଅନୁଶାସନ ଓ ଅପିଲ) ନିୟମରେ ସଂଶୋଧନ କରାଯାଇଥିଲା ।

ଯଦି ରାଜ୍ୟ ସରକାର କୌଣସି ଆଇଏଏସ ଅଧିକାରୀଙ୍କୁ ନିଲମ୍ବନ କରନ୍ତି, ତେବେ ୪୮ ଘଣ୍ଟା ମଧ୍ୟରେ ଏହାର ସୂଚନା କେନ୍ଦ୍ର ସରକାରଙ୍କୁ ଦେବା ବାଧ୍ୟତାମୂଳକ ନେଇ ନିୟମ ରହିଥିଲା । ମାତ୍ର ଅନେକ ସମୟରେ ସର୍ବଭାରତୀୟ ସିଭିଲ ସେବାକୁ ନେଇ କିଛି ନିୟମ ପରିବର୍ତ୍ତିତ ହୋଇଥାଏ । ଦେଶର ପ୍ରଧାନମନ୍ତ୍ରୀ ଆଇଏଏସ ଅଧିକାରୀଙ୍କୁ ସସପେଣ୍ଡ କରିପାରିବେ, ମାତ୍ର ବହିଷ୍କାର ପାଇଁ କିଛି ପ୍ରକ୍ରିୟା ଦେଇ ଯିବାକୁ ପଡ଼ିଥାଏ । ବିଭିନ୍ନ ବିଭିଲ ଆଇନରେ ପରିଣତ ହେବା ପୂର୍ବରୁ ଯେପରି ରାଷ୍ଟ୍ରପତିଙ୍କର ଅନୁମୋଦନ ଆବଶ୍ୟକ ଠିକ୍ ସେହିପରି ଜଣେ ଆଇଏଏସ ଅଫିସରଙ୍କୁ ବହିଷ୍କାର କରିବା କ୍ଷେତ୍ରରେ ମଧ୍ୟ ରାଷ୍ଟ୍ରପତିଙ୍କର ଅନୁମୋଦନ ଆବଶ୍ୟକ । ଅନେକ ସମୟରେ ଆଇଏଏସ ଅଫିସରଙ୍କୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ କିଛି ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ଦେଖିବାକୁ ମିଳିଥାଏ ।

Get real time updates directly on you device, subscribe now.