fbpx

ଆସନ୍ତାକାଲି ଠାରୁ ରାଜଧାନୀରେ ଖୋଲିବ ସମସ୍ତ ସ୍କୁଲ, କିନ୍ତୁ ବଦଳିଲା ନିୟମ

ନୂଆଦିଲ୍ଲୀ: ବର୍ତ୍ତମାନ ଶୀତ ଋତୁ ଚାଲିଥିବା ବେଳେ ଏଭଳି ସ୍ଥିତିରେ ଦେଶର ଅନେକ ସ୍ଥାନରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ତେଣୁ ଏହି ଅସହ୍ୟ ଥଣ୍ଡାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର ସ୍କୁଲ ବନ୍ଦ କରିବାର ନିଷ୍ପତ୍ତି ନେଇଥିଲେ । ଏହି କ୍ରମରେ ଦେଶର ରାଜଧାନୀ ଦିଲ୍ଲୀର ସମସ୍ତ ସ୍କୁଲ ମଧ୍ୟ ବନ୍ଦ ରହିଥିଲା। ଜାନୁଆରୀ ୧୨ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ନର୍ସରୀ ଠାରୁ ୫ମ ଶ୍ରେଣୀ ପର୍ୟ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା । ତେବେ ଆସନ୍ତାକାଲି ଠାରୁ ଦିଲ୍ଲୀରେ ସମସ୍ତ ସ୍କୁଲ ପୁଣିଥରେ ଖୋଲିବାକୁ ଯାଉଛି। ମାତ୍ର ସ୍କୁଲ ଖୋଲିବାକୁ ନେଇ କିଛି ନିୟମରେ ପରିବର୍ତନ କରାଯାଇଛି । ଅର୍ଥାତ, ସ୍କୁଲ ଖୋଲିବା ଓ ବନ୍ଦ ହେବା ସମୟରେ ସାମାନ୍ୟ ପରିବର୍ତ୍ତନ ଅଣାଯାଇଛି। ଦିଲ୍ଲୀରେ କୌଣସି ବିଦ୍ୟାଳୟ ସକାଳ ୯:୦୦ଟା ପୂର୍ବରୁ ଆରମ୍ଭ ହେବ ନାହିଁ। ଏହା ବ୍ୟତୀତ ସନ୍ଧ୍ୟା ୫:୦୦ଟା ପରେ କୌଣସି ବିଦ୍ୟାଳୟ କାର୍ଯ୍ୟ କରିବ ନାହିଁ। ପାଣିପାଗ ଅବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ଏକ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର।

ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ଘନ କୁହୁଡି ଆବରଣ:-

ଦେଶର ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଜାରି ରହିଛି। ରବିବାର ସକାଳେ ମଧ୍ୟ ଏହି ସମଗ୍ର ଅଞ୍ଚଳରେ ଘନ କୁହୁଡ଼ି ହୋଇଥିଲା। ଏହି ସମୟ ମଧ୍ୟରେ ଶୂନ ଦୃଶ୍ୟମାନତା ରେକର୍ଡ କରାଯାଇଥିଲା। ରାଜ୍ୟରେ କୁହୁଡ଼ି ଯୋଗୁଁ ଅନେକ ଲୋକଙ୍କ ଯାତ୍ରା ପ୍ରଭାବିତ ହେଉଛି। ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତର ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ପ୍ରବଳ ଘନ କୁହୁଡ଼ି ପରିଲକ୍ଷିତ ହେଉଛି। ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୫ ରୁ ୬ ଦିନ ପର୍ଯ୍ୟନ୍ତ ସ୍ଥିତି ସମାନ ରହିବ। ତେବେ ଅନେକ ରାଜ୍ୟରେ ସୂର୍ୟ୍ୟକିରଣ ମଧ୍ୟ ଦେଖିବାକୁ ମିଳୁଛି, କିନ୍ତୁ ଥଣ୍ଡା ପବନ ଯୋଗୁଁ ତାହା ଲୋକମାନଙ୍କୁ ଆରାମ ଦେଉନାହିଁ।

 

Get real time updates directly on you device, subscribe now.