fbpx
BJD SKY
BJD SKY

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ଆଗମନକୁ ସ୍ୱାଗତ କରିବା ପାଇଁ ଆଜିଠାରୁ ଦେବାଳୟ ଓ ତୀର୍ଥକ୍ଷେତ୍ରରେ ଆରମ୍ଭ ହେଲା ସ୍ୱଚ୍ଛତା ଅଭିଯାନ

BJD

ନୂଆଦିଲ୍ଲୀ/ଭୁବନେଶ୍ୱର : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ଆଗମନକୁ ସ୍ୱାଗତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆଜିଠାରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଦେଶର ସବୁ ମନ୍ଦିର ଓ ତୀର୍ଥ କ୍ଷେତ୍ରକୁ ସ୍ୱଚ୍ଛ ରଖିବା ଅଭିଯାନ ଆରମ୍ଭ ହୋଇଛି । ଏହି କ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ହିଙ୍ଗୁଳାଙ୍କ ପୀଠରେ ସଫେଇ କାର୍ଯ୍ୟରେ ଶ୍ରମ ଦାନ କରିଛନ୍ତି । ଏଥିସହିତ ପ୍ରଭୁ ଶ୍ରୀରାମଙ୍କ ପ୍ରତି ସମର୍ପିତ ହୋଇ ସେବା କାର୍ଯ୍ୟରେ ଲାଗିବା ପାଇଁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଦେଶରେ ଆଧ୍ୟାତ୍ମ ିକତାର ନୂଆ ଜାଗରଣ ପ୍ରସ୍ତୁତ ହୋଇଛି । ଏ ସମୟରେ ଆମ ନିକଟସ୍ଥ ମନ୍ଦିର ଓ ତୀର୍ଥକ୍ଷେତ୍ରଗୁଡ଼ିକୁ ସ୍ୱଚ୍ଛ ରଖିବା ଆମର ଦାୟିତ୍ୱ । ଏଥିସହିତ ଜାନୁୟାରୀ ୨୨ ତାରିଖ ଦିନ ଦୀପ ଜାଳି ଦୀପାବଳି ଉତ୍ସବ ପାଳନ କରିବା ଲାଗି ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ଧର୍ମାନୁଷ୍ଠାନ ଗୁଡିକର ପରିବେଶ ସ୍ୱଚ୍ଛ ରହିଲେ ଆଧ୍ୟାତ୍ମିକ ଭାବନା ଅଧିକ ସମୃଦ୍ଧ ଓ ସୁଦୃଢ଼ ହେବା ସହିତ ହୃଦୟରେ ଭକ୍ତିମୟ ସ୍ଥିତି ଆସିଥାଏ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ବାଲେଶ୍ୱରର ପ୍ରସିଦ୍ଧ ଶୈବ ପୀଠ ଝାଡେଶ୍ୱର ମନ୍ଦିରରେ ଆଜି ପୂଜାର୍ଚ୍ଚନା କରିବା ସହିତ ମନ୍ଦିର ପରିସର ସଫେଇ କାର୍ଯ୍ୟରେ ସାମିଲ ହୋଇଥିଲେ । ସବୁ କ୍ଷେତ୍ରରେ ସ୍ୱଚ୍ଛ ରହି ପାରିଲେ ଦେଶର ସମୃଦ୍ଧି ହୋଇପାରିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀଙ୍କ ପାଇଁ ସେ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ । ଏଥିସହିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ବାଲେଶ୍ୱର ସଦର ହସ୍ପିଟାଲ ପାଇଁ ତାଙ୍କ ସାଂସଦ ପାଣ୍ଠିରୁ ଏକ ଆମ୍ବୁଲାନ୍ସ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବିଧାୟକ ସୁକାନ୍ତ କୁମାର ନାୟକ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଜନତା ଉପସ୍ଥିତ ଥିଲେ ।

Get real time updates directly on you device, subscribe now.