fbpx

ସମ୍ବିଧାନର ନିୟମ ଜାଣନ୍ତୁ: ଭାରତରେ ଜଣେ ବିନା ଛାଡ଼ପତ୍ରରେ ଦ୍ୱିତୀୟ ବିବାହ କରିପାରିବ, ମାତ୍ର ସେଥିପାଇଁ….

ନୂଆଦିଲ୍ଲୀ: ଆମ ଦେଶରେ ବିଭିନ୍ନ ଧର୍ମ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବା ବେଳେ ଏଠାରେ ଦ୍ୱିତୀୟ ବିବାହକୁ ନେଇ ଭିନ୍ନ ଭିନ୍ନ ବ୍ୟବସ୍ଥା ରହିଛି । ମୁସଲିମ ଅଧିନିୟମ ଅନୁସାରେ ଜଣେ ପୁରୁଷ ବିନା ତଲାକରେ ଦ୍ୱିତୀୟ ବିବାହ କରିବା ନେଇ ଅନୁମତି ପ୍ରାପ୍ତ ହୋଇଥାଏ । ମାତ୍ର ସେ କ୍ଷେତ୍ରରେ ପ୍ରଥମ ପତ୍ନୀଙ୍କ ସହମତି ଆବଶ୍ୟକ ହୋଇଥାଏ । ସେହିପରି ହିନ୍ଦୁ ବିବାହ ଅଧିନିୟମ-୧୯୫୫ ଅନୁସାରେ କୌଣସି ହିନ୍ଦୁ, ଶିଖ ବା ବୌଦ୍ଧ ବିନା ତଲାକରେ ଦ୍ୱିତୀୟ ବିବାହ କରିବାର ଅଧିକାର ନାହିଁ । ତେବେ ଏହାପରେ ବି ଅନେକ କ୍ଷେତ୍ରରେ ପ୍ରେମ ସମ୍ପର୍କ ବା ଅନ୍ୟ କାରଣରୁ କିଛି ବ୍ୟକ୍ତି ଦ୍ୱିତୀୟ ବିବାହ କରୁଥିବା ଦେଖାଯାଉଛି ।

କିଛି ମାମଲାରେ ହିନ୍ଦୁମାନେ ବିନା ଛାଡ଼ପତ୍ରରେ ଦ୍ୱିତୀୟ ବିବାହ କରୁଥିବା ଦେଖାଯାଉଛି । ଏଭଳି ସ୍ଥିତି ବିଷୟରେ ଆଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ୧- ଯଦି କୌଣସି ନାରୀ ବା ପୁରୁଷଙ୍କର ଜୀବନସାଥୀଙ୍କର ମୃତ୍ୟୁ ଘଟେ, ୨- ଯଦି ବିବାହ ଯୋଗ୍ୟ ବୟସ ଯୋଗ୍ୟ ନହେବା ବା ଅନ୍ୟ କାରଣରୁ ପ୍ରଥମ ବିବାହକୁ କୋର୍ଟ ରଦ୍ଦ କରିଦିଅନ୍ତି, ୩- ଯଦି କୌଣସି ପୁରୁଷ ବା ମହିଳାଙ୍କର ଜୀବନସାଥୀ କ୍ରମାଗତ ଭାବେ ୭ ବର୍ଷ ଧରି ଅନୁପସ୍ଥିତ ରୁହନ୍ତି ବା ତାଙ୍କର ଜୀବିତ ଥିବା ନେଇ କୌଣସି ସୂଚନା ନଥାଏ, ୪- ଯଦି ଜଣେ ଧର୍ମ ପରିବର୍ତ୍ତନ କରିନିଅନ୍ତି, ତେବେ ଏଭଳି ସ୍ଥିତିରେ ଜଣେ ବିନା ଛାଡ଼ପତ୍ରରେ ବି ଦ୍ୱିତୀୟ ବିବାହ କରିପାରିବ ।

୧- ଯଦି ଦୁର୍ଭାଗ୍ୟବଶତଃ କୌଣସି ପୁରୁଷ ବା ନାରୀଙ୍କ ଜୀବନ ସାଥୀଙ୍କର ମୃତ୍ୟୁ ଘଟେ, ଏପରି ସ୍ଥିତିରେ କୌଣସି ଛାଡ଼ପତ୍ରର ଆବଶ୍ୟକତା ପଡ଼ିନଥାଏ । ଏପରି ସ୍ଥିତିରେ ଜଣେ ପୁରଷ / ମହିଳା ପୁନର୍ବାର ବିବାହ କରିପାରିବେ ।

୨- ଯଦି କୌଣସି ପରିସ୍ଥିତିରେ ଏକ ବିବାହ ବନ୍ଧନକୁ କୋର୍ଟ ରଦ୍ଦ କରିଦିଅନ୍ତି ତେବେ ସେ କ୍ଷେତ୍ରରେ ବିନା ତଲାକରେ ପୁଣି ବିବାହ କରିବା ସମ୍ଭବ ହୋଇ ପାରିବ । ପ୍ରଥମ ବିବାହର ଛାଡ଼ପତ୍ରର ଆବଶ୍ୟକତା ପଡ଼ିନଥାଏ । କମ୍ ବୟସରେ ବିବାହ କରିବା, ପତି-ପତ୍ନୀଙ୍କ ମଧ୍ୟରୁ ଜଣେ ମାନସିକ ସନ୍ତୁଳନ ହରାଇ ବସିବା କ୍ଷେତ୍ରର କୋର୍ଟ ଏପରି ବିବାହକୁ ରଦ୍ଦ କରିପାରନ୍ତି ।

୩- ଯଦି ସ୍ୱାମୀ-ସ୍ତ୍ରୀଙ୍କର ଜୀବନସାଥୀ ଲଗାତର ୭ ବର୍ଷ ଧରି ନିଖୋଜ ରୁହନ୍ତି ତେବେ ଏଭଳି ସ୍ଥିତିରେ ଛାଡ଼ପତ୍ରର ଆବଶ୍ୟକତା ପଡ଼ିନଥାଏ । ଏପରି ସ୍ଥିତିରେ ବିନା ତଲାକରେ ପୁରୁଷ / ମହିଳା ଦ୍ୱିତୀୟ ବିବାହ କରିପାରିବେ । ଯଦି ଆପଣ ଜୀବନସାଥୀଙ୍କୁ ଖୋଜିବା ପ୍ରୟାସ କରି ବିଫଳ ହୁଅନ୍ତି ତେବେ ଯାଇ ଦ୍ୱିତୀୟ ବିବାହ କରିପାରିବେ ।

୪- ଯଦି ପତି-ପତ୍ନୀଙ୍କ ମଧ୍ୟରୁ ଜଣେ ଧର୍ମ ପରିବର୍ତ୍ତନ କରିନିଅନ୍ତି, ତେବେ ଏଭଳି ସ୍ଥିତିରେ ବିନା ଛାଡ଼ପତ୍ରରେ ଦ୍ୱିତୀୟ କରିପାରିବେ । ଅଲଗା ଅଲଗା ଧର୍ମରେ ବିବାହ କରିବା ନେଇ ଅଲଗା ଅଲଗା ନିୟମ ରହିଛି । ଭାରତୀୟ ସମ୍ବିଧାନରେ ବିଭିନ୍ନ ଧର୍ମରେ ବିବାହ ପାଇଁ ଅଲଗା ଅଲଗା ଆଇନ ରହିଛି । ଯେପରିକି, ହିନ୍ଦୁ ଧର୍ମରେ ଏକ ସମୟରେ ଜଣେ ଥରେ ବିବାହ କରିପାରିବେ ।

ଆମ ସମାଜରେ ବିନା ଛାଡ଼ପତ୍ରରେ ଦ୍ୱିତୀୟ ବିବାହ କରିବାର ଅନେକ ଉଦାହରଣ ରହିଛି । ଏପରି ଏକ ବଡ଼ ଉଦାହରଣ ହେଉଛି ବଲିଉଡ ଅଭିନେତା ଧର୍ମେନ୍ଦ୍ର ଓ ଅଭିନେତ୍ରୀ ହେମା ମାଲିନୀଙ୍କର ବିବାହ । ଅନେକ କ୍ଷେତ୍ରରେ ପ୍ରଥମ ପତ୍ନୀ ବିରୋଧ ନକରିବା ଆଧାରରେ ସ୍ୱାମୀମାନେ ଦ୍ୱିତୀୟ ବିବାହ କରୁଥିବା ଦେଖାଯାଉଛି । ଫିଲ୍ମ ଜଗତରେ ଏଭଳି ଅନେକ ମାମଲା ଦେଖିବାକୁ ମିଳିଛି । ଫିଲ୍ମ ଅଭିନେତା, ଅଭିନେତ୍ରୀମାନେ ଏକାଧିକ ଥର ବିବାହ କରୁଥିବା ଦେଖାଯାଉଛି । ଯଦି କୌଣସି ଦମ୍ପତ୍ତି ଏକତ୍ର ରହିବା ନେଇ ଅନିଚ୍ଛୁକ ହୁଅନ୍ତି, ତେବେ ବିବାହର ଏକକ ବର୍ଷ ପୂରା ହେବା ପରେ ସେମାନେ ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ ।

Get real time updates directly on you device, subscribe now.