fbpx

ଆଜି ଠାରୁ ୩ ଦିନ ବନ୍ଦ ରହିବ ଶେୟାର ବଜାର

ମୁମ୍ବାଇ: ଆପଣ ଯଦି ଶେୟାର ବଜାରରେ ନିବେଶ କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏନେଇ ଆଜି BSE ଏବଂ NSE ପକ୍ଷରୁ ବଜାର କାରବାର ସମ୍ବନ୍ଧୀୟ ସୂଚନା ଦିଆଯାଇଛି । ଆଜି ସାରା ଦେଶ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଏହି ଦିନ ଷ୍ଟକ୍ ବଜାର ବନ୍ଦ ରହିବ । ଏହା ସହ ମଲ୍ଟି କମୋଡିଟି ମାର୍କେଟ ବି ଉଭୟ ଅଧିବେଶନ ପାଇଁ ବନ୍ଦ ରହିବ । ଆଜି ଗଣତନ୍ତ୍ର ଦିବସ, ଜାନୁଆରୀ ୨୭ ଓ ୨୮ ଶନିବାର ଓ ରବିବାର କାରଣରୁ ଶେୟାର ବଜାର ସୋମବାର ଖୋଲିବ । ତେବେ ଚଳିତ ବର୍ଷ ୫୨ ୱିକ୍‌ଏଣ୍ଡ(ଶନିବାର ଓ ରବିବାର)ରେ ଶେୟାର ବଜାର ବନ୍ଦ ରହିବ । ଏହା ବ୍ୟତୀତ ପର୍ବପର୍ବାଣୀ, ରାଷ୍ଟ୍ରୀୟ ପର୍ବ, ଜୟନ୍ତି ଆଦି ପାଇଁ ୧୪ ଦିନ ଶେୟାର ବଜାର ବନ୍ଦ ରହିବ । ଏମିତିରେ ଚଳିତ ବର୍ଷ ୩୬୬ ଦିନ ମଧ୍ୟରୁ ୧୧୬ ଦିନ ଷ୍ଟକ୍ ବଜାର ବନ୍ଦ ରହିବ ।

Get real time updates directly on you device, subscribe now.