fbpx

ଆପଣ କିପରି ଧରନ୍ତି ବ୍ୟାଗ, ବ୍ୟାଗ ଧରିବା ଷ୍ଟାଇଲରୁ ଜାଣନ୍ତୁ ଲୋକଙ୍କ Personality

Advertisement

ଓଡିଶା ଭାସ୍କର : କୌଣସି ବ୍ୟକ୍ତିର ବ୍ୟବହାର ତାହାର ଆଚରଣରୁ ଜାଣନ୍ତୁ ତାଙ୍କର ବ୍ୟକ୍ତିତ୍ୱ ବିଷୟରେ । ତେବେ ବ୍ୟକ୍ତି ଜଣଙ୍କ ଯେଉଁଭଳି ଭାବରେ ବ୍ୟବହାର କରେ ଏବଂ ତାହାର ଆଚରଣରୁ ତାହାର ବ୍ୟକ୍ତିତ୍ୱ ବିଷୟରେ ଜାଣି ହେବ । ତେବେ ଆଜି ଆମେ ଜାଣିବା ବ୍ୟାଗ ଧରିବା ଷ୍ଟାଇଲରୁ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ ।
ଦୁଇ କାନ୍ଧରେ ବ୍ୟାଗ ଥିଲେ :
ଦ ମାଇଣ୍ଡ ଜର୍ନାଲ ଅନୁସାରେ, ଯଦି ଆପଣ ଆପଣଙ୍କ ଦୁଇ କାନ୍ଧରେ ବ୍ୟାଗ ପକାଉଛନ୍ତି ତେବେ ଆପଣ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ । ଆପଣଙ୍କ ଉପରେ ଲୋକମାନେ ଭରୋସା କରିପାରିବେ । ଏହା ସହିତ ଆପଣଙ୍କୁ ରୋମାନଞ୍ଚକ କାମ କରିବାକୁ ମଧ୍ୟ ଭଲ ଲାଗିଥାଏ ।
ହାତରେ ଯଦି ବ୍ୟାଗ ଧରନ୍ତି :
ଯଦି ଆପଣ ହାତରେ ବ୍ୟାଗ ଧରନ୍ତି ତେବେ ଆପଣ ଜଣେ କନଫିଡେଣ୍ଟ ବ୍ୟକ୍ତିତ୍ୱ । ଆପଣ ଆପଣଙ୍କ ଲକ୍ଷକୁ ଗଭିରତା ସହିତ ନିଅନ୍ତି ଏବଂ ଆପଣ ଆପଣଙ୍କ ଲକ୍ଷକୁ ପୂରଣ କରନ୍ତି ।
ଗୋଟିଏ କାନ୍ଧରେ ବ୍ୟାଗ ଥିଲେ:
ଯଦି ଆପଣ ଗୋଟିଏ କାନ୍ଧରେ ବ୍ୟାଗ ପକାନ୍ତି ତେବେ ଆପଣ ଆପଣଙ୍କ ଦୂନିଆରେ ବ୍ୟସ୍ତ ରୁହନ୍ତି । ଅନ୍ୟର କଥାର କୌଣସି ଫରକ ଆପଣଙ୍କୁ ପଡେ ନାହିଁ ।
କାନ୍ଧରେ କ୍ରସ କରି ବ୍ୟାଗ ପକାଉଥିଲେ :
ଯଦି ଆପଣ ଆପଣଙ୍କ ବ୍ୟାଗକୁ କାନ୍ଧରେ କ୍ରସ କରି ପକାନ୍ତି ତେବେ ଆପଣଙ୍କୁ ବୁଲିବାକୁ ବହୁତ ପସନ୍ଦ । ଆପଣ ଉଦାର ବ୍ୟକ୍ତିତ୍ୱ ।

Get real time updates directly on you device, subscribe now.