fbpx

ସହଜରେ ଅନ୍ୟମାନଙ୍କ କଥାର ଶିକାର ହେଉଛନ୍ତି କି! ଜାଣନ୍ତୁ କାହିଁକି ଏପରି ହେଉଛି

Advertisement

ଓଡିଶା ଭାସ୍କର : ଆପଣଙ୍କ ଜଣାଶୁଣାରେ ଏପରି ଅନେକ ବ୍ୟକ୍ତି ଥିବେ ଯେଉଁମାନେ ଲୋକମାନଙ୍କୁ ତାଙ୍କ କଥାରେ ଫସାଉଥିବେ । ହୋଇ ପାରେ ଆପଣ ମଧ୍ୟ ସେମାନଙ୍କ ପରି ଜଣେ ହୋଇଥିବେ । ଯେଉଁମାନେ ସହଜରେ ଅନ୍ୟ ଲୋକମାନଙ୍କ କଥାରେ ଫସି ଯିବେ ବା ଅନ୍ୟ କଥାର ଶିକାର ହେଉଥିବେ । ଯେଉଁମାନେ ଅନ୍ୟର କଥାରେ ସହଜରେ ଫସି ଯାଉଛନ୍ତି ସେମାନଙ୍କର କିଛି ଭୁଲ ପାଇଁ ବା ସେମାନଙ୍କର କିଛି ଅଭ୍ୟାସ ରହିଛି ଯାହା ଫଳରେ ସେ ଅନ୍ୟମାନଙ୍କ କଥାରେ ସହଜରେ ଫସିଯାଆନ୍ତି । ଆଜି ଆମେ ଆପଣଙ୍କୁ ଏପରି କିଛି କଥା କହିବୁ ଆପଣଙ୍କ ବିଷୟରେ ଯାହା ଦ୍ୱାରା ଆପଣ ଜାଣିପାରିବେ ଆପଣ କିପରି ଅନ୍ୟ ଲୋକଙ୍କ କଥାରେ ଫସୁଛନ୍ତି ।

ଯେଉଁ ଲୋକମାନେ ଅନ୍ୟମାନଙ୍କ ପାଇଁ କୌଣସି ବାଉଣ୍ଡ୍ରି ବା ସୀମା ନିର୍ଦ୍ଧାରିତ କରନ୍ତି ନାହିଁ ସେମାନେ ଏପରି ଅନ୍ୟର କଥାରେ ଫସନ୍ତି । ଯଦି ଆପଣ ଚାହାନ୍ତି ଆପଣ କାହା କଥାରେ ନ ଫସନ୍ତୁ ବୋଲି ତେବେ ଆପଣଙ୍କୁ ନିର୍ଣ୍ଣୟ କରିବାକୁ ପଡିବ କିଏ କେତେ ପରିମାଣରେ ଆପଣଙ୍କ ଜୀବନରେ କେତେ ପରିମାଣରେ ଦଖଲ ଦେଇପାରିବ । ଯେଉଁ ଦିନ ଆପଣ ଏହା ନିର୍ଣ୍ଣୟ କରିବେ ସେବେ ଜାଣିବେ ଆପଣ ଅନ୍ୟର କଥାରେ ଫସୁ ନାହାନ୍ତି । ଯଦି ଆପଣ ସବୁ ଲୋକଙ୍କ ମଧ୍ୟରେ ଭଲ ଲୋକ କିଏ ଖୋଜୁଛନ୍ତି ତେବେ ଆପଣ ମଧ୍ୟ ଅନ୍ୟରେ କଥାରେ ସହଜରେ ଫସିଯିବେ ।

ଆପଣଙ୍କ ଏହି କଥାର ଲୋକମାନେ ଫାଇଦା ଉଠାଇବେ ଏବଂ ଆପଣଙ୍କୁ ସେମାନେ ତାଙ୍କ କଥାରେ ଫସାଇବାକୁ ଚେଷ୍ଟା କରିବେ । ଅନେକ ଲୋକଙ୍କର ଏହା ଅଭ୍ୟାସ ରହିଛି ଯଦି ସେମାନଙ୍କ ଜୀବନରେ କୌଣସି ଦୁଃଖ ଆସିଥାଏ ତେବେ ସେମାନେ ନିଜକୁ ଦୋଷ ଦିଅନ୍ତି । ଏପରି ଲୋକମାନେ ସହଜରେ ଅନ୍ୟ ଲୋକ କଥାରେ ଆସନ୍ତି । ତେବେ ଏହି ସମୟରେ ସାମ୍ନା ବ୍ୟକ୍ତି ଏହାର ଫାଇଦା ଉଠାଇ ଥାଏ । ଏବଂ ଆପଣଙ୍କୁ ପ୍ରତ୍ୟେକ ଜିନିଷରେ ଅପରାଧି କରି ନିଜର ଫାଇଦା ଉଠାଇଥାଏ । ଯଦି ଆପଣ ଅନ୍ୟକୁ ଖୁସି କରିବା ପାଇଁ ନିଜ ଜୀବନ ବଞ୍ଚନ୍ତି ତେବେ ଆପଣଙ୍କୁ ତାର କଥାରେ ଫସାଇ ପାରିବ । ଅନ୍ୟକୁ ଖୁସି କରିବା ପାଇଁ ଆପଣ ଆପଣଙ୍କ ଜୀବନ ସେମାନଙ୍କ ଇଚ୍ଛାରେ ବଞ୍ଚନ୍ତି ଫଳରେ ଆପଣ ଅନ୍ୟମାନେ ଯାହା କୁହନ୍ତି ସେହି ପରି କାମ କରନ୍ତି ।

Get real time updates directly on you device, subscribe now.