fbpx

ମନ୍ଦିରରେ ଡାକ୍ତର ରୂପରେ ପୂଜା ପାଉଛନ୍ତି ହନୁମାନ, ମନ୍ତ୍ରୀ ଠାରୁ ବିଧାୟକଙ୍କ ପର୍ଯ୍ୟନ୍ତ ଲାଗିିଥାଏ ଲମ୍ବା ଲାଇନ୍‌

Advertisement

ଭୋପାଳ:ଆପଣମାନେ ଡାକ୍ତର ରୋଗୀଙ୍କୁ ଚିକତ୍ସା କରୁଥିବାର ତ ଦେଖିଥିବେ କିନ୍ତୁ ମଧ୍ୟପ୍ରଦେଶରେ ଏପରି ଏକ ମନ୍ଦିର ରହିଛି ଯେଉଁଠି ହନୁମାନଜୀ ସ୍ୱୟଂ ଡାକ୍ତର ଭାବରେ ରୋଗୀମାନଙ୍କର ଚିକିତ୍ସା କରୁଛନ୍ତି । ଏଠାରେ ଦୈନିକ ବିଭିନ୍ନ ପ୍ରକାର ରୋଗୀ ଆରୋଗ୍ୟ ଲାଭ ପାଇଁ ଲାଇନ୍ ଲଗାଇଥାନ୍ତି । ମଧ୍ୟପ୍ରଦେଣ ଭିଣ୍ଡ ଜିଲ୍ଲାରେ ରହିଛି ଏହି ଡାକ୍ତର ହନୁମାନଜୀଙ୍କ ମନ୍ଦିର । ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି କି ହନୁମାନଜୀ ନିଜେ ଏଠାରେ ଡାକ୍ତର ଭାବରେ ଚିକିତ୍ସା କରୁଛନ୍ତି ।

ଏହି ହସ୍ପିଟାଲ ରୂପୀ ମନ୍ଦିରରେ ସମସ୍ତ ରୋଗର ଚିକିତ୍ସା ହନୁମାନଜୀଙ୍କ ଦ୍ୱାରା କରାଯାଇଥାଏ । ଏଠାକୁ କେବଳ ମନ୍ତ୍ରୀ ବିଧାୟକ ଆସି ନାହାନ୍ତି ବରଂ ଦୂର ଦୂରାନ୍ତ ରାଜ୍ୟରୁ ବହୁ ଲୋକ ଆରୋଗ୍ୟ ଆଶାରେ ଆସିଥାନ୍ତି । ଏହି ମନ୍ଦିରରେ ଶନିବାର ଓ ମଙ୍ଗଳବାର ସବୁଠାରୁ ଅଧିକ ଭିଡ ହୋଇଥାଏ ।

ମନ୍ଦିରର ମହନ୍ତ ରାମଦାସ କୁହନ୍ତି ଏଠାରେ ହନୁମାନଜୀ ଡାକ୍ତର ରୂପରେ ପୂଜା ପାଆନ୍ତି । ରୋଗୀ ନିର୍ମଳ ହୃଦୟରେ ହନୁମାନଜୀଙ୍କୁ ଆରୋଗ୍ୟ ଲାଗି ପ୍ରାର୍ଥନା କଲେ ରୋଗମୁକ୍ତ ହୋଇଥାଏ । ଏଠାରେ କ୍ୟାନସର ପରି ରୋଗ ବି ହନୁମାନଜୀଙ୍କ ଆଶୀର୍ବାଦରୁ ଭଲ ହୋଇଛି ।

Get real time updates directly on you device, subscribe now.